🔥 ट्रेंडिंग कानपुर देहात के सिकंदरा में किन्नर सम... મુખ્યમંત્રી ભુપેન્દ્રભાઈ પટેલે અર્બુદા... ದೋಹಾದಲ್ಲಿ ಭಾರತ 'A' ಸೆಮಿಫೈನಲ್ ಗೆ ಹಾದಿ:... गोपालगंज में एसडीएम डॉ. प्रेरणा सिंह क... ರವಿ ಚಂದ್ರನ್ ಅಶ್ವಿನ್ ವೆಲ್ಲಿಂಗ್ಟನ್ ಟೆಸ್ಟ... सड़क हादसा
24 नव. 2026•
ગુજરાતી मराठी ਪੰਜਾਬੀ বাংলা
स्थानीय

କଚାଡ଼ି ମାରି ଦେଲା ହାତୀ

✍️ रिपोर्टर: Deepak Mahapatra 🗓 24 नव. 2026, 01:43 PM 👁 21
शेयर करें: 💬 WhatsApp 📘 Facebook 𝕏 Post
ହାତୀ ଆକ୍ରମଣରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି। ମୟୂରଭଞ୍ଜ ଜିଲ୍ଲା ବାଦାମପାହାଡ଼ ବନାଞ୍ଚଳ ଟିମିତିମା ଗାଁରେ ଘଟିଛି ଏହି ଘଟଣା। ମୃତକଙ୍କ ନାଁ ରାମଚନ୍ଦ୍ର ସିରକା।

ଗତକାଲି ବିଳମ୍ବିତ ରାତିରେ ଟିମଟିମା ଗାଁ ନିକଟରେ ଏକ ୬ ଟିକିଆ ହାତୀ ପଲ ଥିବା ସୂଚନା ପାଇଥିଲେ ଗ୍ରାମବାସୀ। ଏହା ପରେ ସେମାନେ ହାତୀ ଘଉଡ଼ାଇବା ପାଇଁ ଯାଇଥିଲେ।

ଗାଁ ଲୋକେ ହାତୀମାନଙ୍କୁ ଘଉଡ଼ାଉଥିବା ବେଳେ ଏକ ବୁଦା ଭିତରେ ଥିବା ଏକ ହାତୀ ହାବୁଡ଼ରେ ପଡ଼ି ଯାଇଥିଲେ ରାମଚନ୍ଦ୍ର। ହାତୀ ତାଙ୍କୁ ଶୁଣ୍ଢରେ ଟେକି କଚାଡ଼ି ଦେଇଥିଲା।
ସୂଚନା ପାଇ ଆଜି ସକାଳେ ବାଦାମପାହାଡ଼ ରେଞ୍ଜର ଓ ବାଦାମପାହାଡ଼ ଥାନ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଛନ୍ତି। ମୃତକଙ୍କ ପରିବାର ଲୋକେ କ୍ଷତିପୂରଣ ଦାବି କରିଛନ୍ତି।

ଏହି ୬ ଟିକିଆ ହାତୀ ପଲ ଏବେ ବାଦାମ ପାହାଡ଼ ଜଙ୍ଗଲରେ ରହିଥିବା ବେଳେ ବନ ବିଭାଗ ସେମାନଙ୍କ ଗତିବିଧି ଉପରେ ନଜର ରଖିଛି।
📲Get App