🔥 ट्रेंडिंग పెద్దవంగర మండలం: గ్రామాల్లో ఇందిరమ్మ... ପାରାଦୀପ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମ... ଆସନ୍ତାକାଲି ଠାରୁ ବାଲିଠାରେ ଆରମ୍ଭ ହେବ ‘ଓଡ... जैसलमेर में पंचायती राज चुनाव में कांग... ଓଡ଼ିଶା ଆସିବେନି ଅମିତ ଶାହ, ବାତିଲ ହେଲା ପୁ... ଭୁବନେଶ୍ୱରରେ CBIର ବଡ଼ ଆକ୍ସନ୍: ୩ ଲକ୍ଷ ଟଙ...
24 नव. 2026•
ગુજરાતી मराठी ਪੰਜਾਬੀ বাংলা
स्थानीय

ପିଟି ଦେଇ ପଳାଇଲା ଅଜଣା ଗାଡ଼ି; ୩୦ ମିଟର ଦୂରରୁ ମିଳିଲା ବାପାଙ୍କ କଟା ଗୋଡ଼, ୩ ବର୍ଷର ପୁଅ ବି ଗୁରୁତର

✍️ रिपोर्टर: Deepak Mahapatra 🗓 24 नव. 2026, 02:27 PM 👁 30
शेयर करें: 💬 WhatsApp 📘 Facebook 𝕏 Post
ନୟାଗଡ଼ ଜିଲ୍ଲା ଦଶପଲ୍ଲା ଥାନା ଗୁଣ୍ଠାପାଯୁ ଛକ ନିକଟରେ ଘଟିଛି ସଡ଼କ ଦୁର୍ଘଟଣା। ଅଜଣା ଗାଡ଼ି ଧକ୍କାରେ ଗୁରୁତର ଆହତ ହୋଇଛନ୍ତି ଜଣେ ଯୁବକ ଓ ତାଙ୍କର ୩ ବର୍ଷର ପୁଅ। ଯୁବକଙ୍କ ଡାହାଣ ଗୋଡ଼ଟି ପୂରା କଟି ଯାଇଛି। ଆଣ୍ଠୁ ତଳକୁ ଗୋଡ଼ଟି କଟି ଯାଇଛି। ପ୍ରାୟ ୩୦ ମିଟର ଦୂରରେ ରାସ୍ତାକଡ଼ରେ ପଡ଼ିଥିଲା କଟା ଗୋଡ଼।

ସୂଚନା ଅନୁସାରେ, ପଙ୍କୁଆ ଗ୍ରାମର ମନୋଜ ନାଏକ ତାଙ୍କର ୩ ବର୍ଷର ପୁଅକୁ ନେଇ ସାକେଣୀ ବଜାରକୁ ଯାଇଥିଲେ। ସେଠାରୁ ଘରକୁ ଫେରିବା ରାସ୍ତାରେ ଗୁଣ୍ଠାପାଯୁ ଛକ ନିକଟରେ ଏକ ଗାଡ଼ି ସେମାନଙ୍କୁ ଧକ୍କା ଦେଇ ଫେରାର ହୋଇଯାଇଥିଲା। ଫଳରେ ମନୋଜଙ୍କ ଡାହାଣ ଗୋଡ଼ଟି ସଂପୂର୍ଣ୍ଣ କଟି ଯାଇଛି।
ସ୍ଥାନୀୟ ଲୋକେ ବାପ-ପୁଅଙ୍କୁ ଉଦ୍ଧାର କରି ଅଟୋ ସାହାଯ୍ୟରେ ଦଶପଲ୍ଲା ମେଡିକାଲକୁ ପଠାଇଥିଲେ। ଖବର ପାଇ ଦଶପଲ୍ଲା ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିଲା। ଆଖପାଖରେ ଲାଗିଥିବା ସିସିଟିଭିଗୁଡ଼ିକୁ ପୁଲିସ୍ ଯାଞ୍ଚ କରୁଛି। ଦୁର୍ଘଟଣା ଘଟାଇଥିବା ଗାଡ଼ିକୁ ଧରିବାକୁ ପ୍ରୟାସ କରୁଛି ପୁଲିସ।
📲Get App