🔥 TRENDING बिलासपुर में गुरु नानक देव जी की 557 ज... ਸਿਆਸਤ ''ਚ ਐਂਟਰੀ ਕਰਨ ਜਾ ਰਹੀ ਅਦਾਕਾਰਾ ਤ੍ਰ... ਦੇਸ਼ ਦੇ ਪ੍ਰਧਾਨ ਮੰਤਰੀ ਸ਼੍ਰੀ ਨਰਿੰਦਰ ਮੌਦੀ... Vedanta Aims to Charge Premium Over LN... बौद्ध भिक्षुओं के बिच कठिन शिवरदान समा... Priyansh Arya's 181 marks second-highe...
24 Nov 2026•
ગુજરાતી मराठी ਪੰਜਾਬੀ বাংলা

ଯୁବ କଂଗ୍ରସ ସଦସ୍ୟତା ଓ ନିର୍ବାଚନ ପ୍ରକ୍ରିୟା ନେଇ ତାଲିମ କାର୍ଯ୍ୟକ୍ରମ ଭୁବନେଶ୍ୱର ପିସିସି କାର୍ଯ୍ୟାଳୟରେ ଅନୁଷ୍ଠିତ

✍️ Reporter: Suresh Ch Rath 🗓 24 Nov 2026, 05:11 PM 👁 22
Share: 💬 WhatsApp 📘 Facebook 𝕏 Post
ଭୁବନେଶ୍ୱର/ଗୁଣୁପୁର(୨୩/୧୧): ଓଡ଼ିଶା ଯୁବ କଂଗ୍ରେସର ସଦସ୍ୟତା ପ୍ରକ୍ରିୟା ଓ ନିର୍ବାଚନ ପରିଚାଳନାକୁ ସୁବ୍ୟବସ୍ଥିତ କରିବା ଲକ୍ଷ୍ୟରେ ଏକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଭୁବନେଶ୍ୱରସ୍ଥିତ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି (OPCC) କାର୍ଯ୍ୟାଳୟରେ ଗତକାଲି ଅନୁଷ୍ଠିତ ହୋଇଥିଲା।

ଏହି କାର୍ଯ୍ୟକ୍ରମରେ ଯୁବ କଂଗ୍ରେସର PRO ଶ୍ରୀ ଫଣୀନ୍ଦ୍ର କୁମାର ସିଂହ, ଓଡ଼ିଶା କଂଗ୍ରେସ ସଭାପତି ଶ୍ରୀ ଭକ୍ତ ଚରଣ ଦାସଙ୍କ ସମେତ ବିଭିନ୍ନ ସାଂଗଠନିକ ଅଧିକାରୀ ଓ ରାଜ୍ୟ ଯୁବ କଂଗ୍ରେସ ସଦସ୍ୟତା ପ୍ରକ୍ରିୟା ସହ ଜଡ଼ିତ କର୍ମକର୍ତ୍ତା ଯୋଗଦେଇଥିଲେ।

ଏଥିରେ ଗୁଣପୁରର ବିଧାୟକ ତଥା ଓଡ଼ିଶା ରାଜ୍ୟ ଯୁବ କଂଗ୍ରେସ ସଭାପତି ପ୍ରାର୍ଥୀ ଶ୍ରୀ ସତ୍ୟଜିତ ଗମାଙ୍ଗ, ଗୁଣପୁର ବ୍ଲକ ଯୁବ କଂଗ୍ରେସ ସଭାପତି ପ୍ରାର୍ଥୀ ଶ୍ରୀ କ୍ଲିଣ୍ଟନ ଶବର, ଗୁଣପୁର ବିଧାନସଭା ଯୁବ କଂଗ୍ରେସ ସଭାପତି ପ୍ରାର୍ଥୀ ଶ୍ରୀ ବିରେନ କୁମାର ସାହୁ, ଶ୍ରୀ ସୁମନ କୁମାର ପାଢ଼ୀ, ଶ୍ରୀ ଜିନୁ ଗମାଙ୍ଗ ଏବଂ ଶ୍ରୀ ଯଶବନ୍ତ ଶବର ତଥା ଯୁବ କଂଗ୍ରେସର ଯୁବ ନେତା ଶ୍ରୀ ଅଭିଷେକ ଶବର ଓ ଶ୍ରୀ ସାମୁଏଲ ରଇତ ଉପସ୍ଥିତ ଥିଲେ।

ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ରାଜ୍ୟ, ଜିଲ୍ଲା, ବିଧାନସଭା ଓ ବ୍ଲକସ୍ତରରେ ଯୁବ କଂଗ୍ରେସର ସଦସ୍ୟତା ପ୍ରକ୍ରିୟା ଓ ନିର୍ବାଚନ ସମ୍ପର୍କରେ ଆବଶ୍ୟକୀୟ ମାର୍ଗଦର୍ଶନ ଦିଆଯାଇଥିଲା।
Show less
📲Get App