Local
ବୃଦ୍ଧଙ୍କୁ ପିଟି ଦେଲା ବାଇକ୍, ରାସ୍ତା ଉପରେ ଚାଲିଗଲା ଜୀବନ
ଖଡ଼ିଆଳ-ନୂଆପଡ଼ା ରାସ୍ତାର ବରଗାଁ ଛକ ନିକଟରେ ବାଇକ୍ ଧକ୍କାରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ନାଁ ପୂର୍ଣ୍ଣଚନ୍ଦ୍ର ପୋଢ଼। ତାଙ୍କ ଘର ବେନ୍ଦ୍ରାବାହାଲ ଗାଁରେ।
ପଲସଦା ଗ୍ରାମର ରୁଦ୍ର ପୂଜାରୀ ବାଇକ୍ (ନମ୍ବର: OD 26 J 2714) ଯୋଗେ ଦ୍ରୁତଗତିରେ ଯାଉଥିବା ସମୟରେ ବରଗାଁ ଛକ ପାଖରେ ପୂର୍ଣ୍ଣଚନ୍ଦ୍ରଙ୍କୁ ଧକ୍କା ଦେଇଥିଲେ। ବାଇକ୍ ଧକ୍କାରେ ବୃଦ୍ଧ ଜଣଙ୍କ ରାସ୍ତା ଉପରେ ଛିଟିକି ପଡ଼ିଥିଲେ।
ସ୍ଥାନୀୟ ଲୋକେ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଏକ ବୋଲେରୋ ଯୋଗେ ଖଡ଼ିଆଳ ଉପଖଣ୍ଡ ଚିକିତ୍ସାଳୟକୁ ପଠାଇଥିଲେ। ତେବେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
ପୁଲିସ ଦୁର୍ଘଟଣାଗ୍ରସ୍ତ ବାଇକଟିକୁ ଜବତ କରିବା ସହ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇଛି। ସେହିପରି ବାଇକ୍ ଆରୋହୀଙ୍କୁ ଚିକିତ୍ସା ପାଇଁ ଖଡିଆଳ ଉପଖଣ୍ଡ ଚିକିତ୍ସାଳୟକୁ ନେଇଥିଲା। ତାଙ୍କର ମୁଣ୍ଡ ଓ ଗୋଡ଼ ଆଦିରେ ଆଘାତ ଲାଗିଛି।