🔥 TRENDING नारौली डांग के शिवालय पर अन्नकूट महाप्... वाराणसी के कैंट थाना ने धोखाधड़ी मामले... Andhra Dominates Assam in SMAT 2026 Th... 4,500 Runners Compete in 6th Assam Rif... Assam CM Meets PM Narendra Modi ମାଲକାନଗିରିରେ ଜିଲ୍ଲାସ୍ତରୀୟ ପଲ୍ସ ପୋଲିଓ ଅ...
22 Nov 2026•
ગુજરાતી मराठी ਪੰਜਾਬੀ বাংলা

ମାଲକାନଗିରିରେ ଜିଲ୍ଲାସ୍ତରୀୟ ପଲ୍ସ ପୋଲିଓ ଅଭିଯାନ ଆରମ୍ଭ, ୭୪ ହଜାରରୁ ଊର୍ଦ୍ଧ୍ୱ ଶିଶୁଙ୍କୁ ଟୀକାକରଣ ଲକ୍ଷ୍ୟ

✍️ Reporter: Sukumar Mandal 🗓 22 Nov 2026, 11:01 PM 👁 10
Share: 💬 WhatsApp 📘 Facebook 𝕏 Post
ମାଲକାନଗିରି, ୨୨ ନଭେମ୍ବର: ଶିଶୁମାନଙ୍କୁ ପୋଲିଓ ରୋଗରୁ ସୁରକ୍ଷିତ ରଖିବା ଉଦ୍ଦେଶ୍ୟରେ ଜିଲ୍ଲା ସ୍ୱାସ୍ଥ୍ୟ ସମିତି ଆନୁକୂଲ୍ୟରେ ଆଜି ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଜିଲ୍ଲାସ୍ତରୀୟ ସମନ୍ୱିତ ପଲ୍ସ ପୋଲିଓ ଟୀକାକରଣ ଅଭିଯାନର ଶୁଭାରମ୍ଭ ହୋଇଛି। ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ୍ ପ୍ରଥମେଶ ଅରବିନ୍ଦ ରାଜଶିର୍କେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶିଶୁମାନଙ୍କୁ ଦୁଇ ବୁନ୍ଦା ପୋଲିଓ ଔଷଧ ଖୁଆଇ ଏହି ଅଭିଯାନର ଉଦ୍‌ଘାଟନ କରିଥିଲେ।

ଏହି ଅଭିଯାନରେ ଜିଲ୍ଲାର ଜନ୍ମରୁ ୫ ବର୍ଷ ବୟସ ମଧ୍ୟରେ ପ୍ରାୟ ୭୪ ହଜାର ୫୪୨ ଜଣ ଶିଶୁଙ୍କୁ ପୋଲିଓ ବୁନ୍ଦା ପ୍ରଦାନ କରିବାକୁ ଲକ୍ଷ୍ୟ ରଖାଯାଇଛି। ଏଥିପାଇଁ ଜିଲ୍ଲାର ବିଭିନ୍ନ ଅଙ୍ଗନବାଡ଼ି କେନ୍ଦ୍ର ଓ ବିଦ୍ୟାଳୟ ପରିସରରେ ୭୫୨ଟି ଟୀକାଦାନ କେନ୍ଦ୍ର ସ୍ଥାପନ କରାଯାଇଛି। ଏହା ସହିତ ୫୨ଟି ମୋବାଇଲ୍ ଦଳ ଓ ୫୮ଟି ଟ୍ରାଞ୍ଜିଟ୍ ଦଳ ନିୟୋଜିତ ହୋଇଛନ୍ତି।

ଆଜି ଯେଉଁ ଶିଶୁମାନେ କୌଣସି କାରଣରୁ ପୋଲିଓ ବୁନ୍ଦା ନେବାରୁ ବଞ୍ଚିତ ହେବେ, ସେମାନଙ୍କୁ ଆସନ୍ତା ୨୩ ଓ ୨୪ ନଭେମ୍ବରରେ ଆଶାକର୍ମୀ, ଅଙ୍ଗନବାଡ଼ି କର୍ମୀ ଓ ସ୍ୱାସ୍ଥ୍ୟକର୍ମୀମାନେ ଘରକୁ ଘର ଯାଇ ପୋଲିଓ ବୁନ୍ଦା ପ୍ରଦାନ କରିବେ।

ଜିଲ୍ଲାର ଦୁର୍ଗମ ଓ ଅପହଞ୍ଚ ଅଞ୍ଚଳର କୌଣସି ଯୋଗ୍ୟ ଶିଶୁ ଯେପରି ଏହି ଅଭିଯାନରୁ ବାଦ୍ ପଡ଼ିବେ ନାହିଁ, ସେଥିପ୍ରତି ସ୍ୱତନ୍ତ୍ର ଯତ୍ନବାନ ହେବାକୁ ଜିଲ୍ଲାପାଳ ସ୍ୱାସ୍ଥ୍ୟ ବିଭାଗର ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏଥିସହ ସମସ୍ତ ଅଭିଭାବକ ନିଜ ଶିଶୁମାନଙ୍କୁ ନିକଟସ୍ଥ ପୋଲିଓ ବୁଥକୁ ଆଣି ଦୁଇ ବୁନ୍ଦା ପୋଲିଓ ଔଷଧ ଖୁଆଇବାକୁ ସେ ନିବେଦନ କରିଥିଲେ।

ଏହି ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡା. ମାନସ ରଞ୍ଜନ ପଣ୍ଡା, ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ ଡା. ଏମ୍. ଏମ୍. ଆବିଦ ହୁସେନ୍, ଅତିରିକ୍ତ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ (ପରିବାର କଲ୍ୟାଣ) ଡା. ମିନତୀ ମହାନ୍ତି, ଜାତୀୟ ସ୍ୱାସ୍ଥ୍ୟ ମିଶନର ଜିଲ୍ଲା କାର୍ଯ୍ୟକ୍ରମ ପରିଚାଳିକା ଡଃ ମୌସୁମୀ ମିଶ୍ର, ୟୁନିସେଫ୍‌ର ରାଜ୍ୟସ୍ତରୀୟ ପର୍ଯ୍ୟବେକ୍ଷକ ଚକ୍ରଧର ସାହୁଙ୍କ ସମେତ ସ୍ୱାସ୍ଥ୍ୟ ବିଭାଗର ବହୁ ଜିଲ୍ଲାସ୍ତରୀୟ ଅଧିକାରୀ ଓ କର୍ମଚାରୀ ଉପସ୍ଥିତ ଥିଲେ।

ଶିଶୁମାନଙ୍କ ସୁସ୍ଥ ଭବିଷ୍ୟତ ପାଇଁ ଶତପ୍ରତିଶତ ପୋଲିଓ ଟୀକାକରଣ ସୁନିଶ୍ଚିତ କରିବାକୁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏହି ଅଭିଯାନ ଚାଲୁ ରହିଛି।
📲Get App