ଓଡ଼ିଶା ଅଣ୍ଡର-୨୩ ଟି-୨୦ ଦଳରେ ମାଲକାନଗିରିର ସୁବୀର ସର୍ଦ୍ଦାର, ଜିଲ୍ଲା ପାଇଁ ଗର୍ବର ମୁହୂର୍ତ୍ତ
ମାଲକାନଗିରି, ୨୧ ନଭେମ୍ବର : ମାଲକାନଗିରି ଜିଲ୍ଲା ପାଇଁ ପୁଣି ଏକ ଗର୍ବ ଓ ଗୌରବର ମୁହୂର୍ତ୍ତ। ଜିଲ୍ଲାର ଉଦୀୟମାନ କ୍ରିକେଟର ସୁବୀର ସର୍ଦ୍ଦାର ଓଡ଼ିଶା ଅଣ୍ଡର-୨୩ ପୁରୁଷ ଟି-୨୦ କ୍ରିକେଟ୍ ଦଳରେ ସ୍ଥାନ ପାଇଛନ୍ତି। ବିସିସିଆଇର ଘରୋଇ କ୍ରିକେଟ୍ ସିଜନ ୨୦୨୬-୨୭ ପାଇଁ ଘୋଷିତ ଦଳରେ ତାଙ୍କ ଚୟନ ଜିଲ୍ଲାବାସୀଙ୍କ ମଧ୍ୟରେ ଆନନ୍ଦ ଓ ଉତ୍ସାହ ସୃଷ୍ଟି କରିଛି।
ସୁବୀର ଏହା ପୂର୍ବରୁ ମଧ୍ୟ ଓଡ଼ିଶା ଅଣ୍ଡର-୨୩ ଦଳରେ ଖେଳି ନିଜର କ୍ରୀଡ଼ା ପ୍ରତିଭାର ପରିଚୟ ଦେଇସାରିଛନ୍ତି। ନିରନ୍ତର ପରିଶ୍ରମ, ଶୃଙ୍ଖଳା ଏବଂ କ୍ରିକେଟ୍ ପ୍ରତି ଗଭୀର ନିଷ୍ଠା ତାଙ୍କୁ ଏହି ସଫଳତା ଦେଇଛି। ଏମ୍ଭି-୭୯ ସାବେରୀ କ୍ରିକେଟ୍ କ୍ଲବର ଜଣେ ପ୍ରତିଭାବାନ ଖେଳାଳି ଭାବେ ସେ ଦୀର୍ଘଦିନ ଧରି ଜିଲ୍ଲାସ୍ତରରେ ଉତ୍ତମ ପ୍ରଦର୍ଶନ କରିଆସୁଛନ୍ତି।
ତାଙ୍କର ଏହି ସଫଳତା କେବଳ ମାଲକାନଗିରି ଜିଲ୍ଲା ନୁହେଁ, କାଲିମେଳା ଓ ଏମ୍ଭି-୭୯ ଅଞ୍ଚଳ ପାଇଁ ମଧ୍ୟ ଗର୍ବର ବିଷୟ ପାଲଟିଛି। ମାଲକାନଗିରି ଭଳି ଉପାନ୍ତ ଜିଲ୍ଲାରେ ଅନେକ ଲୁକ୍କାୟିତ କ୍ରୀଡ଼ା ପ୍ରତିଭା ରହିଛନ୍ତି। ସେମାନଙ୍କୁ ଉପଯୁକ୍ତ ପ୍ରଶିକ୍ଷଣ, ଆବଶ୍ୟକୀୟ କ୍ରୀଡ଼ା ଭିତ୍ତିଭୂମି ଓ ସୁଯୋଗ ମିଳିଲେ ରାଜ୍ୟ ତଥା ଜାତୀୟସ୍ତରରେ ନିଜର ପ୍ରତିଭା ପ୍ରଦର୍ଶନ କରିପାରିବେ ବୋଲି ସୁବୀରଙ୍କ ସଫଳତା ପ୍ରମାଣିତ କରିଛି।
ସୁବୀରଙ୍କ ଏହି ଚୟନକୁ ନେଇ ଜିଲ୍ଲା କ୍ରିକେଟ୍ ଆସୋସିଏସନ, ମାଲକାନଗିରି ପକ୍ଷରୁ ତାଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଯାଇଛି। ଆଗାମୀ ଦିନରେ ସେ ନିଜର ବ୍ୟାଟିଂ ଓ ବୋଲିଂ ଦକ୍ଷତା ବଳରେ ଆହୁରି ସଫଳତା ହାସଲ କରି ମାଲକାନଗିରି ଜିଲ୍ଲା ସମେତ ଓଡ଼ିଶାର ଗୌରବ ବୃଦ୍ଧି କରିବେ ବୋଲି ଜିଲ୍ଲାବାସୀ ଆଶା ପ୍ରକାଶ କରିଛନ୍ତି।