🔥 ट्रेंडिंग કાકાબળીયા બાપુના મંદિરે અંબિકા તાલુકાન... સુરતના છાપરાભાઠા વિસ્તારમાં પતંગની દોર... અરેઠ તાલુકાના ધરમપોર ગામમાં દૂધ સહકારી... 21 નવેમ્બર 2026: સુરત અને તાપી જિલ્લાઓ... ધિ કોસંબા મર્કન્ટાઇલ કો-ઓપરેટિવ બેંકની... કોસંબા ગામમાં નેશનલ હાઇવે 48 પર અજાણ્ય...
22 नव. 2026•
ગુજરાતી मराठी ਪੰਜਾਬੀ বাংলা

ଜିଲ୍ଲାସ୍ତରୀୟ ସହୀଦ ଲକ୍ଷ୍ମଣ ନାୟକ ଜୟନ୍ତୀ ମହାସମାରୋହରେ ପାଳିତ ଆଦିବାସୀ ବୀରଙ୍କ ତ୍ୟାଗ, ସାହସ ଓ ଦେଶପ୍ରେମକୁ ମନେ ପକାଇଲେ ଅତିଥି

✍️ रिपोर्टर: Sukumar Mandal 🗓 22 नव. 2026, 11:17 PM 👁 18
शेयर करें: 💬 WhatsApp 📘 Facebook 𝕏 Post
ମାଲକାନଗିରି, ୨୨ ନଭେମ୍ବର : ମାଲକାନଗିରି ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ଆଜି ସ୍ଥାନୀୟ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ଜିଲ୍ଲାସ୍ତରୀୟ ସହୀଦ ଲକ୍ଷ୍ମଣ ନାୟକ ଜୟନ୍ତୀ ମହାସମାରୋହରେ ପାଳିତ ହୋଇଯାଇଛି। ଏହି ଅବସରରେ ମହାନ ସ୍ୱାଧୀନତା ସଂଗ୍ରାମୀ ସହୀଦ ଲକ୍ଷ୍ମଣ ନାୟକଙ୍କ ଦେଶପ୍ରେମ, ସାହସ, ତ୍ୟାଗ ଓ ସମାଜ ସଂସ୍କାରମୂଳକ ଚିନ୍ତାଧାରାକୁ ସ୍ମରଣ କରାଯାଇଥିଲା।

କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ବେଦବର ପ୍ରଧାନ ଯୋଗଦେଇ ସହୀଦଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଉପସ୍ଥିତ ଛାତ୍ରୀ ଓ ଅତିଥିମାନଙ୍କୁ ସମ୍ବୋଧିତ କରି ସେ କହିଥିଲେ ଯେ, ଭାରତର ସ୍ୱାଧୀନତା ସଂଗ୍ରାମରେ ଓଡ଼ିଶାର ଆଦିବାସୀ ସମାଜର ଅବଦାନ ଅତୁଳନୀୟ। ଅବିଭକ୍ତ କୋରାପୁଟ ଜିଲ୍ଲାରେ ଭାରତଛାଡ଼ ଆନ୍ଦୋଳନର ନେତୃତ୍ୱ ନେଇଥିବା ଲକ୍ଷ୍ମଣ ନାୟକଙ୍କ ଅସାଧାରଣ ଦେଶପ୍ରେମ, ଅଦମ୍ୟ ସାହସ ଓ ଅସୀମ ତ୍ୟାଗ ସମଗ୍ର ଜାତି ପାଇଁ ଗର୍ବର ବିଷୟ। ଯୁବପିଢ଼ି ତାଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ରାଷ୍ଟ୍ର ନିର୍ମାଣରେ ନିଜକୁ ସାମିଲ କରିବା ଉଚିତ ବୋଲି ସେ ଆହ୍ୱାନ ଦେଇଥିଲେ।

ସମ୍ମାନିତ ଅତିଥି ଭାବେ ଉପଜିଲ୍ଲାପାଳ ଦୁର୍ଯ୍ୟୋଧନ ଭୋଇ ଯୋଗଦେଇ କହିଥିଲେ ଯେ, ସହୀଦ ଲକ୍ଷ୍ମଣ ନାୟକ କେବଳ ଜଣେ ନିର୍ଭୀକ ସ୍ୱାଧୀନତା ସଂଗ୍ରାମୀ ନଥିଲେ, ବରଂ ସମାଜରୁ ଅନ୍ଧବିଶ୍ୱାସ ଓ କୁସଂସ୍କାର ଦୂର କରିବା ପାଇଁ ଆଜୀବନ ସଂଗ୍ରାମ କରିଥିଲେ। ତାଙ୍କର ସତ୍ୟନିଷ୍ଠା, ଶୃଙ୍ଖଳା ଓ ସମାଜ ସଂସ୍କାରମୂଳକ ଚିନ୍ତାଧାରାକୁ ଛାତ୍ରଛାତ୍ରୀମାନେ ନିଜ ଜୀବନରେ ଆପଣାଇବା ଆବଶ୍ୟକ।

ଅନ୍ୟତମ ଅତିଥି ଭାବେ ଜିଲ୍ଲା ଶିକ୍ଷା ଅଧିକାରୀ ଚିତ୍ତରଞ୍ଜନ ପାଣିଗ୍ରାହୀ, ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ ଦୁଷ୍ମନ୍ତ ଜେନା, ବିଧାୟକଙ୍କ ପ୍ରତିନିଧି ନିହାର ରୟ ଏବଂ କନ୍ଧ ସମାଜର ସଭାପତି ହରି ଗୋଲରୀ ପ୍ରମୁଖ ଯୋଗଦେଇ ସହୀଦ ଲକ୍ଷ୍ମଣ ନାୟକଙ୍କ ଜୀବନୀ ଓ ଆଦର୍ଶ ଉପରେ ଆଲୋକପାତ କରିଥିଲେ। ନିଶା ନିବାରଣ, ବାଲ୍ୟବିବାହ ଓ ଜାତିପ୍ରଥା ବିରୋଧରେ ତାଙ୍କର ସଂଗ୍ରାମ ସମ୍ପର୍କରେ ମଧ୍ୟ ଅତିଥିମାନେ ମତବ୍ୟକ୍ତ କରିଥିଲେ।

ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ପ୍ରମିଳା ମାଝୀ ସ୍ୱାଗତ ଭାଷଣ ପ୍ରଦାନ କରିବା ସହ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷା ମଧୁମିତା ମହାନ୍ତି ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ। ଏଥିରେ ବିଦ୍ୟାଳୟର ଅଧ୍ୟାପକ, ଅଧ୍ୟାପିକା ଓ ବହୁ ସଂଖ୍ୟାରେ ଛାତ୍ରୀ ଉପସ୍ଥିତ ଥିଲେ।
📲Get App