नौकरी
ପୁଲିସ୍ ପ୍ରଶାସନରେ ନୂଆ ଟ୍ରେଣ୍ଡ: ତଦନ୍ତ ସରିନି କି ଦୋଷମୁକ୍ତ ହୋଇନାହାନ୍ତି, ‘ମାନବିକତା ଦୃଷ୍ଟି’ରୁ ହଟାଇନେଲେ ନିଲମ୍ବନ,ଦେଲେ ଝାରପଡ଼ା ଜେଲ୍ ଦାୟିତ୍ୱ
ଚୌଦ୍ୱାର ଜେଲରୁ କଏଦୀ ଫେରାର ଘଟଣାରେ ନିଲମ୍ବିତ ମହିଳା ଜେଲରଙ୍କ ନିଲମ୍ବନ ଆଦେଶକୁ ଆଜି ଜେଲ୍ ପ୍ରଶାସନ ପ୍ରତ୍ୟାହାର କରିନେଇଛି। କେବଳ ନିଲମ୍ବନ ପ୍ରତ୍ୟାହାର ହୋଇନି ବରଂ ତାଙ୍କୁ ଗୁରୁତ୍ୱପୂର୍ଣ୍ଣ ଝାରପଡ଼ା ଜେଲ ଦାୟିତ୍ୱ ମଧ୍ୟ ଦିଆଯାଇଛି। ତେବେ ଯେଉଁ ମାମଲାର ତଦନ୍ତ ଏବେବି ଜାରି ରହିଛି ଓ ଜେଲ୍ ପ୍ରଶାସନ ଏପର୍ଯ୍ୟନ୍ତ ତାଙ୍କୁ କ୍ଲିନଚିଟ୍ ଦେଇନାହିଁ ସେହି ମାମଲାରେ କାହା ଚାପରେ ‘ମାନବିକତା ଦୃଷ୍ଟି’ର ଆଳ ଦେଖାଇ ନିଲମ୍ବନ ପ୍ରତ୍ୟାହାର କରିନିଆଗଲା ତାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି।ତତକାଳୀନ ଜେଲ୍ ଡିଜି ସୁଶାନ୍ତ ନାଥଙ୍କ ବିରୁଦ୍ଧରେ ଯୌନ ନିର୍ଯାତନା ଅଭିଯୋଗ ଆଣି ଚର୍ଚ୍ଚାରେ ଥିବା ମହିଳା ଜେଲର ସନ୍ତୋଷିନୀ ଦାଶଙ୍କୁ ଆଜି ପୁନଃଅବସ୍ଥାପିତ କରିବା ନିମନ୍ତେ ଜେଲ୍ ପ୍ରଶାସନ ଯେଉଁ ‘ମାନବିକତା ଦୃଷ୍ଟି’କୁ ଆଳ କରିଛି ତାହା ଏବେ ରାଜ୍ୟ ପ୍ରଶାସନରେ ଏକ ନୂଆ ଟ୍ରେଣ୍ଡ ତଥା ବିବାଦୀୟ ପରମ୍ପରା ସୃଷ୍ଟି କରିଥିବା ଚର୍ଚ୍ଚା ହେଉଛି।
ଜେଲ୍ ନିର୍ଦ୍ଦେଶାଳୟ ପକ୍ଷରୁ ଆଜି ପ୍ରକାଶିତ ନିର୍ଦ୍ଦେଶନାମା ଅନୁସାରେ, କର୍ତ୍ତବ୍ୟରେ ଅବହେଳା ଓ ଖରାପ ଆଚରଣ ଅଭିଯୋଗରେ କଣ୍ଟାବାଞ୍ଜି ଉପକାରାଗାରର ଜେଲର ସନ୍ତୋଷିନୀ ଦାଶଙ୍କୁ ଗତ ଫେବୃଆରୀ ୧୯ ତାରିଖରେ ନିଲମ୍ବିତ କରାଯାଇଥିଲା। ସେପ୍ଟେମ୍ବର ୮ ତାରିଖରୁ ତାଙ୍କ ବିରୋଧରେ ଓଡ଼ିଶା ବେସାମରିକ ସେବା ନିୟମାବଳୀ, ୧୯୬୨ର ନିୟମ ୧୫ ଅଧୀନରେ ବିଭାଗୀୟ ଶୃଙ୍ଖଳାଗତ ତଦନ୍ତ ଜାରି ରହିଛି। ତେବେ ତାଙ୍କ ବିରୁଦ୍ଧରେ ବିଭାଗୀୟ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହେବାଦିନ ସେ ନିଜର ପୁନଃନିଯୁକ୍ତି ପାଇଁ କରିଥିବା ଆବେଦନକୁ ବିଚାରକୁ ନେଇ ନଭେମ୍ବର ୧୯ତାରିଖରେ ଜେଲ୍ ପ୍ରଶାସନ ତାଙ୍କ ଉପରୁ 'ମାନବିକତା ଦୃଷ୍ଟିରୁ' ନିଲମ୍ବନକୁ ହଟାଇ ନେଇଛି। ବିଭାଗୀୟ ତଦନ୍ତର ଚୂଡ଼ାନ୍ତ ନିଷ୍ପତ୍ତି ନହେବା ପର୍ଯ୍ୟନ୍ତ ଏହି ନିଲମ୍ବନ ପ୍ରତ୍ୟାହାର ବଳବତ୍ତର ରହିବ ବୋଲି କୁହାଯାଇଛି। କେବଳ ସେତିକି ନୁହେଁ ତାଙ୍କୁ ହାଇପ୍ରୋଫାଇଲ ଭୁବନେଶ୍ୱର ସ୍ୱତନ୍ତ୍ର ଜେଲ (ଝାରପଡ଼ା)ରେ ଅବସ୍ଥାପିତ କରାଯାଇଛି। ୨୦୨୫ ଅକ୍ଟୋବର ୨ତାରିଖରେ ଚୌଦ୍ୱାର ଜେଲରୁ କଏଦୀ ଫେରାର(Odisha Jail Break) ହେବାବେଳେ ଶ୍ରୀମତୀ ଦାଶ ସେଠାରେ ଜେଲର ଭାବେ କାର୍ଯ୍ୟ କରୁଥିଲେ। ଏହି ବିବାଦ ବଢ଼ିବାରୁ ପ୍ରାଥମିକ ତଦନ୍ତ ପରେ ତାଙ୍କୁ କଣ୍ଟାବାଞ୍ଜି ସବଜେଲକୁ ବଦଳି କରାଯାଇଥିଲା।
ଖୋଳତାଡ଼ରୁ ଜଣାପଡ଼ିଛି ଯେ, ଶ୍ରୀମତୀ ଦାଶ ଗତ ଅକ୍ଟୋବର ୩୧ତାରିଖରେ ଚୌଦ୍ୱାର ଥାନାରେ ତତକାଳୀନ ଜେଲ୍ ଡିଜି ସୁଶାନ୍ତ କୁମାର ନାଥ ଓ ତାଙ୍କର ଜଣେ ବନ୍ଧୁଙ୍କ ବିରୁଦ୍ଧରେ ଯୌନ ନିର୍ଯାତନା ଅଭିଯୋଗ ରୁଜୁ କରିଥିଲେ। ୨୦୨୫ ମସିହା ଅଗଷ୍ଟ ଓ ସେପ୍ଟେମ୍ବର ମାସରେ ବରିଷ୍ଠ ଅଧିକାରୀଙ୍କ ଅନୈତିକ ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିବାରୁ ତାଙ୍କୁ ପ୍ରଶାସନିକ ଆକ୍ରୋଶର ଶିକାର ହେବାକୁ ପଡ଼ିଥିଲା ବୋଲି ସେ ଅଭିଯୋଗରେ ଦର୍ଶାଇଥିଲେ। ଅବଶ୍ୟ ଏହି ଅଭିଯୋଗ ପରେ ବରିଷ୍ଠ ଆଇପିଏସ୍ ଶ୍ରୀ ନାଥଙ୍କୁ ଜେଲ୍ ବିଭାଗରୁ ହଟାଇ ଦିଆଯାଇ ଗୃହ ବିଭାଗର ଓଏସଡି ଭାବେ ଅବସ୍ଥାପିତ କରାଯାଇଛି।
ମାତ୍ର ଚୌଦ୍ୱାର ଜେଲରୁ କଏଦୀ ଫେରାର ଘଟଣାରେ ତତକାଳୀନ ଜେଲର ଶ୍ରୀମତୀ ଦାଶଙ୍କ ଭୂମିକାର ତଦନ୍ତ ଏବେବି ଜାରି ରହିଥିବାବେଳେ ଜେଲ୍ ପ୍ରଶାସନ କାହା ଚାପରେ ତାଙ୍କ ଉପରୁ ନିଲମ୍ବନ ଆଦେଶ ପ୍ରତ୍ୟାହାର କଲା ତାକୁ ନେଇ ପ୍ରଶ୍ନ ଉଠିଛି।
ଶ୍ରୀମତୀ ଦାଶଙ୍କ ଉପରୁ ନିଲମ୍ବନ ଆଦେଶ ପ୍ରତ୍ୟାହାର ପାଇଁ ଯେଉଁ ‘ମାନବିକତା ଦୃଷ୍ଟି’ ର ଆଳ ଜେଲ୍ ପ୍ରଶାସନ ଦେଖାଇଛି ତାହା କ’ଣ ନିଜ ବିଭାଗର ଅନ୍ୟ ସମସ୍ତ ନିଲମ୍ବିତ କର୍ମଚାରୀ-ଅଫିସରଙ୍କ ପାଇଁ ପ୍ରଯୁଜ୍ୟ ନୁହେଁ କି? ସୁଶାନ୍ତଙ୍କ ସ୍ଥାନରେ ଏବେ ବରିଷ୍ଠ ଆଇପିଏସ୍ ସନ୍ତୋଷ ବାଲା ଜେଲ୍ ଡିଜି ଭାବେ କାର୍ଯ୍ୟରତ ଅଛନ୍ତି ଓ ମାତ୍ର ୨୦ଦିନ ନପୁରୁଣୁ ଶ୍ରୀମତୀ ଦାଶଙ୍କ ନିଲମ୍ବନ ଆଦେଶକୁ ହଟାଇ ଦେଇଛନ୍ତି। ଆଉ ଆଦେଶନାମାରେ ସ୍ପଷ୍ଟ ଭାବେ ଉଲ୍ଲେଖ ରହିଛି ଯେ, ବିଭାଗୀୟ ଶୃଙ୍ଖଳାଗତ ତଦନ୍ତର ଚୂଡ଼ାନ୍ତ ନିଷ୍ପତ୍ତି ନହେବା ପର୍ଯ୍ୟନ୍ତ ସନ୍ତୋଷିନୀ ଦାଶଙ୍କୁ ‘ମାନବିକତା ଦୃଷ୍ଟିରୁ’ ନିଲମ୍ବନରୁ ମୁକ୍ତ କରାଯାଇ ତତ୍କାଳ ସରକାରୀ ଚାକିରିରେ ଅବସ୍ଥାପିତ କରାଯାଉଛି ଓ ଭୁବନେଶ୍ୱର ସ୍ୱତନ୍ତ୍ର ଜେଲରେ ଖାଲିଥିବା ପଦବୀରେ ନିଯୁକ୍ତି ଦିଆଯାଉଛି। ଏହି ନିଲମ୍ବନ ପ୍ରତ୍ୟାହାର ଘଟଣା ଏବେ ମୋହନ ସରକାରଙ୍କ ପ୍ରଶାସନିକ ନୀତି ଓ ନିୟମର ସ୍ୱଚ୍ଛତା ଉପରେ ଗମ୍ଭୀର ପ୍ରଶ୍ନବାଚୀ ସୃଷ୍ଟି କରିଛି।
ଯଦିଓ ସରକାରୀ ନିୟମ ଅନୁଯାୟୀ ଦୀର୍ଘଦିନର ନିଲମ୍ବନ, ତଦନ୍ତରେ ବିଳମ୍ବ କିମ୍ବା କର୍ମଚାରୀଙ୍କ ଆର୍ଥକ ଓ ପାରିବାରିକ ପରିସ୍ଥିତିକୁ ଦୃଷ୍ଟିରେ ରଖି କର୍ତ୍ତୃପକ୍ଷ ନିଲମ୍ବନ ପ୍ରତ୍ୟାହାର କରିପାରନ୍ତି, କିନ୍ତୁ ପ୍ରତ୍ୟେକ ନିଲମ୍ବିତ ଅଧିକାରୀଙ୍କ କ୍ଷେତ୍ରରେ ସରକାର ଏଭଳି ‘ମାନବିକତା’ ଦେଖାଇପାରିବେ କି? ରାଜ୍ୟର ବିଭିନ୍ନ ବିଭାଗରେ ଶହ ଶହ କର୍ମଚାରୀ ଓ ଅଧିକାରୀ ସାମାନ୍ୟ ତ୍ରୁଟି କିମ୍ବା ଅଭିଯୋଗରେ ବର୍ଷବର୍ଷ ଧରି ନିଲମ୍ବିତ ହୋଇ ନ୍ୟାୟ ଅପେକ୍ଷାରେ ରହିଥିବାବେଳେ, ସେମାନଙ୍କ କ୍ଷେତ୍ରରେ ଏହି ‘ମାନବିକତା’ କାହିଁକି ଲାଗୁ ହେଉନାହିଁ ବୋଲି ପ୍ରଶ୍ନ ଉଠିଛି।
ଅନ୍ୟପକ୍ଷରେ ତଦନ୍ତ ଶେଷ ନହେବା ପୂର୍ବରୁ ଓ ଦୋଷମୁକ୍ତ ନହୋଇ ‘ମାନବିକତା ଦୃଷ୍ଟିରୁ’ ନିଲମ୍ବନ ପ୍ରତ୍ୟାହାର କରି ଏକ ଗୁରୁତ୍ୱପୂର୍ଣ୍ଣ ଓ ସମ୍ବେଦନଶୀଳ ପଦବୀରେ ନିଯୁକ୍ତି ଦେବା ଖୋଲାଖୋଲି ଭାବେ ପ୍ରଶାସନରେ ଏକ ନୂଆ ବିବାଦୀୟ ଟ୍ରେଣ୍ଡ ସୃଷ୍ଟି କରିଛି।
ଏହାଦ୍ୱାରା ଭବିଷ୍ୟତରେ କର୍ତ୍ତବ୍ୟରେ ଅବହେଳା କରୁଥିବା କିମ୍ବା ଶୃଙ୍ଖଳା ଭଙ୍ଗ କରୁଥିବା ଅନ୍ୟ ଅଧିକାରୀମାନେ ମଧ୍ୟ ସମାନ ଆଧାରରେ ଚାପ ସୃଷ୍ଟି କରି ନିଲମ୍ବନ ହଟାଇବାକୁ ବାଟ ପାଇଯିବେ।ଶାସକ ଦଳର ଜଣେ ପ୍ରଭାବଶାଳୀ ସାଂସଦଙ୍କ ଚାପରେ ଚେପା ହୋଇ ଜେଲ୍ ବିଭାଗ ଏଭଳି ନିଷ୍ପତ୍ତି ନେଇଛି ଯାହାକି ରାଜ୍ୟ ସରକାରଙ୍କ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନକୁ ଗୁରୁତ୍ୱହୀନ କରାଇଦେଇଛି ଓ ଭବିଷ୍ୟତରେ ଏହାର ପ୍ରତିକୂଳ ପ୍ରଭାବ ସରକାରଙ୍କୁ ମହଙ୍ଗା ପଡ଼ିପାରେ ବୋଲି ସାଧାରଣରେ ଚର୍ଚ୍ଚା ଜୋର ଧରିଛି।