🔥 TRENDING Rishijaan10kf आपके साथ Winter school holidays 2026-27: State-... Dera Bhagat chief Baba Gurinder Singh... ED to Submit Digital Evidence to CBI i... West Bengal government kicks off 2027-... J&K Chief Secretary Inspects Urban Dev...
20 Nov 2026•
ગુજરાતી मराठी ਪੰਜਾਬੀ বাংলা
Jobs & Career

୩୦ରେ ଅବସର ନେବାକୁ ବିନୟତୋଷଙ୍କୁ ଅନୁମତି

✍️ Reporter: Deepak Mahapatra 🗓 20 Nov 2026, 01:20 PM 👁 19
Share: 💬 WhatsApp 📘 Facebook 𝕏 Post
ଚଳିତ ମାସ ୩୦ ତାରିଖରେ ଅବସର ନେବାକୁ କ୍ରାଇମବ୍ରାଞ୍ଚ ଡିଜି ତଥା ପୁଲିସ୍ ମହାନିର୍ଦ୍ଦେଶକ (ଡିଜିପି) ଭାବେ ଅତିରିକ୍ତ ଦାୟିତ୍ୱ ତୁଲାଉଥିବା ବରିଷ୍ଠ ଆଇପିଏସ ଅଫିସର ବିନୟତୋଷ ମିଶ୍ରଙ୍କୁ ଅନୁମତି ଦେଇଛନ୍ତି ସରକାର। ଏନେଇ ଗୃହ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।

୧୯୯୩ ବ୍ୟାଚ୍‌ର ଆଇପିଏସ୍ ଅଫିସର ଶ୍ରୀ ମିଶ୍ର ୬୦ ବର୍ଷରେ ପଦାର୍ପଣ କରିବା ସହିତ ଚାକିରିରୁ ଅବସର ଗ୍ରହଣ କରିବେ। ଏହା ସହିତ ନୂଆ ଡିଜିପି ନିଯୁକ୍ତି ନେଇ ବିଳମ୍ବ ହେଉଥିବାରୁ ତାଙ୍କର ଚାକିରି କାଳକୁ ଆହୁରି ୩ ମାସ ବୃଦ୍ଧି କରାଯିବା ନେଇ ଯେଉଁ ଚର୍ଚ୍ଚା ହେଉଥିଲା, ତା’ର ଅନ୍ତ ଘଟିଛି।
ପୁଲିସ ମହାନିର୍ଦ୍ଦେଶକ (ଡିଜିପି) ୱାଇ.ବି ଖୁରାନିଆ ଅଗଷ୍ଟ ୧୬ ତାରିଖରେ ଚାକିରିରୁ ଅବସର ନେଇଥିବା ବେଳେ କ୍ରାଇମବ୍ରାଞ୍ଚ ଡିଜି ବିନୟତୋଷ ମିଶ୍ର ଡିଜିପି ଭାବେ ଅତିରିକ୍ତ ଦାୟିତ୍ୱ ଗ୍ରହଣ କରିଥିଲେ।
📲Get App