🔥 TRENDING Tripura High Court Orders NHIDCL to Su... Captain Sanjay’s New Merchant Navy Ini... Himachal CM Sukhu Defends Minister Neg... અમરેલી-સાવરકુંડલા હાઈવે પર એસ.ટી. બસના... Himachal Pradesh: India's Pharmacy Tur... आगरा में 198 दीपों से वीरांगना रानी लक...
20 Nov 2026•
ગુજરાતી मराठी ਪੰਜਾਬੀ বাংলা
Jobs & Career

ବିରୁପାକ୍ଷ ଅଗ୍ରୱାଲ ହତ୍ୟାକାଣ୍ଡ: ମୁଖ୍ୟ ଅଭିଯୁକ୍ତକୁ ସାହାଯ୍ୟ କରି ଫସିଗଲେ ହାବିଲଦାର; ଗିରଫ ହେବା ପରେ ଏସ୍‌ପି କଲେ ନିଲମ୍ବନ

✍️ Reporter: Deepak Mahapatra 🗓 20 Nov 2026, 01:02 PM 👁 36
Share: 💬 WhatsApp 📘 Facebook 𝕏 Post
ମୁଖ୍ୟ ଅଭିଯୁକ୍ତ ପ୍ରଧାନ ଶିକ୍ଷକ ସ୍ୱାଧୀନ ପ୍ରଧାନ ଫେରାର ରହିଥିବା ବେଳେ ଖାକିରେ ଲାଗିଛି ଦାଗ। ସ୍ୱାଧୀନ ପ୍ରଧାନଙ୍କୁ ଆଶ୍ରୟ ଦେବା ଓ ଫେରାର ହେବାରେ ସହଯୋଗ କରିବା ଅଭିଯୋଗରେ ଗିରଫ ହୋଇଛନ୍ତି ଜଣେ ପୁଲିସ ହାବିଲଦାର। ବୌଦ୍ଧ ଏସ୍‌ପି ତାଙ୍କୁ ନିଲମ୍ବନ ମଧ୍ୟ କରିଛନ୍ତି। ତାଙ୍କ ନାଁ ଦିଗନ୍ତ ପ୍ରଧାନ।
ଅଭିଯୋଗ ଅନୁସାରେ, କପଡ଼ା ବ୍ୟବସାୟୀ ବିରୁପାକ୍ଷ ଅଗ୍ରୱାଲଙ୍କୁ ହତ୍ୟା କରିବା ପରେ ମୁଖ୍ୟ ଅଭିଯୁକ୍ତ ସ୍ୱାଧୀନ ପ୍ରଧାନକୁ ଆଶ୍ରୟ ଦେଇଥିଲେ ହାବିଲଦାର ଦିଗନ୍ତ ପ୍ରଧାନ। ଏପରିକି ତାକୁ ଫେରାର ହେବାରେ ମଧ୍ୟ ସହଯୋଗ କରିଥିଲେ। ଜଣେ ପୁଲିସ କର୍ମଚାରୀଙ୍କ ଉପରେ ଏଭଳି ସଙ୍ଗୀନ ଅଭିଯୋଗ ଏବେ ଜିଲ୍ଲା ପୁଲିସକୁ ଅଡ଼ୁଆରେ ପକାଇଛି। ତେବେ ଦିଗନ୍ତ ପ୍ରଧାନଙ୍କ ବିରୋଧରେ ଏହା ପ୍ରଥମ ଅଭିଯୋଗ ନୁହେଁ। ପୂର୍ବରୁ ଅନୁଗୁଳ ଜିଲ୍ଲା କିଆକଟା ଥାନା ଅଞ୍ଚଳର ପନ୍ଥେଇ ମନ୍ଦିର ନିକଟରେ ନିଜକୁ ସିବିଆଇ ଅଧିକାରୀ କହି ରାତି ଅଧରେ ଲୋକଙ୍କୁ ଅଟକାଇ ଲୁଟପାଟ କରିବା ଘଟଣାରେ ମଧ୍ୟ ସେ ନିଲମ୍ବିତ ହୋଇଥିଲେ। ଆଉ ଏବେ ପୁଣି ଆଇନର ଜାଲରେ ସେ ଛନ୍ଦି ହୋଇଯାଇଛନ୍ତି।
ବ୍ୟବସାୟୀ ବିରୁପାକ୍ଷ ଅଗ୍ରୱାଲ ହତ୍ୟାକାଣ୍ଡରେ ପୂର୍ବରୁ ତିନି ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବା ବେଳେ ଏବେ ହାବିଲଦାର ଦିଗନ୍ତ ପ୍ରଧାନଙ୍କୁ ମଧ୍ୟ କୋର୍ଟ ଚାଲାଣ କରିଛି ପୁଲିସ। ଅନ୍ୟପଟେ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ପ୍ରଧାନ ଶିକ୍ଷକ ସ୍ୱାଧୀନ ପ୍ରଧାନ ଏବେ ବି ଫେରାର ଅଛନ୍ତି। ତାଙ୍କୁ ଧରିବା ପାଇଁ ପୁଲିସର ତନାଘନା ଜାରି ରହିଛି। ଖୁବଶୀଘ୍ର ମୁଖ୍ୟ ଅଭିଯୁକ୍ତକୁ ଗିରଫ କରାଯିବ ବୋଲି ପୁଲିସ ପକ୍ଷରୁ ସୂଚନା ମିଳିଛି। ଏବେ ବଡ଼ ପ୍ରଶ୍ନ, ଆଉ କେଉଁମାନଙ୍କର ଏହି ଘଟଣା ସହିତ ରହିଛି ସମ୍ପୃକ୍ତି? ତଦନ୍ତ ଆଗେଇ ଚାଲିଥିବା ବେଳେ ଆଗକୁ ଆଉ କେଉଁ ବଡ଼ ଖୁଲାସା ହେବ, ତାହା ଉପରେ ରହିଛି ସମସ୍ତଙ୍କ ନଜର।
📲Get App