🔥 TRENDING ચલાલા તાલુકાના ગોપાલગ્રામમાં વનકર્મી પ... रामपुर नहर में ब्रेक फेल होने से बाइक... ୨୦ ମଧ୍ୟାହ୍ନରେ ସ୍ଥଳଭାଗ ଛୁଇଁବ ବାତ୍ୟା, ପବ... ଭାଗିରଥି ମାଣ୍ଡାଙ୍ଗି ହତ୍ୟା ମାମଲା; ଭାସ୍କର... मुद्दा समाना पटियाला बस रूट का पिछले 4... ବାତ୍ୟା ଅର୍ଣ୍ଣବରେ ହୋଇଯାଇଥିଲେ ନିଖୋଜ, ୧୫...
17 Nov 2026•
ગુજરાતી मराठी ਪੰਜਾਬੀ বাংলা
Travel

ହଠାତ୍ ଚଳନ୍ତା ବସ୍‌ରୁ ବାହାରିଲା ଧୂଆଁ, ପରେ ଲାଗିଲା ନିଆଁ; ରାଉରକେଲା ରାସ୍ତାରେ ଜଳିଗଲା ବସ୍, ମୃତ୍ୟୁକୁ ମାତ୍ ଦେଲେ ୨୭ ଯାତ୍ରୀ

✍️ Reporter: Deepak Mahapatra 🗓 17 Nov 2026, 12:10 PM 👁 24
Share: 💬 WhatsApp 📘 Facebook 𝕏 Post
ରାଉରକେଲା: ରାସ୍ତା ଉପରେ ହଠାତ୍ ହୁତୁହୁତୁ ହୋଇ ଜଳିଗଲା ଘରୋଇ ବସ୍‌। ଅଳ୍ପକେ ବର୍ତ୍ତିଗଲା ୨୭ ଜଣ ଯାତ୍ରୀଙ୍କ ଜୀବନ। ରାଉରକେଲାର ହନୁମାନ ବାଟିକା ଛକ ନିକଟ ଗଡ଼ିଆଟୋଲା ଛକ ଟ୍ରାଫିକ୍ ସିଗ୍ନାଲ ନିକଟରେ ଘଟିଛି ଏହି ଭୟାବହ ଅଗ୍ନିକାଣ୍ଡ।

ସୂଚନା ଅନୁସାରେ, ସୁନ୍ଦରଗଡ଼ରୁ ରାଉରକେଲା ଆସୁଥିବା ଏକ ଘରୋଇ ବସ୍‌ରେ ହଠାତ୍ ନିଆଁ ଲାଗିଥିଲା। ଗଡ଼ିଆଟୋଲା ଛକ ଟ୍ରାଫିକ୍ ସିଗ୍ନାଲ ନିକଟରେ ବସ୍‌ଟି ଅଚଳ ହୋଇଯିବାରୁ ଡ୍ରାଇଭର ଓ ହେଲ୍ପର ବସ୍‌କୁ ଠେଲି ଠେଲି ସିଗ୍ନାଲ ପାର୍ କରାଉଥିଲେ। ଏହି ସମୟରେ ବସ୍‌ ତଳୁ ଧୂଆଁ ବାହାରୁଥିବା ଦେଖିବାକୁ ପାଇଥିଲେ।

କିଛି ସମୟ ମଧ୍ୟରେ ନିଆଁ ବ୍ୟାପିବାରୁ ବସ୍‌ରେ ଥିବା ୨୭ ଜଣ ଯାତ୍ରୀ ଭୟଭୀତ ହୋଇ ତୁରନ୍ତ ବସ୍‌ରୁ ଓହ୍ଲାଇ ପଡ଼ିଥିଲେ। ଫଳରେ ଏକ ବଡ଼ ଅଘଟଣ ଟଳିଯାଇଛି।

ଖବର ପାଇ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ଓ ପୋଲିସ୍ ଟିମ୍ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ବସ୍‌ରେ ନିଆଁ ଲାଗିବାର କାରଣ କ'ଣ, ତାହା ଜଣାପଡ଼ିନାହିଁ। ତେବେ ୨୭ ଜଣ ଯାତ୍ରୀ ସୁରକ୍ଷିତ ଭାବେ ବାହାରି ଆସିବା ଏକ ବଡ଼ ଆଶ୍ୱସ୍ତିର ବିଷୟ।
📲Get App