🔥 TRENDING West Bengal Sees 5 Police Shootings in... ದೇವದುರ್ಗದಲ್ಲಿ ರೈತರ ನೀರಿಗಾಗಿ ಹೋರಾಟಕ್ಕೆ... बाराबंकी में सांता ग्लोबल रजा का उर्स... Bihar husband discovers wife's affair;... News On AIR Delivers Breaking News Upd... ଦିଲ୍ଲୀରେ କ୍ରମାଗତ ୫ମ ଦିନ ପାଇଁ ଶସ୍ତା ହେଲ...
17 Nov 2026•
ગુજરાતી मराठी ਪੰਜਾਬੀ বাংলা
Politics

ଭାଗିରଥି ମାଣ୍ଡାଙ୍ଗି ହତ୍ୟା ମାମଲା; ଭାସ୍କର ରାଓଙ୍କୁ ବଡ଼ ଝଟ୍‌କା, ଜାମିନ ଖାରଜ କଲେ କୋର୍ଟ

✍️ Reporter: Deepak Mahapatra 🗓 17 Nov 2026, 12:28 PM 👁 13
Share: 💬 WhatsApp 📘 Facebook 𝕏 Post
ରାୟଗଡ଼ା: ବହୁଚର୍ଚ୍ଚିତ ୨୦୧୦ ମସିହାର ଭାଗିରଥି ମାଣ୍ଡାଙ୍ଗି ହତ୍ୟା ମାମଲାରେ ପୂର୍ବତନ ରାଜ୍ୟସଭା ସାଂସଦ ଏନ୍. ଭାସ୍କର ରାଓଙ୍କୁ ଲାଗିଛି ବଡ଼ ଝଟ୍‌କା। ତାଙ୍କ ଜାମିନ ଆବେଦନକୁ ଖାରଜ କରିଦେଇଛନ୍ତି ରାୟଗଡ଼ା ଜିଲ୍ଲା ଦୌରାଜଜ୍। ଫଳରେ ପୁଣିଥରେ ବିଚାର ବିଭାଗୀୟ ହାଜତକୁ ଫେରିଛନ୍ତି ଭାସ୍କର ରାଓ।

ଉଭୟ ପକ୍ଷର ଓକିଲଙ୍କ ଯୁକ୍ତି ଶୁଣିବା ପରେ କୋର୍ଟ ଜାମିନ ନାମଞ୍ଜୁର କରିଛନ୍ତି। ତେବେ ନିମ୍ନ ଅଦାଲତରୁ ନିରାଶ ହେବା ପରେ ଏବେ ଭାସ୍କର ରାଓ ଓଡ଼ିଶା ହାଇକୋର୍ଟଙ୍କ ଦ୍ୱାରସ୍ଥ ହେବା ନେଇ ଚର୍ଚ୍ଚା ଜୋର୍ ଧରିଛି।

ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ କରିଥିଲେ ଆତ୍ମସମର୍ପଣ

ସୂଚନା ଅନୁଯାୟୀ, ଗତ ୨୨ ଜାନୁଆରୀ ୨୦୨୬ରେ ଓଡ଼ିଶା ହାଇକୋର୍ଟ ଏହି ମାମଲାର ଅଭିଯୁକ୍ତମାନଙ୍କୁ ଆଗୁଆ ଜାମିନ ପ୍ରଦାନ କରିଥିଲେ। ଏହାକୁ ଚ୍ୟାଲେଞ୍ଜ କରି ମୂଳ ଅଭିଯୋଗକାରୀ ଜଗନ୍ନାଥ ମାଣ୍ଡାଙ୍ଗି ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ।

ମାମଲାର ଶୁଣାଣି କରି ସୁପ୍ରିମକୋର୍ଟ ହାଇକୋର୍ଟଙ୍କ ଆଗୁଆ ଜାମିନ ଆଦେଶକୁ ରଦ୍ଦ କରିବା ସହ ଦୁଇ ସପ୍ତାହ ମଧ୍ୟରେ ରାୟଗଡ଼ା ଏସଡିଜେଏମ୍ କୋର୍ଟରେ ଆତ୍ମସମର୍ପଣ କରିବାକୁ ଅଭିଯୁକ୍ତମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ।

ଜେଲ୍ ଗଲେ ସମସ୍ତ ଅଭିଯୁକ୍ତ

ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ମୁତାବକ ଚଳିତ ମାସ ୯ ତାରିଖରେ ଭାସ୍କର ରାଓ ରାୟଗଡ଼ା ଏସଡିଜେଏମ୍ କୋର୍ଟରେ ଆତ୍ମସମର୍ପଣ କରିଥିଲେ। ଏହା ସହ ଜାମିନ ପାଇଁ ଆବେଦନ କରିଥିଲେ। କିନ୍ତୁ ସେଠାରେ ମଧ୍ୟ ଜାମିନ ନମିଳିବାରୁ ତାଙ୍କୁ ଜେଲ୍ ଯିବାକୁ ପଡ଼ିଥିଲା। ଏହି ମାମଲାରେ ଭାସ୍କର ରାଓଙ୍କ ସମେତ ଇପିଲି ସନ୍ୟାସୀ ରାଜୁ, ଆଦିନାରାୟଣ ରାଓ, କେ. କ୍ରୀଷ୍ଣା ରାଓ ଏବଂ ପି. ଦିଲୀପ କୁମାର ଅଭିଯୁକ୍ତ ଅଛନ୍ତି।

ସମସ୍ତେ ଆତ୍ମସମର୍ପଣ କରିଥିବା ବେଳେ ଜାମିନ ଆବେଦନ ଖାରଜ ହେବା ପରେ ସେମାନଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଯାଇଛି। ଏବେ ସମସ୍ତଙ୍କ ନଜର ଓଡ଼ିଶା ହାଇକୋର୍ଟ ଉପରେ। ଭାସ୍କର ରାଓଙ୍କ ପରବର୍ତ୍ତୀ ଆଇନଗତ ପଦକ୍ଷେପ କ'ଣ ହେବ, ତାହାକୁ ନେଇ ରାୟଗଡ଼ା ରାଜନୈତିକ ଓ ଆଇନ ମହଲରେ ଚର୍ଚ୍ଚା।
📲Get App