🔥 TRENDING ଛତିଶଗଡ଼ରୁ ଆସି ଓଡ଼ିଶାରେ ପହଞ୍ଚିଛି ମହାବଳ;... ହଠାତ୍ ଚଳନ୍ତା ବସ୍‌ରୁ ବାହାରିଲା ଧୂଆଁ, ପରେ... शाहजहांपुर में नकटिया‑निगोही मार्ग पर... હૃદયદ્રાવક ઘટના: નશાખોર ડ્રાઇવરે સર્જી... ବଳ ଗୋଟାଉଛି ବାତ୍ୟା, ଆଜି ସନ୍ଧ୍ୟାରେ ନେବ ଭ... కంకిపాడు మండలం మంతెన గ్రామంలో వైఎస్ఆర్...
17 Nov 2026•
ગુજરાતી मराठी ਪੰਜਾਬੀ বাংলা
Local

ବ୍ରିଜ୍‌ରେ ପିଟି ହେଲା ବାଇକ, ଚାଲିଗଲା ୨ ଯୁବକଙ୍କ ଜୀବନ

✍️ Reporter: Deepak Mahapatra 🗓 17 Nov 2026, 12:04 PM 👁 19
Share: 💬 WhatsApp 📘 Facebook 𝕏 Post
ସାମ୍ନାକୁ ଆସିଛି ଅତ୍ୟନ୍ତ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାର ଭୟଙ୍କର ରୂପ। ବ୍ରିଜରେ ବାଇକ୍‌ ପିଟି ହୋଇ ଚାଲି ଯାଇଛି ୨ ଯୁବକଙ୍କ ଜୀବନ। ଗଞ୍ଜାମ ଜିଲ୍ଲା ସୋରଡ଼ା ଥାନା ପିପଳପଙ୍କା ଗାଁ ନିକଟରେ ଏପରି ଦୁଃଖଦ ଦୁର୍ଘଟଣା ଘଟିଛି। ରବିବାର ବିଳମ୍ବିତ ରାତିରେ ବାଇକ ଯୋଗେ ଦୁଇ ଯୁବକ ଘରକୁ ଫେରୁଥିବା ବେଳେ ଅଧା ବାଟରେ ସେମାନଙ୍କ ଜୀବନ ଚାଲି ଯାଇଛି।
ମୃତ ଦୁଇ ଯୁବକ ହେଲେ ସ୍ଥାନୀୟ ହାତୀଗଡ଼ା ଗାଁର ରିଣ୍ଟୁ ଗୌଡ଼ ଓ ମନୋଜ ପ୍ରଧାନ। ରବିବାର ଉଭୟ ଗୋଟିଏ ବାଇକରେ କୌଣସି କାମ ବଶତଃ ଲାହାଗଣ୍ଡା ଗାଁକୁ ଯାଇଥିଲେ। ସେଠାରେ କାମ ଶେଷ ହେବା ପରେ ଉଭୟ ସମାନ ବାଇକରେ ରାତି ବେଳା ଗାଁକୁ ବାହାରି ଥିଲେ।
କିନ୍ତୁ ଗାଁକୁ ଫେରୁଥିବା ବେଳେ ଅଧବାଟରେ ଘଟିଥିଲା ଅଘଟଣ। ହଠାତ୍‌ ପିପନପଙ୍କା ନିକଟ ଅଡାଙ୍ଗି ବ୍ରିଜ୍‌ରେ ପିଟି ହୋଇ ଯାଇଥିଲା ଦ୍ରୁତଗାମୀ ବାଇକ। ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ବାଇକଟି ପୂରା ଛିନଛତ୍ର ହୋଇଯାଇଛି।
ସେହିପରି ଘଟଣା ସ୍ଥଳରେ ମଧ୍ୟ ଜଣେ ଯୁବକ ପ୍ରାଣ ହରାଇଥିଲେ। ଆଉ ଜଣଙ୍କୁ ସ୍ଥାନୀୟ ଲୋକ ଓ ପୁଲିସ୍‌ ସହାୟତାରେ ସୋରଡା ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା। କିନ୍ତୁ ସେଠାରେ ତାଙ୍କର ମୃତ୍ୟୁ ଘଟିଛି।
ଖବର ପାଇ ସୋରଡା ପୁଲିସ୍‌ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଘଟଣା ବେଳେ କିଏ ଗାଡ଼ି ଚଳାଉଥିଲେ ଓ କେଉଁ ପରିସ୍ଥିତିରେ ଏତେ ବଡ଼ ଘଟଣା ଘଟିଲା, ଏବେ ପୁଲିସ ତା’ର ଛାନଭିନ କରୁଥିବା ଜଣାପଡ଼ିଛି।
ଏପଟେ ଗାଁର ଦୁଇ ଜଣ ଭେଣ୍ଡିଆ ଦୁର୍ଘଟଣାରେ ପ୍ରାଣ ହରାଇବା ଘଟଣାକୁ କେହି ବି ସହଜରେ ବିଶ୍ୱାସ କରିପାରୁ ନାହାନ୍ତି। ଘଟଣାକୁ ନେଇ ପୂରା ଗାଁରେ ଶୋକର ଚ୍ଛାୟା ଖେଳି ଯାଇଛି। ପରିବାର ଓ ବନ୍ଧୁବାନ୍ଧବ କେବଳ କାନ୍ଦିବାରେ ଲାଗିଛନ୍ତି।
ଶବ ବ୍ୟବଚ୍ଛେଦ ପରେ ପୁଲିସ୍‌ ଦୁଇ ମୃତଦେହକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରିବ। ଏହାପରେ ଗାଁରେ ଉଭୟଙ୍କ ଅନ୍ତିମ ସଂସ୍କାର ହେବ ବୋଲି ଗ୍ରାମବାସୀଙ୍କ ପକ୍ଷରୁ ସୂଚନା ମିଳିଛି।
📲Get App