🔥 TRENDING Online Voting Begins for Zee Keralam K... Netizens Claim Pakistan’s Got Latent M... Lauren Sánchez Calls Her Bell 429 Heli... ଆସନ୍ତା ୨୩ରୁ ରାଜ୍ୟବ୍ୟାପୀ ଅନିର୍ଦ୍ଦିଷ୍ଟ କ... Gorkhaland Demand: GNSS Leader to Begi... National Press Day 2026 Marked with Ce...
17 Nov 2026•
ગુજરાતી मराठी ਪੰਜਾਬੀ বাংলা
Local

ଛତିଶଗଡ଼ରୁ ଆସି ଓଡ଼ିଶାରେ ପହଞ୍ଚିଛି ମହାବଳ; ଦେବ୍ରିଗଡ଼ରେ ଠାବ ହୋଇଥିବା ବାଘର ପରିଚୟରେ ଲାଗିଲା NTCAର ମୋହର

✍️ Reporter: Deepak Mahapatra 🗓 17 Nov 2026, 12:12 PM 👁 20
Share: 💬 WhatsApp 📘 Facebook 𝕏 Post
ଦେବ୍ରିଗଡ଼: ଛତିଶଗଡ଼ରୁ ଓଡ଼ିଶା ଆସି ଦେବ୍ରିଗଡ଼ରେ ପହଞ୍ଚିଛି ମହାବଳ। ଦେବ୍ରିଗଡ଼ ଅଭୟାରଣ୍ୟରେ ଠାବ ହୋଇଥିବା ମହାବଳର ପରିଚୟକୁ ନିଶ୍ଚିତ କରିଛି ଜାତୀୟ ବ୍ୟାଘ୍ର ସଂରକ୍ଷଣ ପ୍ରାଧିକରଣ (NTCA)। ଏହି ବାଘଟି ଛତିଶଗଡ଼ର ଉଦନ୍ତୀ-ସୀତାନଦୀ ଟାଇଗର ରିଜର୍ଭରୁ ଆସିଥିବା ସ୍ପଷ୍ଟ ହୋଇଛି।

୨୦୨୫ରେ ସେଠାରେ କ୍ୟାମେରା ଟ୍ରାପ୍ ରେ କଏଦ ହୋଇଥିବା ବାଘଟି ଗତ ନଭେମ୍ବର ୯ ତାରିଖରେ ଦେବ୍ରିଗଡ଼ରେ ଠାବ ହୋଇଥିଲା। ଉଭୟ ସ୍ଥାନର କ୍ୟାମେରା ଟ୍ରାପ୍ ଫଟୋକୁ ଯାଞ୍ଚ କରିବା ସହ ବାଘର ଶରୀରରେ ଥିବା ଗାର ବା ଷ୍ଟ୍ରାଇପ୍ ପ୍ୟାଟର୍ନକୁ ମେଳ କରି ଏହାର ପରିଚୟ ନିଶ୍ଚିତ କରିଛି NTCA। ତେବେ ଅନୁଧ୍ୟାନ ପରେ ବାଘଟି ଛତିଶଗଡ଼ରୁ ଆସିଥିବା ସ୍ପଷ୍ଟ ହୋଇଛି।

NTCA ପକ୍ଷରୁ ଛତିଶଗଡ଼ ବନ୍ୟପ୍ରାଣୀ କର୍ତ୍ତୃପକ୍ଷଙ୍କଠାରୁ ମିଳିଥିବା କ୍ୟାମେରା ଟ୍ରାପ୍‌ ଫଟୋ ଏବଂ ଅନ୍ୟାନ୍ୟ ତଥ୍ୟର ଯାଞ୍ଚ କରାଯାଇଥିଲା। ବାଘର ଦେହରେ ଥିବା କଳା ଗାରର ଢାଞ୍ଚାକୁ ମେଳ କରି ଏହାର ପରିଚୟ ନିଶ୍ଚିତ କରାଯାଇଛି।

ତଥ୍ୟ ଅନୁସାରେ, ୨୦୨୫ ମସିହାରେ ଏହି ବାଘକୁ ଛତିଶଗଡ଼ର ଉଦନ୍ତୀ-ସୀତାନଦୀ ବ୍ୟାଘ୍ର ଅଭୟାରଣ୍ୟରେ ଦେଖିବାକୁ ମିଳିଥିଲା। ସେଠାରୁ ବାହାରି ବାଘଟି ପ୍ରଥମେ ବରନୱାପାରା ବନ୍ୟପ୍ରାଣୀ ଅଭୟାରଣ୍ୟକୁ ଯାଇଥିଲା। ପରେ ସେଠାରୁ ଓଡ଼ିଶାର ଦେବ୍ରିଗଡ଼ ଅଭୟାରଣ୍ୟକୁ ଆସିଥିବା ଜଣାପଡ଼ିଛି। ଅର୍ଥାତ୍ ଦୁଇଟି ରାଜ୍ୟର ବିଭିନ୍ନ ଜଙ୍ଗଲ ଅତିକ୍ରମ କରି ନିଜ ପାଇଁ ନୂଆ ଆବାସସ୍ଥଳୀ ଖୋଜି ଦେବ୍ରିଗଡ଼ରେ ପହଞ୍ଚିଛି ଏହି ମହାବଳ। ଏହି ଅଣ୍ଡିରା ମହାବଳର ବୟସ ପ୍ରାୟ ୫ ବର୍ଷ ବୋଲି ଆକଳନ କରାଯାଇଛି। ଏବେ ବାଘଟିର ପରବର୍ତ୍ତୀ ଗତିବିଧି ଉପରେ ତୀକ୍ଷ୍ଣ ନଜର ରଖିଛି ବନ ବିଭାଗ।
📲Get App