🔥 ट्रेंडिंग **दीपावली बाद खेतों में गेहूं बुवाई का... ನ.18 ರ ಬ್ಯಾಂಕ್ ಮುಷ್ಕರ ಹಿಂಪಡೆತ - ಎಲ್ಲಾ... விருதுநகர்: 19 வயது கல்லூரி மாணவர் வீர... देवन एकंबरम‑सुषा का तमिल गीत 'वरुवाई'... राजस्थान CET 2026 12वीं कक्षा का एडमिट... राजस्थान में सरपंच चुनाव: मतगणना में ह...
17 नव. 2026•
ગુજરાતી मराठी ਪੰਜਾਬੀ বাংলা
मनोरंजन

ସମୁଦ୍ର କୂଳ ଓ ଜଙ୍ଗଲ ଭିତରେ ରହିବାର ମଜା ନେବେ ପର୍ଯ୍ୟଟକ; ପ୍ରଥମ ପର୍ଯ୍ୟାୟରେ ୩ଟି ଇକୋ ରିଟ୍ରିଟ୍ ଉଦ୍‌ଘାଟନ କଲେ ଉପମୁଖ୍ୟମନ୍ତ୍ରୀ

✍️ रिपोर्टर: Deepak Mahapatra 🗓 17 नव. 2026, 12:58 PM 👁 18
शेयर करें: 💬 WhatsApp 📘 Facebook 𝕏 Post
ଭୁବନେଶ୍ୱର: ଓଡ଼ିଶାର ପର୍ଯ୍ୟଟନ କ୍ଷେତ୍ରକୁ ଆହୁରି ସମୃଦ୍ଧ କରିବା ସହ ସ୍ଥାନୀୟ ଲୋକଙ୍କ ପାଇଁ ରୋଜଗାରର ନୂଆ ସୁଯୋଗ ସୃଷ୍ଟି କରିବ ଇକୋ ରିଟ୍ରିଟ୍। ଏହାର ଯୋଜନା ଓ ପରିଚାଳନାରେ ସ୍ଥାନୀୟ ନିଯୁକ୍ତିକୁ ସର୍ବାଧିକ ପ୍ରାଥମିକତା ଦେବାକୁ ଗୁରୁତ୍ୱ ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା।

ଚଳିତ ପର୍ଯ୍ୟଟନ ଋତୁ ପାଇଁ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଇକୋ ରିଟ୍ରିଟ୍ ଶୁଭାରମ୍ଭ କରି ଏହା କହିଛନ୍ତି। ଓଡ଼ିଶା ସରକାରଙ୍କ ପର୍ଯ୍ୟଟନ ବିଭାଗ ପକ୍ଷରୁ ରାଜ୍ୟର ତିନୋଟି ପର୍ଯ୍ୟଟନସ୍ଥଳୀ ଯଥା ଦାରିଙ୍ଗବାଡ଼ି (କନ୍ଧମାଳ), ସାତକୋଶିଆ (କଟକ) ଓ ହୀରାକୁଦ (ସମ୍ବଲପୁର) ଠାରେ ଇକୋ ରିଟ୍ରିଟ୍ ୨୦୨୬-୨୭ର ଉଦ୍‌ଘାଟନ କରାଯାଇଛି। ଏହି ତିନୋଟି ସ୍ଥାନରେ ମୋଟ ୧୨୫ଟି ବିଳାସପୂର୍ଣ୍ଣ ଟେଣ୍ଟର ସ୍ଥାପନ କରାଯାଇଛି। ଏହା ପ୍ରକୃତି, ବିଳାସପୂର୍ଣ୍ଣ ଆତିଥ୍ୟ ଓ ଅନୁଭୂତିମୂଳକ ପର୍ଯ୍ୟଟନର ଏକ ନିଆରା ସମନ୍ଵୟ। ଏଠାରେ ପର୍ଯ୍ୟଟକମାନଙ୍କୁ ପାରମ୍ପରିକ ହୋଟେଲ୍‌ ଓ ରିସର୍ଟଠାରୁ ଭିନ୍ନ ଭାବେ ପ୍ରାକୃତିକ ପରିବେଶ ମଧ୍ୟରେ ବିଳାସପୂର୍ଣ୍ଣ ଟେଣ୍ଟ୍‌ ଆବାସ ସହିତ ଦୁଃସାହସିକ କାର୍ଯ୍ୟକଳାପ, ସ୍ଥାନୀୟ ଖାଦ୍ୟ ଓ ଆଞ୍ଚଳିକ ସଂସ୍କୃତିର ଅନୁଭୂତି ମିଳିପାରିବ।

ଗୁରୁବାର ପର୍ଯ୍ୟଟନ ଭବନଠାରେ ଆୟୋଜିତ ଏକ ବିଭାଗୀୟ ସମୀକ୍ଷା ବୈଠକରେ ଅଧ୍ୟକ୍ଷତା କରି ଉପମୁଖ୍ୟମନ୍ତ୍ରୀ ଏହି ନିର୍ଦ୍ଦେଶ ଦେଇଛନ୍ତି। ରାଜ୍ୟର ବିଭିନ୍ନ ପର୍ଯ୍ୟଟନସ୍ଥଳୀରେ ହେବାକୁ ଥିବା ଇକୋ ରିଟ୍ରିଟ୍‌ର ପ୍ରସ୍ତୁତି ଓ ପରିଚାଳନା ନେଇ ବୈଠକରେ ବିସ୍ତୃତ ଆଲୋଚନା ହୋଇଥିଲା।

ବୈଠକରେ ଗୁଣାତ୍ମକ ପର୍ଯ୍ୟଟନ ଭିତ୍ତିଭୂମି, ସୁଗମ ପରିଚାଳନା ଓ ପର୍ଯ୍ୟଟକଙ୍କୁ ଉନ୍ନତ ଅନୁଭୂତି ପ୍ରଦାନ ଉପରେ ଗୁରୁତ୍ୱ ଦିଆଯାଇଥିଲା। ଇକୋ ରିଟ୍ରିଟ୍ ଆୟୋଜନ ହେବାକୁ ଥିବା ସମସ୍ତ ସ୍ଥାନରେ ନିରବଚ୍ଛିନ୍ନ ବିଦ୍ୟୁତ୍ ସେବା, ଉନ୍ନତ ସଡ଼କ ସଂଯୋଗ ଏବଂ ଆବଶ୍ୟକୀୟ ଭିତ୍ତିଭୂମି ସୁବିଧା ସୁନିଶ୍ଚିତ କରିବାକୁ ସେ କହିଥିଲେ।

ସେହିପରି ଓଡ଼ିଶାରେ ସାହସିକ ପର୍ଯ୍ୟଟନକୁ ଅଧିକ ପ୍ରୋତ୍ସାହନ ଦେବା ପାଇଁ ସମ୍ଭାବ୍ୟ ସ୍ଥାନଗୁଡ଼ିକରେ ଆଡଭେଞ୍ଚର ସ୍ପୋର୍ଟସ୍ ଓ ବିଭିନ୍ନ ମନୋରଞ୍ଜନମୂଳକ କାର୍ଯ୍ୟକଳାପ ଆରମ୍ଭ କରିବାକୁ ପ୍ରସ୍ତାବ ରହିଛି। ଏହାସହ ସ୍ଥାନୀୟ କଳା, ସଂସ୍କୃତି ଓ ପରମ୍ପରାକୁ ଇକୋ ରିଟ୍ରିଟ୍‌ରେ ସ୍ଥାନ ଦେଇ ଓଡ଼ିଶାର ସମୃଦ୍ଧ ଐତିହ୍ୟକୁ ପର୍ଯ୍ୟଟକଙ୍କ ନିକଟରେ ପହଞ୍ଚାଇବାକୁ ଉପମୁଖ୍ୟମନ୍ତ୍ରୀ ଗୁରୁତ୍ୱ ଦେଇଥିଲେ।

ପର୍ଯ୍ୟଟକଙ୍କ ସୁରକ୍ଷା ଓ ସ୍ୱାସ୍ଥ୍ୟସେବାକୁ ମଧ୍ୟ ବିଶେଷ ପ୍ରାଥମିକତା ଦିଆଯାଇଛି। ଏଥିପାଇଁ ଇକୋ ରିଟ୍ରିଟ୍ ସ୍ଥଳରେ ସିସିଟିଭି ସର୍ଭେଲାନ୍ସ, ପର୍ଯ୍ୟାପ୍ତ ସୁରକ୍ଷାକର୍ମୀ, ପାରାମେଡିକ୍ ଏବଂ ପ୍ରାଥମିକ ସ୍ୱାସ୍ଥ୍ୟସେବା ବ୍ୟବସ୍ଥା ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି।

ଏହି ୮ଟି ସ୍ଥାନରେ ହେବ ଇକୋ ରିଟ୍ରିଟ୍

ଚଳିତ ଯୋଜନା ଅନୁଯାୟୀ, ଓଡ଼ିଶାର ୮ଟି ସ୍ଥାନରେ ଇକୋ ରିଟ୍ରିଟ୍ ଆୟୋଜନ କରିବାକୁ ପ୍ରସ୍ତାବ ରହିଛି। ସେଗୁଡ଼ିକ ହେଲା:

୧. କୋଣାର୍କ

୨. ସୋନାପୁର ବେଳାଭୂମି

୩. ଦାରିଙ୍ଗବାଡ଼ି

୪. ତାଳମାଳି (ନୂତନ)

୫. କୋଲାବ (ନୂତନ)

୬. ହୀରାକୁଦ

୭. ସାତକୋଶିଆ

୮. କୁସୁମବନ୍ଧ (ନୂତନ)

ଏହି ପଦକ୍ଷେପ ଦ୍ୱାରା ଓଡ଼ିଶାର ପର୍ଯ୍ୟଟନ ଆକର୍ଷଣ ବଢ଼ିବା ସହ ସ୍ଥାନୀୟ ଲୋକଙ୍କୁ ରୋଜଗାର ଓ ଆତ୍ମନିର୍ଭରଶୀଳ ହେବାର ନୂଆ ସୁଯୋଗ ମିଳିବା ଆଶା କରାଯାଉଛି।
📲Get App