🔥 TRENDING ମାଲକାନଗିରିରେ ହେବ ଶିଳ୍ପ ବିକାଶ, ସୃଷ୍ଟି ହ... Tripura CM Announces Efforts to Preser... Himachal Pradesh Weather: Kukumseri Hi... राष्ट्रीय प्रेस दिवस पर पत्रकारों के स... ଛତିଶଗଡ଼ରୁ ହଟିଲେ ଆଣ୍ଟି-ନକ୍ସଲ୍ ବାଟାଲିୟନ,... भोर, पुणे: शिवप्रतिष्ठान हिंदुस्थानने...
16 Nov 2026•
ગુજરાતી मराठी ਪੰਜਾਬੀ বাংলা
Sarkari Yojana

ଗୃହହୀନଙ୍କୁ ପକ୍କା ଘର ଯୋଗାଣ ପାଇଁ ନୂଆ ଅଭିଯାନ; ଫୁଲବାଣୀରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା-ଗ୍ରାମୀଣର ଜିଲ୍ଲାସ୍ତରୀୟ ଶୁଭାରମ୍ଭ

✍️ Reporter: Deepak Mahapatra 🗓 16 Nov 2026, 11:45 AM 👁 11
Share: 💬 WhatsApp 📘 Facebook 𝕏 Post
ଫୁଲବାଣୀ (କନ୍ଧମାଳ): ରାଜ୍ୟର ୭ ଲକ୍ଷ ଯୋଗ୍ୟ ପରିବାରଙ୍କୁ ପକ୍କା ଘର ଯୋଗାଇଦେବା ଲକ୍ଷ୍ୟରେ ଶନିବାର ବଲାଙ୍ଗୀର ଜିଲ୍ଲା ପଥରଚେପା ପଡ଼ିଆରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା-ଗ୍ରାମୀଣ (PMAY-G)ର ରାଜ୍ୟସ୍ତରୀୟ ଶୁଭାରମ୍ଭ ହୋଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ କେନ୍ଦ୍ରମନ୍ତ୍ରୀ ଶିବରାଜ ସିଂହ ଚୌହାନ ଏହି କାର୍ଯ୍ୟକ୍ରମରେ ଯୋଗଦେଇଥିବା ବେଳେ, ଏହାର ସିଧା ପ୍ରସାରଣ କନ୍ଧମାଳ ଜିଲ୍ଲା ସଦର ମହକୁମା ଫୁଲବାଣୀସ୍ଥିତ ଗାନ୍ଧୀ ସ୍ମୃତି ଭବନଠାରେ ଜିଲ୍ଲା ପ୍ରଶାସନ ପକ୍ଷରୁ କରାଯାଇଥିଲା।

ଜନପ୍ରତିନିଧି ଓ ହିତାଧିକାରୀଙ୍କ ଯୋଗଦାନ
ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ନିର୍ଦ୍ଦେଶକ୍ରମେ ଆୟୋଜିତ ଏହି ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ହିତାଧିକାରୀ, ଜନପ୍ରତିନିଧି ଓ ସାଧାରଣ ଲୋକେ ଯୋଗଦେଇ ବଲାଙ୍ଗୀର ମୁଖ୍ୟ ସମାରୋହର ସିଧା ପ୍ରସାରଣ ଦେଖିଥିଲେ। ଏହି କାର୍ଯ୍ୟକ୍ରମରେ ଫୁଲବାଣୀ ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଉମାଚରଣ ମଲ୍ଲିକ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ନନ୍ଦିନୀ ମଲ୍ଲିକ, ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ମାନଗୋବିନ୍ଦ ପ୍ରଧାନ, ଜିଲ୍ଲା ପରିଷଦ ଉପାଧ୍ୟକ୍ଷା ସାଧବାଣୀ ନାୟକ, ଫୁଲବାଣୀ ପଞ୍ଚାୟତ ସମିତି ଅଧ୍ୟକ୍ଷା ସସ୍ମିତା କହଁର, ଜି.ଉଦୟଗିରି ପଞ୍ଚାୟତ ସମିତି ଅଧ୍ୟକ୍ଷା ସୁଷମା ପ୍ରଧାନ, ରାଇକିଆ ପଞ୍ଚାୟତ ସମିତି ଅଧ୍ୟକ୍ଷା ରୀନା ପ୍ରଧାନ, ଟିକାବାଲି ପଞ୍ଚାୟତ ସମିତି ଅଧ୍ୟକ୍ଷ ଦିଲୀପ କହଁର ଏବଂ ଜିଲ୍ଲା ପରିଷଦ ସଭ୍ୟା ଅନିତା କହଁର ଓ ନମିତା କହଁର ପ୍ରମୁଖ ଉପସ୍ଥିତ ଥିଲେ।

ଗରିବଙ୍କ କଲ୍ୟାଣ ପାଇଁ ସରକାର ପ୍ରତିବଦ୍ଧ
ସଭାର ପ୍ରାରମ୍ଭରେ ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଶମ୍ଭୁନାଥ ନନ୍ଦୀ ସ୍ୱାଗତ ଭାଷଣ ଦେଇଥିଲେ। ଏହି ଅବସରରେ ବିଧାୟକ ଉମାଚରଣ ମଲ୍ଲିକ ଓ ମାନଗୋବିନ୍ଦ ପ୍ରଧାନ ଆବାସ ଯୋଜନାର ଗୁରୁତ୍ୱ ତଥା ଗ୍ରାମାଞ୍ଚଳର ଗରିବ ପରିବାରଙ୍କ ପାଇଁ ଏହାର ଉପାଦେୟତା ସମ୍ପର୍କରେ ଆଲୋକପାତ କରିଥିଲେ। ମୋଦୀ ସରକାର ଗରିବଙ୍କ କଲ୍ୟାଣ ପାଇଁ ଅନେକ ଜନହିତକର ଯୋଜନା କାର୍ଯ୍ୟକାରୀ କରୁଛନ୍ତି ବୋଲି ବିଧାୟକ ଶ୍ରୀ ମଲ୍ଲିକ ମତବ୍ୟକ୍ତ କରିଥିଲେ। ଏଥିସହ ଅନ୍ୟାନ୍ୟ ବକ୍ତାମାନେ ମଧ୍ୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ କଲ୍ୟାଣକାରୀ ଯୋଜନା ସମ୍ପର୍କରେ ଲୋକଙ୍କୁ ସୂଚନା ଦେଇଥିଲେ। ଶେଷରେ ଫୁଲବାଣୀ ବିଡିଓ ସୌମ୍ୟ ରଞ୍ଜନ ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ।
📲Get App