🔥 TRENDING Heavy Snowfall Blankets Adi Kailash, O... Karnataka CM Vijay heads to Delhi for... ਹਰ ਸਾਲ ਦੀ ਤਰ੍ਹਾਂ ਇਸ ਸਾਲ ਵੀ ਸਰਦਾਰ ਨਿਰਮਲ... NEED24 NEWS Delhi’s Air Quality Improves Despite L... ସୃଷ୍ଟି ହେଲା ଗଭୀର ଅବପାତ, ଆଜି ସନ୍ଧ୍ୟା ସୁ...
16 Nov 2026•
ગુજરાતી मराठी ਪੰਜਾਬੀ বাংলা
Sarkari Yojana

ଆବାସ’ ବଂଟନର ଶୁଭାରମ୍ଭ, ଆଉ ଲକ୍ଷେ ଘର ମଞ୍ଜୁର: ସବୁ ପଂଚାୟତକୁ ମିଳିବ ୧ରୁ ୨ କୋଟି ଟଙ୍କା, ମାଫିଆରାଜକୁ କଲେ ଟାର୍ଗେଟ୍

✍️ Reporter: Deepak Mahapatra 🗓 16 Nov 2026, 11:28 AM 👁 23
Share: 💬 WhatsApp 📘 Facebook 𝕏 Post
ଓଡ଼ିଶାର ଗରିବ, ଚାଷୀ ଓ ମହିଳାମାନଙ୍କ ସଶକ୍ତିକରଣ ପାଇଁ ଆଜି ବଡ଼ ଘୋଷଣା କରିଛନ୍ତି କେନ୍ଦ୍ର କୃଷି ଓ ଗ୍ରାମୀଣ ବିକାଶ ମନ୍ତ୍ରୀ ଶିବରାଜ ସିଂ ଚୌହ୍ୱାନ। ବଲାଙ୍ଗୀରଠାରେ ଆୟୋଜିତ ‘ପ୍ରଧାନମନ୍ତ୍ରୀ ଆବାସ ଯୋଜନା-ଗ୍ରାମୀଣ’ର ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଉପସ୍ଥିତିରେ ଓଡ଼ିଶା ପାଇଁ ପୂର୍ବରୁ ମଞ୍ଜୁର ହୋଇଥିବା ୪ଲକ୍ଷ ‘ଆବାସ’ ଘର ବ୍ୟତୀତ ତତ୍କାଳ ଆଉ ଏକ ଲକ୍ଷ ଘର ମଞ୍ଜୁର କରିଛନ୍ତି ଶ୍ରୀ ଚୌହ୍ୱାନ। ଆଜି ଏହି ୫ଲକ୍ଷ ‘ଆବାସ’ ଘର ବଂଟନ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଛି।
ଏହି କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ଚୌହ୍ୱାନ ପୂର୍ବ ନବୀନ ପଟ୍ଟନାୟକ ସରକାରକୁ କଡ଼ା ସମାଲୋଚନା କରି ବିଜେଡି ସରକାରରେ ଚାଲିଥିବା ମାଫିଆରାଜର ଅନ୍ତ ହୋଇଛି ବୋଲି କହିଛନ୍ତି। ରାଜ୍ୟରେ ସମସ୍ତଙ୍କ ମୁଣ୍ଡରେ ପକ୍କାଘର ହେବ ଓ ବିକାଶ ପାଇଁ ପ୍ରତି ପଂଚାୟତକୁ ୧ରୁ ୨କୋଟି ଟଙ୍କାର ଅନୁଦାନ ଦିଆଯିବ ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ଚୌହ୍ୱାନ ଘୋଷଣା କରିଛନ୍ତି।
ବଲାଙ୍ଗୀରରେ ରାଜ୍ୟସ୍ତରୀୟ ସମାରୋହକୁ ସମ୍ବୋଧିତ କରି କେନ୍ଦ୍ରମନ୍ତ୍ରୀ ଶ୍ରୀ ଚୌହ୍ୱାନ ପୂର୍ବ ସରକାରଙ୍କ କାର୍ଯ୍ୟଧାରା ଉପରେ ଶାଣିତ ଆକ୍ରମଣ କରିଥିଲେ। ପୂର୍ବ ଚୟନ ପ୍ରକ୍ରିୟାରେ ବ୍ୟାପକ ଅନିୟମିତତା ଯୋଗୁଁ ଅଯୋଗ୍ୟ ବ୍ୟକ୍ତି ଓ ପୂର୍ବରୁ ପକ୍କାଘର ଥିବା ଲୋକଙ୍କ ନାମ ହିତାଧିକାରୀ ତାଲିକାରେ ସ୍ଥାନ ପାଇଥିଲା, ଅଥଚ ପ୍ରକୃତ ଗରିବ ପରିବାରଗୁଡ଼ିକ ଆବାସ ଯୋଜନାରୁ ବଂଚିତ ହୋଇ ରହିଥିଲେ ବୋଲି ସେ ଅଭିଯୋଗ କରିଥିଲେ।
ଏହି ଅନ୍ୟାୟର ପ୍ରତିକାର ପାଇଁ କେନ୍ଦ୍ର ସରକାର ଏକ ନୂଆ ତଥା ସଠିକ୍ ସର୍ଭେ ସୁନିଶ୍ଚିତ କରିଛନ୍ତି, ଯାହାଦ୍ୱାରା ବଂଚିତ ହୋଇଥିବା ସମସ୍ତ ଯୋଗ୍ୟ ହିତାଧିକାରୀଙ୍କୁ ଚିହ୍ନଟ କରାଯାଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱାଧୀନ ବିଜେପି ସରକାରରେ ଏବେ କୌଣସି ଗରିବ ପରିବାର କଚ୍ଚା ଝୁମ୍ପୁଡ଼ି ଘରେ ରହିବେ ନାହିଁ ଓ ପର୍ଯ୍ୟାୟକ୍ରମେ ସମସ୍ତଙ୍କୁ ପକ୍କା ଘର ଯୋଗାଇ ଦିଆଯିବ। ଭବିଷ୍ୟତରେ ଓଡ଼ିଶାକୁ ଆହୁରି ଅଧିକ ଘର ଦିଆଯିବ। କେବଳ ଘର ନୁହେଁ, ବରଂ ଘର ଛାତ ଉପରେ ସୋଲାର ପ୍ୟାନେଲ୍ ଲଗାଇବା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ମିଳିତ ଭାବେ ସବସିଡି ଯୋଗାଇ ଦେବେ, ଯାହାଦ୍ୱାରା ବିଜୁଳି ବିଲ୍ ଶୂନ ହେବା ସହ ଅତିରିକ୍ତ ବିଜୁଳି ବିକ୍ରି କରି ଲୋକେ ରୋଜଗାର କରିପାରିବେ।
ଏଥିସହ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଆରମ୍ଭ ହୋଇଥିବା ଦାରିଦ୍ର‌୍ୟ ଦୂରୀକରଣ ପାଇଲଟ୍ ପ୍ରୋଜେକ୍ଟ ଓଡ଼ିଶାରେ ବଲାଙ୍ଗୀର ମାଟିରୁ ହିଁ ଆରମ୍ଭ କରାଯିବ ବୋଲି କେନ୍ଦ୍ରମନ୍ତ୍ରୀ ବଡ଼ ଘୋଷଣା କରିଛନ୍ତି। ରାଜ୍ୟରେ ପୂର୍ବ ସରକାରରେ ଚାଲିଥିବା ବିଭିନ୍ନଧରଣର ମାଫିଆ ନେଟୱର୍କକୁ ସମ୍ପୂର୍ଣ୍ଣ ଧ୍ୱଂସ କରାଯାଇ ସ୍ୱଚ୍ଛ ଶାସନ ପ୍ରତିଷ୍ଠା କରାଯାଇଛି ବୋଲି ସେ ଦୃଢ଼ୋକ୍ତି ବ୍ୟକ୍ତ କରିଥିଲେ।
‘ବିକଶିତ ଭାରତ-ଜି ରାମ ଜି’ ଯୋଜନା ଅଧୀନରେ ଚଳିତ ବର୍ଷ ଓଡ଼ିଶାକୁ ପ୍ରାୟ ୪ହଜାର କୋଟି ଟଙ୍କା ମିଳିବ। ରାଜ୍ୟର ପ୍ରତି ପଂଚାୟତକୁ ବାର୍ଷିକ ୨୫ରୁ ୫୦ ଲକ୍ଷ ଟଙ୍କା ଓ୫ ବର୍ଷରେ ଛୋଟ ପଂଚାୟତକୁ ୧ କୋଟି ଓ ବଡ଼ ପଂଚାୟତକୁ ୨ କୋଟି ଟଙ୍କା ପର୍ଯ୍ୟନ୍ତ ବିକାଶମୂଳକ କାର୍ଯ୍ୟ ପାଇଁ ମିଳିବ।
ଏହି ପାଣ୍ଠିରେ ଗାଁରେ ରାସ୍ତା, ନାଳ, ସ୍କୁଲ, ପଂଚାୟତ ଭବନ, ଚାଷ ଜମିକୁ ରାସ୍ତା ଓ ଜଳ ସଂରକ୍ଷଣ ପାଇଁ ପୋଖରୀ ନିର୍ମାଣ କରାଯିବ। ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନାର ଚତୁର୍ଥ ପର୍ଯ୍ୟାୟରେ ୧୭୦୦ କିମି ରାସ୍ତା ମଞ୍ଜୁର ହେବା ପରେ ଏବେ ବାକି ରହିଥିବା ସମସ୍ତ ଗାଁକୁ ପକ୍କା ସଡ଼କ ଦ୍ୱାରା ଯୋଡ଼ାଯିବ ବୋଲି କହିଛନ୍ତି।
‘ସୁଭଦ୍ରା ଯୋଜନା’ ଅଧୀନରେ ବାର୍ଷିକ ୧୦ ହଜାର ଟଙ୍କା ମିଳିବା ଯୋଗୁ ଓଡ଼ିଶାର ଭଉଣୀମାନଙ୍କର ଆତ୍ମବିଶ୍ୱାସ ଓ ସମ୍ମାନ ବୃଦ୍ଧି ପାଇଛି। ଓଡ଼ିଶା ନିର୍ଦ୍ଧାରିତ ସମୟର ଗୋଟିଏ ବର୍ଷ ପୂର୍ବରୁ ୨୯ ଲକ୍ଷ ଭଉଣୀଙ୍କୁ ‘ଲକ୍ଷପତି ଦିଦି’ ବନାଇବାରେ ସଫଳ ହୋଇଛି। ଏଣିକି ଏକାକୀ ବ୍ୟବସାୟ କରିବାକୁ ଚାହୁଁଥିବା ମହିଳାଙ୍କୁ ମଧ୍ୟ ବିନା ଅସୁବିଧାରେ ଋଣ ମିଳିବ।
ଚାଷୀଙ୍କ କଲ୍ୟାଣ ପାଇଁ ବଲାଙ୍ଗୀରରେ ଶିଳାନ୍ୟାସ ହୋଇଥିବା ନୂଆ କୃଷି କଲେଜକୁ ଆଇସିଏଆର୍ ସହଯୋଗରେ ଦେଶର ସର୍ବଶ୍ରେଷ୍ଠ କୃଷି କଲେଜ ଭାବେ ଗଢ଼ି ତୋଳାଯିବ ଓ ଚାଷ ଜମି ଉପରେ ସୋଲାର ପ୍ୟାନେଲ୍ ଲଗାଇ ତଳେ ପନିପରିବା ଓ ଫଳ ଚାଷ କରିବାର ସ୍ୱତନ୍ତ୍ର ଯୋଜନା ଅଣାଯିବ ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ଚୌହ୍ୱାନ କହିଥିଲେ।
ଏହି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି ଯେ, ସମସ୍ତଙ୍କ ମୁଣ୍ଡ ଉପରେ ପକ୍କା ଛାତ ଯୋଗାଇ ଦେବା ସରକାରଙ୍କର ସର୍ବୋଚ୍ଚ ପ୍ରାଥମିକତା। ୨୦୧୪-୧୫ ଆର୍ôଥକ ବର୍ଷରୁ ରାଜ୍ୟରେ ବିଭିନ୍ନ ଗ୍ରାମୀଣ ଆବାସ ଯୋଜନାରେ ୪୧ ଲକ୍ଷରୁ ଅଧିକ ପକ୍କା ଘର ନିର୍ମାଣ ଶେଷ ହୋଇଥିବାବେଳେ ଗତ ଦୁଇ ବର୍ଷ ମଧ୍ୟରେ ୫ ଲକ୍ଷ ୬୬ ହଜାରରୁ ଅଧିକ ଘର ସମ୍ପୂର୍ଣ୍ଣ ହୋଇଛି । ପ୍ରଧାନମନ୍ତ୍ରୀ ଆବାସ-ଗ୍ରାମୀଣ ଅଧୀନରେ ମଞ୍ଜୁର ହୋଇଥିବା ୨୮ ଲକ୍ଷ ୬ ହଜାର ଘର ମଧ୍ୟରୁ ୨୫ ଲକ୍ଷ ୫୮ ହଜାର ଘର ନିର୍ମାଣ ସରିଛି। ଆଉ ସେଥିରେ ଶୌଚାଳୟ, ପାନୀୟ ଜଳ, ରନ୍ଧନ ଗ୍ୟାସ୍ ଓ ବିଦ୍ୟୁତ୍ ଭଳି ମୌଳିକ ସୁବିଧା ଯୋଗାଇ ଦିଆଯାଉଛି।
ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ବଲାଙ୍ଗୀର ଜିଲ୍ଲା ପାଇଁ ପ୍ରାୟ ୧୭୬ କୋଟି ଟଙ୍କାର ୧୬୦ଟି ପ୍ରକଳ୍ପର ଶୁଭ ଉଦଘାଟନ ଓ ୭୩୫ କୋଟି ଟଙ୍କା ମୂଲ୍ୟର ୮୮ଟି ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଉପମୁଖ୍ୟମନ୍ତ୍ରୀ କେଭି ସିଂଦେଓ,ମନ୍ତ୍ରୀ ରବି ନାରାୟଣ ନାଏକ ଓ ମୁକେଶ ମହାଲିଙ୍ଗଙ୍କ ସମେତ ସାଂସଦ, ବିଧାୟକ ଓ ସରକାରୀ ଅଧିକାରୀମାନେ ଉପସ୍ଥିତ ଥିଲେ।
📲Get App