🔥 TRENDING ਮੁੱਦਾ ਕਮੇਟੀ ਦਾ ਫੈਸਲਾ Dhan ka mandi me hui ladai ମେଡିକାଲ୍‌ ଛାତ ଉପରୁ ଡେଇଁ ରୋଗୀଲେ ରୋଗୀ, ମ... बंडा (शाहजहांपुर): थाना क्षेत्र के गां... ଓଡ଼ିଶାକୁ ଛୁଇଁଲା ଶୀତ; ୧୨.୨ ଡିଗ୍ରୀକୁ ଖସି... କାଳୀପୂଜା ମେଳାରେ ଭୟାବହ ଅଗ୍ନିକାଣ୍ଡ , ନିଆ...
14 Nov 2026•
ગુજરાતી मराठी ਪੰਜਾਬੀ বাংলা
Local

କାଳୀପୂଜା ମେଳାରେ ଭୟାବହ ଅଗ୍ନିକାଣ୍ଡ , ନିଆଁରେ ପୋଡ଼ି ପାଉଁଶ ହୋଇଗଲା ଲକ୍ଷାଧିକ ଟଙ୍କାର ସମ୍ପତ୍ତି

✍️ Reporter: Deepak Mahapatra 🗓 14 Nov 2026, 02:49 PM 👁 22
Share: 💬 WhatsApp 📘 Facebook 𝕏 Post
ଜଳେଶ୍ୱର : କାଳୀପୂଜା ମେଳାରେ ଭୟାବହ ଅଗ୍ନିକାଣ୍ଡ। ହୁତୁହୁତୁ ହୋଇ ଜଳିଗଲା ୧୦ରୁ ଅଧିକ ଅସ୍ଥାୟୀ ଦୋକାନ। ନିଆଁରେ ପୋଡ଼ି ପାଉଁଶ ହୋଇଗଲା ଦୋକାନରେ ଥିବା ବିଭିନ୍ନ ସାମଗ୍ରୀ। ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଥିବା ଆକଳନ କରାଯାଉଛି। ଏଭଳି ଅଘଟଣ ଘଟିଛି ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ ଖଳାବଡ଼ିଆ ଗ୍ରାମସ୍ଥିତ ଭୋଗରାଇ ଲକ୍‌ ନିକଟ କାଳୀପୂଜା ମେଳାରେ। ବିଦ୍ୟୁତ୍ ସର୍ଟସର୍କିଟ୍‌ରୁ ଅଗ୍ନିକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି । ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛି ଅଗ୍ନିଶମ ବିଭାଗ।
ଭୋଗରାଇ ଲକ୍‌ ନିକଟରେ ଚାଲିଥିଲା କାଳୀପୂଜା ମେଳା। ମେଳାକୁ ଆସୁଥିଲେ ଶହଶହ ଲୋକ। ଏଥିପାଇଁ ମେଳା ପରିସରରେ ଖୋଲିଥିଲା ବିଭିନ୍ନ ପ୍ରକାରର ଅସ୍ଥାୟୀ ଦୋକାନ। କିନ୍ତୁ ହଠାତ୍ ଘଟିଲା ଅଘଟଣ। ଗତକାଲି ବିଳମ୍ବିତ ରାତିରେ ଗୋଟିଏ ଦୋକାନରୁ ଆରମ୍ଭ ହୋଇଥିବା ନିଆଁ ଦେଖୁଦେଖୁ ଅନ୍ୟ ଦୋକାନକୁ ବ୍ୟାପି ଯାଇଥିଲା। ନିଆଁର ପ୍ରକୋପ ଏତେ ଅଧିକ ଥିଲା ଯେ, ଅଳ୍ପ ସମୟ ମଧ୍ୟରେ ମେଳା ପରିସରରେ ଥିବା ୧୦ରୁ ଊର୍ଦ୍ଧ୍ୱ ଅସ୍ଥାୟୀ ଦୋକାନ ଜଳିବାକୁ ଲାଗିଥିଲା। ହଠାତ୍ ନିଆଁ ବ୍ୟାପିବା ଦେଖି ମେଳା ପରିସରରେ ଆତଙ୍କ ଖେଳିଯାଇଥିଲା। ନିଜ ନିଜ ଦୋକାନର ସାମଗ୍ରୀ ବଞ୍ଚାଇବାକୁ ଦୋକାନୀମାନେ ଉଦ୍ୟମ କରିଥିଲେ ମଧ୍ୟ ନିଆଁର ପ୍ରକୋପ ଯୋଗୁଁ ଅନେକ ସାମଗ୍ରୀ ରକ୍ଷା କରିବା ସମ୍ଭବ ହୋଇନଥିଲା ।
ଅଗ୍ନିକାଣ୍ଡ ସମ୍ପର୍କରେ ଖବର ପାଇ ଭୋଗରାଇ ଅଗ୍ନିଶମ ବିଭାଗର କର୍ମଚାରୀ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲେ। ଦୀର୍ଘ ସମୟର ଉଦ୍ୟମ ପରେ ନିଆଁକୁ ଆୟତ୍ତ କରିଥିଲେ ଅଗ୍ନିଶମ କର୍ମଚାରୀ। ତେବେ ସେତେବେଳକୁ ୧୦ରୁ ଅଧିକ ଦୋକାନ ସମ୍ପୂର୍ଣ୍ଣ ଜଳିପୋଡ଼ି ନଷ୍ଟ ହୋଇଯାଇଥିଲା। ଅନ୍ୟପକ୍ଷରେ ବିଦ୍ୟୁତ୍ ସର୍ଟସର୍କିଟ୍‌ରୁ ଏହି ଅଗ୍ନିକାଣ୍ଡ ଘଟିଥିବା ପ୍ରାଥମିକ ଭାବେ ସନ୍ଦେହ କରାଯାଉଛି। ତେବେ ଅଗ୍ନିକାଣ୍ଡର ପ୍ରକୃତ କାରଣ ଏବଂ କ୍ଷୟକ୍ଷତିର ସଠିକ୍ ଆକଳନ ତଦନ୍ତ ପରେ ଜଣାପଡ଼ିବ। କାଳୀପୂଜା ମେଳାରେ ଏଭଳି ଅଗ୍ନିକାଣ୍ଡ ଯୋଗୁଁ ଦୋକାନୀମାନଙ୍କ ମଧ୍ୟରେ ନିରାଶା ଖେଳିଯାଇଛି। ଲକ୍ଷାଧିକ ଟଙ୍କାର ସାମଗ୍ରୀ ନଷ୍ଟ ହୋଇଥିବାରୁ କ୍ଷତିଗ୍ରସ୍ତ ଦୋକାନୀମାନେ ଚିନ୍ତାରେ ପଡ଼ିଛନ୍ତି। ପ୍ରଶାସନ ପକ୍ଷରୁ କ୍ଷୟକ୍ଷତିର ଆକଳନ କରାଯିବା ସହ କ୍ଷତିଗ୍ରସ୍ତ ଦୋକାନୀଙ୍କୁ ସହାୟତା ପ୍ରଦାନ ପାଇଁ ଦାବି ଉଠିଛି।
📲Get App