मौसम
ସୃଷ୍ଟି ହେଲା ସ୍ପଷ୍ଟଚିହ୍ନିତ ଲଘୁଚାପ, ଆସନ୍ତା ୨୪ଘଣ୍ଟାରେ ଅବପାତରେ ହେବ ପରିଣତ
ଭୁବନେଶ୍ୱର : ଘନୀଭୂତ ହୋଇ ସ୍ପଷ୍ଟଚିହ୍ନିତ ଲଘୁଚାପରେ ପରିଣତ ହେଲା ଲଘୁଚାପ। ଏହା ବର୍ତ୍ତମାନ ଦକ୍ଷିଣପୂର୍ବ ବଙ୍ଗୋପସାଗର ସକ୍ରିୟ ଥିବାବେଳେ ଜଡିତ ଘୂର୍ଣ୍ଣିବଳୟ ବାୟୁମଣ୍ଡଳର ମଧ୍ୟଭାଗ ଯାଏଁ ବ୍ୟାପ୍ତି ରହିଛି l ଆସନ୍ତା ୨୪ଘଣ୍ଟାରେ ଅବପାତରେ ହେବ ପରିଣତ। ଏହାପରେ ୧୬ ତାରିଖ ସନ୍ଧ୍ୟା ସୁଦ୍ଧା ବାତ୍ୟାରେ ପରିଣତ ହେବା ସମ୍ଭାବନା।
ସମ୍ଭାବ୍ୟ ବାତ୍ୟାର ନାଁ ରହିବ ଅକ୍ବାନ୍। ତେବେ ବାତ୍ୟାରେ ପରିଣତ ହେଲେ କୁଆଡ଼େ ମୁହାଁଇବ, କେଉଁଠି ଓ କେବେ ଲ୍ୟାଣ୍ଡଫଲ୍ କରିବ ସେନେଇ ସ୍ପଷ୍ଟ ସୂଚନା ମିଳିନାହିଁ। ବାତ୍ୟା ଆନ୍ଧ୍ର ଉପକୂଳ ମୁହାଁଇବା ନେଇ ପାଣିପାଗ ବିଭାଗ ଆକଳନ କରିଛି। ତେବେ ଯଦି ଉତ୍ତର ପୂର୍ବ ଦିଗକୁ ଗତିପଥ ବଦଳାଏ, ତେବେ ବାଂଲାଦେଶ ଓ ପଶ୍ଚିମବଙ୍ଗ ଆଡକୁ ଯିବା ଆଶଙ୍କା ରହିଛି। ତେବେ ୧୮ ତାରିଖରୁ ରାଜ୍ୟରେ ବର୍ଷା ହେବା ନେଇ ଜାରି ହୋଇଛି ୟେଲୋ ଆଲର୍ଟ।
ଅନ୍ୟପଟେ ଉପଗ୍ରହରୁ ମିଳିଥିବା ଚିତ୍ର ଅନୁଯାୟୀ ଗତକାଲି ତୁଳନାରେ ଲଘୁଚାପ ସହ ଜଡିତ ବାଦଲ ଏକତ୍ରିକରଣ ପ୍ରକ୍ରିୟା ବୃଦ୍ଧି ପାଇଥିବା ବେଳେ, ଲଘୁଚାପ ଚତୁର୍ପାଶ୍ୱରେ ବାଦଲ ଆଛାଦନ ମଧ୍ୟ ବୃଦ୍ଧିପାଇଥିବାର ଦୃଶ୍ୟମାନ ହେଉଛି ଯାହାକି ଘନୀଭୂତ ପ୍ରକ୍ରିୟାକୁ ଅଧିକ ସଂଗଠିତ ହୋଇଥିବାର ସୂଚନା ପ୍ରଦାନ କରୁଛି ବୋଲି ପାଣିପାଗ ବିଶେଷଜ୍ଞ ଉମାଶଙ୍କର ଦାଶ ସୂଚନା ଦେଇଛନ୍ତି।