🔥 TRENDING જનજાતીય ગૌરવ સપ્તાહ અંતર્ગત દેડિયાપાડા... Bengal & Assam Company Ltd Receives St... Jharkhand Government Pledges Impartial... Jharkhand Defends SMAT 2026 Title with... Kerala Karunya KR-776 Lottery Draw Ann... Kerala police arrest man suspected of...
14 Nov 2026•
ગુજરાતી मराठी ਪੰਜਾਬੀ বাংলা
Weather

ବଙ୍ଗୋପସାଗରରେ ଆସୁଛି ବାତ୍ୟା ‘ଅକ୍ବାନ୍’, ଆର୍ଲଟ କଲା ପାଣିପାଗ ବିଭାଗ

✍️ Reporter: Deepak Mahapatra 🗓 14 Nov 2026, 03:28 PM 👁 16
Share: 💬 WhatsApp 📘 Facebook 𝕏 Post
ଭୁବନେଶ୍ୱର : ପୁଣି ମାଡି ଆସୁଛି ବାତ୍ୟା। ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ନଭେମ୍ବର ୧୬ ତାରିଖ ସନ୍ଧ୍ୟା ସୁଦ୍ଧା ବାତ୍ୟା ‘ଅକ୍ବାନ୍’ ର ରୂପ ନେଇପାରେ।
ଆଜି ସକାଳେ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହା ନଭେମ୍ବର ୧୪ରେ ସୁଦୃଶ୍ୟ ଲଘୁଚାପ ଏବଂ ନଭେମ୍ବର ୧୫ ସକାଳ ସୁଦ୍ଧା ଅବପାତରେ ପରିଣତ ହେବ। ଏହି ଅବପାତ ଉତ୍ତର-ପଶ୍ଚିମ ଦିଗରେ ଗତି କରି ନଭେମ୍ବର ୧୬ ତାରିଖ ସନ୍ଧ୍ୟା ବେଳକୁ କେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ବାତ୍ୟାରେ ପରିଣତ ହେବାର ସମ୍ଭାବନା ରହିଛି। ଯଦି ଏହା ବାତ୍ୟାରେ ପରିଣତ ହୁଏ, ତେବେ ଇରାନ ଦ୍ୱାରା ଦିଆଯାଇଥିବା ନାମ ଅନୁସାରେ ଏହାର ନାମ ‘ଅକ୍ବାନ୍’ ରଖାଯିବ। ଏହାର ଅର୍ଥ ଦୁଷ୍ଟ ନଜର।
ଭାରତୀୟ ପାଣିପାଗ ବିଭାଗ ଅନୁଯାୟୀ ବର୍ତ୍ତମାନ ସୁଦ୍ଧା ଏହି ସମ୍ଭାବ୍ୟ ବାତ୍ୟାର ଚୂଡ଼ାନ୍ତ ଗତିପଥ ଏବଂ ସ୍ଥଳଭାଗ ଛୁଇଁବା ସ୍ଥାନ ବିଷୟରେ କୌଣସି ସ୍ପଷ୍ଟ ସୂଚନା ଦିଆଯାଇ ନାହିଁ।
ତେବେ ବିଭିନ୍ନ ଅନ୍ତର୍ଜାତୀୟ ପାଣିପାଗ ମଡେଲ୍ ଭିନ୍ନ ଭିନ୍ନ ଆକଳନ କରୁଛନ୍ତି। କେତେକ ମଡେଲ୍ ଏହା ଆନ୍ଧ୍ରପ୍ରଦେଶର କାକିନାଡ଼ା ଆଡ଼କୁ ମୁହାଁଇପାରେ ବୋଲି ଦର୍ଶାଉଥିବା ବେଳେ ଅନ୍ୟ ମଡେଲ୍ ଏହା ଓଡ଼ିଶା ଓ ଆନ୍ଧ୍ର ଉପକୂଳ ଦେଇ ବାଂଲାଦେଶ ଆଡ଼କୁ ଯିବାର ସମ୍ଭାବନା ରହିଛି ବୋଲି ଦେଖାଉଛି।
ପାଣିପାଗ ବିଭାଗ ସୂଚନା ଅନୁଯାୟୀ ଏହି ସିଷ୍ଟମ ପ୍ରଭାବରେ ନଭେମ୍ବର ୧୮ ଓ ୧୯ ତାରିଖ ପାଇଁ ଓଡ଼ିଶାର ବିଭିନ୍ନ ଜିଲ୍ଲାକୁ ସତର୍କତା ଜାରି କରିଛି। ନଭେମ୍ବର ୧୮ରେ କେନ୍ଦ୍ରାପଡ଼ା ଏବଂ ଜଗତସିଂହପୁର ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ। ସେହିପରି ବାଲେଶ୍ୱର, ଭଦ୍ରକ, ଯାଜପୁର, କଟକ, କେନ୍ଦୁଝର, ମୟୂରଭଞ୍ଜ, ଗଞ୍ଜାମ ଏବଂ ଗଜପତି ଜିଲ୍ଲାରେ ମଧ୍ଯ ଘଡ଼ଘଡ଼ି ସହ ବର୍ଷା ଏବଂ ଘଣ୍ଟାପ୍ରତି ୩୦-୪୦ କି.ମି. ବେଗରେ ପବନ ବହିବାର ସମ୍ଭାବନା ରହିଛି।
ସମୁଦ୍ର ଅଶାନ୍ତ ରହୁଥିବାରୁ ନଭେମ୍ବର ୧୩ରୁ ୧୭ ତାରିଖ ମଧ୍ୟରେ ଦକ୍ଷିଣ-ପୂର୍ବ, ଦକ୍ଷିଣ-ପଶ୍ଚିମ ଏବଂ କେନ୍ଦ୍ରୀୟ ବଙ୍ଗୋପସାଗରକୁ ନଯିବା ପାଇଁ ମତ୍ସ୍ୟଜୀବୀମାନଙ୍କୁ ପରାମର୍ଶ ଦିଆଯାଇଛି।
📲Get App