Local
୬୦ଦିନରେ ଦେଇଥାନ୍ତେ ରିପୋର୍ଟ, ୧୦ମାସ ବଢ଼ିଲାଣି କମିଶନଙ୍କ ଅବଧି , ପୁନଃଅବସ୍ଥାପିତ ହେଲେଣି ନିଲମ୍ବିତ ଅଧିକାରୀ,ନ୍ୟାୟ ମିଳିବ କେବେ
କଟକ ଏସସିବି ମେଡିକାଲର ଟ୍ରମା କେୟାର ଆଇସିୟୁ ଅଗ୍ନିକାଣ୍ଡ ଘଟଣାକୁ ୮ମାସ ବିତିଯାଇଥିଲେ ମଧ୍ୟ ୧୨ଜଣ ନିରୀହ ରୋଗୀଙ୍କ ଅକାଳ ମୃତ୍ୟୁ ପାଇଁ କିଏ ଦାୟୀ, ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇପାରିଲା ନାହିଁ। ଗୋଟିଏପଟେ ମୃତକଙ୍କ ପରିବାର ନ୍ୟାୟ ଅପେକ୍ଷାରେ ଥିବାବେଳେ କମିଶନଙ୍କୁ ନିଜର ତଦନ୍ତ ରିପୋର୍ଟ ୬୦ଦିନରେ ଦେବାକୁ ନିର୍ଦ୍ଦେଶ ଦେଇଥିବା ରାଜ୍ୟ ସରକାର ଇତିମଧ୍ୟରେ ୪ଟି ପର୍ଯ୍ୟାୟରେ ତାଙ୍କର ଅବଧିକୁ ୧୦ମାସ ବଢ଼ାଇ ସାରିଲେଣି। ଆଉ କମିଶନଙ୍କ ରିପୋର୍ଟ ଆସିବା ପୂର୍ବରୁ ହିଁ ନିଲମ୍ବିତ ୪ ଅଧିକାରୀଙ୍କୁ ଚାକିରିରେ ପୁନଃଅବସ୍ଥାପିତ କରିଦିଆଯାଇଛି, ଯାହା ସରକାରଙ୍କ ଆଭିମୁଖ୍ୟ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।
ଗୃହ ବିଭାଗ ପକ୍ଷରୁ ବୁଧବାର ଜାରି ବିଜ୍ଞପ୍ତି ଅନୁସାରେ, କଟକ ଏସସିବି ଅଗ୍ନିକାଣ୍ଡ ଘଟଣାର ତଦନ୍ତ ପାଇଁ ଅବସରପ୍ରାପ୍ତ ଜିଲ୍ଲା ଜଜ୍ ଲକ୍ଷ୍ମୀଧର ବିଶ୍ୱାଳଙ୍କ ଅଧ୍ୟକ୍ଷତାରେ ଗଠିତ ଜଣିକିଆ ବିଚାର ବିଭାଗୀୟ ତଦନ୍ତ କମିଶନଙ୍କ କାର୍ଯ୍ୟକାଳ ନଭେମ୍ବର ୧୫ତାରିଖରେ ଶେଷ ହେବ। ମାତ୍ର ତଦନ୍ତ ଜାରି ରହିଥିବାରୁ ଓଡ଼ିଶା କମିଶନ ଅଫ୍ ଇନକ୍ୱାରୀ ରୁଲ୍ସ ୧୯୭୯ ଏବଂ କମିଶନ ଅଫ୍ ଇନକ୍ୱାରୀ ଆକ୍ଟ ୧୯୫୨ର କ୍ଷମତା ପ୍ରୟୋଗ କରି କମିଶନଙ୍କ କାର୍ଯ୍ୟକାଳକୁ ରାଜ୍ୟ ସରକାର ୨୦୨୭ ଜାନୁୟାରୀ ୧୫ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି।
ଯଦିଓ ଗତ ମାର୍ଚ୍ଚ ମାସରେ ଅଗ୍ନିକାଣ୍ଡ ଘଟଣା ପରେ ରାଜ୍ୟ ସରକାର ଅବସରପ୍ରାପ୍ତ ଜିଲ୍ଲା ଶ୍ରୀ ବିଶ୍ୱାଳଙ୍କୁ ଜଣିକିଆ ତଦନ୍ତ କମିଶନ ଭାବେ ନିଯୁକ୍ତି ଦେଇ ୬୦ଦିନ ଅର୍ଥାତ୍ ୨୦୨୬ ମଇ ୧୫ତାରିଖ ସୁଦ୍ଧା ତଦନ୍ତ ରିପୋର୍ଟ ଦାଖଲ ପାଇଁ ନିର୍ଦ୍ଦେଶ ଦେଇଥିଲେ।
ମାତ୍ର ପରବର୍ତ୍ତୀ ସମୟରେ କମିଶନଙ୍କ ଅବଧିକୁ ରାଜ୍ୟ ସରକାର ଜୁଲାଇ ୧୫, ସେପ୍ଟେମ୍ବର ୧୫, ନଭେମ୍ବର ୧୫ ଓ ଏବେ ଆସନ୍ତାବର୍ଷ ଜାନୁୟାରୀ ୧୫ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। ୬୦ଦିନରେ ତଦନ୍ତ ରିପୋର୍ଟ ଦେବା ପରିବର୍ତ୍ତେ ତାଙ୍କର କାର୍ଯ୍ୟକାଳକୁ ୧୦ମାସ ବୃଦ୍ଧି କରାଗଲାଣି।
ତେବେ ଆଶ୍ଚର୍ଯ୍ୟଜନକ ଭାବେ ବିଚାର ବିଭାଗୀୟ ତଦନ୍ତ କମିଶନଙ୍କ ରିପୋର୍ଟ ଆସିବା ପୂର୍ବରୁ ଏହି ଅଗ୍ନିକାଣ୍ଡ ଘଟଣା ପାଇଁ ଯେଉଁ ୪ଜଣ ଅଧିକାରୀଙ୍କୁ ନିଲମ୍ବନ କରାଯାଇଥିଲା ସେମାନଙ୍କୁ ସରକାର କ୍ଲିନଚିଟ୍ ଦେଇ ଚାକିରିରେ ପୁନଃଅବସ୍ଥାପିତ କରିସାରିଲେଣି। ଏହି ଅଗ୍ନିକାଣ୍ଡ ଘଟଣା ପରେ ଉନ୍ନୟନ କମିଶନର ଦେଓରଞ୍ଜନ ସିଂଙ୍କ ଅଧ୍ୟକ୍ଷତାରେ ଗଠିତ ଫ୍ୟାକ୍ଟ ଫାଇଣ୍ଡିଂ ଟିମର ରିପୋର୍ଟ ଆଧାରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ୨୦୨୬ ମାର୍ଚ୍ଚ ୧୮ତାରିଖରେ ଅଗ୍ନିଶମ ବାହିନୀର ୩ଜଣ ଅଧିକାରୀ ଓ ଜିଇଡି ଆସିଷ୍ଟାଣ୍ଟ ଇଞ୍ଜିନିୟରଙ୍କୁ ନିଲମ୍ବିତ କରିଥିଲେ।
ମାତ୍ର ଗୃହ ବିଭାଗ ପକ୍ଷରୁ ସେପ୍ଟେମ୍ବର ୩୦ତାରିଖରେ ଜାରି ପୃଥକ ନିର୍ଦ୍ଦେଶନାମା ଅନୁସାରେ ନିଲମ୍ବିତ ଡେପୁଟି ଫାୟାର ଅଫିସର ପ୍ରକାଶ କୁମାର ଜେନାଙ୍କୁ କଟକସ୍ଥିତ ମୁଖ୍ୟ ଅଗ୍ନିଶମ ଅଧିକାରୀଙ୍କ କାର୍ଯ୍ୟାଳୟରେ ଅବସ୍ଥାପିତ କରାଯିବା ସହ ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ଭୁବନେଶ୍ୱରସ୍ଥିତ ଓଡ଼ିଶା ଅଗ୍ନିଶମ ଓ ବିପର୍ଯ୍ୟୟ ପ୍ରଶମନ ଏକାଡେମୀ (ଓଏଫ୍ଡିଆରଏ) ସହ ସଂଲଗ୍ନ କରାଯାଇଛି। ସେହିପରି ସଞ୍ଜିବ କୁମାର ବେହେରାଙ୍କୁ କଟକ ସେଣ୍ଟ୍ରାଲ ରେଞ୍ଜର ଷ୍ଟ୍ରାଇକିଂ ଫାୟାର ଫୋର୍ସର ଆସିଷ୍ଟାଣ୍ଟ ଫାୟାର ଅଫିସର ଭାବେ ଓ ଅବିନାଶ ପୃଷ୍ଟିଙ୍କୁ ଖୋର୍ଦ୍ଧା ଜିଲ୍ଲାର ଟାଙ୍ଗୀ ଅଗ୍ନିଶମ କେନ୍ଦ୍ରର ଷ୍ଟେସନ ଅଫିସର ଭାବେ ଅବସ୍ଥାପିତ କରାଯାଇଛି। ଏହି ୩ଜଣ ଅଗ୍ନିଶମ ଅଧିକାରୀଙ୍କୁ ଏସସିବି ଅଗ୍ନିକାଣ୍ଡ ପାଇଁ ନିଲମ୍ବନ କରାଯାଇଥିଲା। ସେହିପରି ସାଧାରଣ ବିଦ୍ୟୁତ ବିଭାଗ(ଜିଇଡି)ର ଆସିଷ୍ଟାଣ୍ଟ ଇଞ୍ଜିନିୟର ରଞ୍ଜନ କୁମାର ବିଶ୍ୱାଳ ପୂର୍ତ୍ତ ବିଭାଗର ଅତିରିକ୍ତ ମୁଖ୍ୟଯନ୍ତ୍ରୀ(ଏଷ୍ଟାବ୍ଲିସମେଣ୍ଟ)ରେ ଅବସ୍ଥାପିତ ହୋଇଛନ୍ତି।
ତେବେ ଏସସିବି ମେଡିକାଲ ଅଗ୍ନିକାଣ୍ଡରେ ୧୨ ଜଣ ରୋଗୀଙ୍କର ଅକାଳରେ ଜୀବନ ଚାଲିଯିବା ଭଳି ସମ୍ବେଦନଶୀଳ ଘଟଣାର ୮ମାସ ପରେ ବି କେହି ଦୋଷୀସାବ୍ୟସ୍ତ ନହେବା ତଥା ଏହି ଘଟଣା ପାଇଁ କାହାର ଅବହେଳା ଦାୟୀ ଥିଲା ଓ କେଉଁ ପରିସ୍ଥିତିରେ ଏତେ ବଡ଼ ଅଘଟଣ ଘଟିଲା, ତାହା ଏବେବି ଅସ୍ପଷ୍ଟ ରହିଛି। ନଭେମ୍ବର ୧୧ ତାରିଖର ବିଜ୍ଞପ୍ତି ପରେ ତଦନ୍ତ ପ୍ରକ୍ରିୟା ଆହୁରି ଲମ୍ବିଯାଇଥିବାବେଳେ, ବିଚାର ବିଭାଗୀୟ ରିପୋର୍ଟ ଆସିବା ପୂର୍ବରୁ ଓ ନିର୍ଦ୍ଦୋଷ ସାବ୍ୟସ୍ତ ହେବା ଆଗରୁ ସରକାର କେଉଁ ଆଧାରରେ ନିଲମ୍ବିତ ଅଧିକାରୀମାନଙ୍କୁ ପୁନଃଅବସ୍ଥାପିତ କଲେ, ତାହା ଏବେ ସାଧାରଣରେ ସନ୍ଦେହ ସୃଷ୍ଟି କରିଛି।
ସୂଚନାଯୋଗ୍ୟ , ୨୦୨୬ ମାର୍ଚ୍ଚ ୧୬ ତାରିଖ ଭୋର ସମୟରେ କଟକ ବଡ଼ ମେଡିକାଲର ଟ୍ରମା କେୟାର ସେଣ୍ଟର ଆଇସିୟୁରେ ଭୟାବହ ଅଗ୍ନିକାଣ୍ଡ(scb fire incident) ଘଟିଥିଲା। ସେଠାରେ ୨୩ ଜଣ ରୋଗୀ ଚିକିତ୍ସାଧୀନ ଥିଲେ ଓ ସେମାନଙ୍କ ମଧ୍ୟରୁ ଶ୍ୱାସରୁଦ୍ଧ ଓ ପୋଡ଼ି ହୋଇ ୧୨ ଜଣ ରୋଗୀଙ୍କ ଜୀବନ ଚାଲିଯାଇଥିଲା। ପ୍ରାଥମିକ ତଦନ୍ତରୁ ସର୍ଟସର୍କିଟ୍ ଯୋଗୁଁ ଏହି ଅଘଟଣ ଘଟିଥିବା ସନ୍ଦେହ କରାଯାଇଥିବାବେଳେ ରାଜ୍ୟ ସରକାରଙ୍କୁ ବିଭିନ୍ନ ମହଲରୁ ତୀବ୍ର ସମାଲୋଚନାର ଶିକାର ହେବାକୁ ପଡ଼ିଥିଲା।