Education
ବଢ଼ିଲା ଯୁକ୍ତ ୨ ଫର୍ମ ପୂରଣ ତାରିଖ
ରାଜ୍ୟରେ ଯୁକ୍ତ ୨ ପରୀକ୍ଷା ପାଇଁ ଫର୍ମ ପୂରଣ ତାରିଖକୁ ବୃଦ୍ଧି କରିଛି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (CHSE)। ନଭେମ୍ବର ୧୪ ତାରିଖ ପର୍ଯ୍ୟନ୍ତ ବଢିଛି ଫର୍ମ ପୂରଣ ତାରିଖ। ଯୁକ୍ତ ଦୁଇର ସମସ୍ତ ଷ୍ଟ୍ରୀମ୍- କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ଶିକ୍ଷା ପାଇଁ ଫର୍ମ ପୂରଣ ଦିନକୁ ୧୪ ତାରିଖ ପର୍ଯ୍ୟନ୍ତ ବଢ଼ାଇ ଦିଆଯାଇଛି। ଫର୍ମ ପୂରଣ ତାରିଖ ବୃଦ୍ଧି କରାଯାଇଥିବା ବେଳେ ଏଥିପାଇଁ ଛାତ୍ରଛାତ୍ରୀମାନଙ୍କୁ କୌଣସି ଅତିରିକ୍ତ ଦେୟ ବା ଜରିମାନା ଦେବାକୁ ପଡ଼ିବ ନାହିଁ।
ବାତ୍ୟା ଓ ବନ୍ୟା ପାଇଁ ଫର୍ମ ପୂରଣ ତାରିଖ ବୃଦ୍ଧି କରାଯାଇଥିବା କହିଛି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (CHSE)। ଏନେଇ ଏକାଧିକ ଛାତ୍ରଛାତ୍ରୀ ତଥା କଲେଜ ପକ୍ଷରୁ ସିଏଚ୍ଏସ୍ଇକୁ ଅନୁରୋଧ କରିଥିଲେ।
ସୂଚନାଯୋଗ୍ୟ, ଯୁକ୍ତ ୨ ଫର୍ମ ପୂରଣ ପାଇଁ ଆଜି ଥିଲା ଶେଷ ତାରିଖ।