🔥 TRENDING Udhna railway station રેલવે સ્ટેશનમાં... ଆଗାମୀ ୬ ମାସ ପାଇଁ ବନ୍ଦ ହେଲା ବାବା କେଦାରନ... પાલનપુરની સ્થાનિક ક્રાઈમ બ્રાંચે મેફેડ... କୁଲଗାମରେ ଆତଙ୍କବାଦୀ ଆକ୍ରମଣ, ସୁରକ୍ଷାକର୍ମ... ವಸಂತನರಸಾಪುರದಲ್ಲಿ ಆದರ್ಶ ಕಂಪನಿಯ ನೂತನ ಘಟಕ... ବଙ୍ଗୋପସାଗରରେ ସୃଷ୍ଟି ହେଲା ଘୂର୍ଣ୍ଣିବଳୟ ,...
12 Nov 2026•
ગુજરાતી मराठी ਪੰਜਾਬੀ বাংলা
Education

ମହିଳା ସଶକ୍ତିକରଣର ମୂଳମନ୍ତ୍ର ଶିକ୍ଷା, ଶ୍ରୀ ସତ୍ୟସାଇ ମହାବିଦ୍ୟାଳୟରେ ପାଳିତ ହେଲା ଜାତୀୟ ଶିକ୍ଷା ଦିବସ

✍️ Reporter: Deepak Mahapatra 🗓 12 Nov 2026, 01:15 PM 👁 6
Share: 💬 WhatsApp 📘 Facebook 𝕏 Post
ଭୁବନେଶ୍ୱର: ଶିକ୍ଷା ହେଉଛି ଜୀବନ ଗଠନର ମୂଳ ଆଧାର। ଏହା କେବଳ ଜ୍ଞାନ ଆହରଣର ମାଧ୍ୟମ ନୁହେଁ, ବରଂ ନାରୀ ସଶକ୍ତିକରଣ ଓ ଆତ୍ମନିର୍ଭରଶୀଳତାର ମୁଖ୍ୟ ଅସ୍ତ୍ର। ଏଭଳି ମହତ୍ତ୍ୱପୂର୍ଣ୍ଣ ବାର୍ତ୍ତା ସହ ଶ୍ରୀ ସତ୍ୟସାଇ ମହିଳା ମହାବିଦ୍ୟାଳୟରେ ବୁଧବାର ଜାତୀୟ ଶିକ୍ଷା ଦିବସ-୨୦୨୬ ଉତ୍ସବ ପାଳିତ ହୋଇଯାଇଛି।
ମହାବିଦ୍ୟାଳୟର ଅଧ୍ୟକ୍ଷା ଡ. ନିହାରିକା ଦାସଙ୍କ ସଭାପତିତ୍ୱରେ ଆୟୋଜିତ ଏହି ଉତ୍ସବରେ ସାହିତ୍ୟ ଏକାଡେମୀ ଓଡ଼ିଆ ପରାମର୍ଶଦାତା ବୋର୍ଡର ଆବାହକ ତଥା ବିଶିଷ୍ଟ ସାହିତ୍ୟିକ ଡ. ଗୌରହରି ଦାସ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ସେହିପରି ବକ୍ସି ଜଗବନ୍ଧୁ ବିଦ୍ୟାଧର ସ୍ୱୟଂଶାସିତ ମହାବିଦ୍ୟାଳୟର ବାଣିଜ୍ୟ ବିଭାଗର ସହକାରୀ ପ୍ରଫେସର ଡ. ଜ୍ୟୋତି ପ୍ରକାଶ ରଥ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ।
ଶିକ୍ଷା ଓ ଆତ୍ମବିଶ୍ୱାସ ହିଁ ଜୀବନ ଗଠନର ମୂଳମନ୍ତ୍ର
ମୁଖ୍ୟ ଅତିଥି ଡ. ଗୌରହରି ଦାସ ନିଜ ଅଭିଭାଷଣରେ ସ୍ୱାଧୀନ ଭାରତର ପ୍ରଥମ ଶିକ୍ଷାମନ୍ତ୍ରୀ ତଥା ମହାନ ସ୍ୱାଧୀନତା ସଂଗ୍ରାମୀ ମୌଲାନା ଅବୁଲ କଲାମ ଆଜାଦଙ୍କ ଶିକ୍ଷା ପ୍ରତି ଥିବା ଉନ୍ନତ ଦୃଷ୍ଟିକୋଣ ସମ୍ପର୍କରେ ଆଲୋକପାତ କରିଥିଲେ।
ସେ କହିଥିଲେ ଯେ ଜୀବନ ଗଠନମୂଳକ ଶିକ୍ଷାରେ ଆସ୍ଥା ଓ ଆତ୍ମବିଶ୍ୱାସର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ବିଭିନ୍ନ ପ୍ରେରଣାଦାୟୀ ଉଦାହରଣ ମାଧ୍ୟମରେ ସେ ଛାତ୍ରୀମାନଙ୍କୁ ଉଚ୍ଚ ଲକ୍ଷ୍ୟ ରଖି ଆଗକୁ ବଢ଼ିବାକୁ ଉତ୍ସାହିତ କରିଥିଲେ। ସମ୍ମାନିତ ଅତିଥି ଡ. ଜ୍ୟୋତି ପ୍ରକାଶ ରଥ ଶିକ୍ଷାର ମହତ୍ତ୍ୱ ଓ ନାରୀ ସଶକ୍ତିକରଣରେ ଶିକ୍ଷାର ଆବଶ୍ୟକତା ଉପରେ ପ୍ରେରଣାଦାୟୀ ଅଭିଭାଷଣ ରଖିଥିଲେ।
କୃତୀ ଛାତ୍ରୀଙ୍କୁ ପ୍ରମାଣପତ୍ର ଓ ଟ୍ରଫି ପ୍ରଦାନ
ଜାତୀୟ ଶିକ୍ଷା ଦିବସ ଅବସରରେ ମହାବିଦ୍ୟାଳୟରେ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାରେ ସଫଳତା ହାସଲ କରିଥିବା ଛାତ୍ରୀମାନଙ୍କୁ ପ୍ରମାଣପତ୍ର ଓ ଟ୍ରଫି ପ୍ରଦାନ କରି ସମ୍ମାନିତ କରାଯାଇଥିଲା।
କାର୍ଯ୍ୟକ୍ରମର ପ୍ରାରମ୍ଭରେ ଛାତ୍ରୀ ମେଘାମ୍ବରୀ ଅତିଥିମାନଙ୍କ ଉଦ୍ଦେଶ୍ୟରେ ସ୍ୱାଗତ ନୃତ୍ୟ ପରିବେଷଣ କରିଥିଲେ। ଏହାପରେ ମହାବିଦ୍ୟାଳୟର ଛାତ୍ରୀମାନେ 'ସହନ ଭବତୁ' ପ୍ରାର୍ଥନା ଗାନ କରି ସଭାକାର୍ଯ୍ୟ ଆରମ୍ଭ କରିଥିଲେ। ଅତିଥିମାନେ ମହାବିଦ୍ୟାଳୟର ଭିତ୍ତିପତ୍ରିକା 'ଜିଗୃକ୍ଷା' ପରିଦର୍ଶନ କରିଥିଲେ। ଏହି ଅବସରରେ ମହାବିଦ୍ୟାଳୟର ଶତାଧିକ ଛାତ୍ରୀ, ସମସ୍ତ ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରିଥିଲେ।
📲Get App