🔥 ट्रेंडिंग जम्मू के बाथिंदी इलाके में भ्रूण मिला,... जम्मू-कश्मीर के 50 संरक्षित क्षेत्र 4,... ಸುಳ್ಳು ಸುದ್ದಿ, RTI ದುರುಪಯೋಗ, ಬ್ಲಾಕ್ ಮೇ... Food Safety Drive Intensifies Ahead of... फिरोजपुर रेलवे प्रबंधक ने यात्रियों के... धनतेरस पर अमृतसर के बाजारों में उमड़ी...
06 नव. 2026•
ગુજરાતી मराठी ਪੰਜਾਬੀ বাংলা
नौकरी

ଓଡ଼ିଶା ସଚିବାଳୟରେ ନିଯୁକ୍ତି ସୁଯୋଗ: ୩୪୦ ଏଏସଓ ପଦବୀ ପାଇଁ ବିଜ୍ଞପ୍ତି, ଜାନୁଆରୀ ୧୭ରେ ଲିଖିତ ପରୀକ୍ଷା

✍️ रिपोर्टर: Deepak Mahapatra 🗓 06 नव. 2026, 01:19 PM 👁 21
शेयर करें: 💬 WhatsApp 📘 Facebook 𝕏 Post
ଆସନ୍ତା ୨୦୨୭ ଜାନୁଆରୀ ୧୭ ତାରିଖ (ରବିବାର) ଦିନ ରାଜ୍ୟର ୩୩ଟି ପରୀକ୍ଷା ଜୋନରେ ଏହି ଲିଖିତ ପରୀକ୍ଷା ଅନୁଷ୍ଠିତ ହେବ । ଏଥିପାଇଁ ଚଳିତମାସ ୯ ତାରିଖରୁ ୩୦ତାରିଖ ଅପରାହ୍ନ ୫ଟା ପର୍ଯ୍ୟନ୍ତ ଓପିଏସସିର ସରକାରୀ ୱେବସାଇଟ୍ (www.opsc.gov.in)ମାଧ୍ୟମରେ ଅନଲାଇନ୍ ପଞ୍ଜିକରଣ ଓ ଆବେଦନ କରିପାରିବେ।ରାଜ୍ୟରେ ସରକାରୀ ଚାକିରି ଆଶାୟୀ ପ୍ରାର୍ଥୀଙ୍କ ପାଇଁ ଖୁସିଖବର। ଓଡ଼ିଶା ଲୋକସେବା ଆୟୋଗ (ଓପିଏସସି)ଙ୍କ ଦ୍ୱାରା ଓଡ଼ିଶା ସଚିବାଳୟ ସେବା କ୍ୟାଡରରେ ଖାଲି ପଡ଼ିଥିବା ୩୪୦ଟି ଆସିଷ୍ଟାଣ୍ଟସେକ୍ସନ ଅଫିସର (ଏଏସଓ) ପଦବୀ ପାଇଁ ବିଜ୍ଞାପନ ଜାରି ହୋଇଛି।
ଗ୍ରୁପ୍‌-ବି ବର୍ଗର ଏହି ପଦବୀ ନିମନ୍ତେ ଆସନ୍ତା ୨୦୨୭ ଜାନୁଆରୀ ୧୭ ତାରିଖ (ରବିବାର) ଦିନ ରାଜ୍ୟର ୩୩ଟି ପରୀକ୍ଷା ଜୋନରେ ଏହି ଲିଖିତ ପରୀକ୍ଷା ଅନୁଷ୍ଠିତ ହେବ । ଏଥିପାଇଁ ଆଶାୟୀ ପ୍ରାର୍ଥୀମାନେ ଚଳିତମାସ ୯ ତାରିଖରୁ ୩୦ତାରିଖ ଅପରାହ୍ନ ୫ଟା ପର୍ଯ୍ୟନ୍ତ ଓପିଏସସିର ସରକାରୀ ୱେବସାଇଟ୍ (www.opsc.gov.in)ମାଧ୍ୟମରେ ଅନଲାଇନ୍ ପଞ୍ଜିକରଣ ଓ ଆବେଦନ କରିପାରିବେ। କୃତକାର୍ଯ୍ୟ ହେବାକୁ ଥିବା ପ୍ରାର୍ଥୀମାନଙ୍କୁ ପେ-ମାଟ୍ରିକ୍ସର ଲେଭଲ-୯, ସେଲ-୧ ଅନୁଯାୟୀ ମାସିକ ୩୫୪୦୦ ଟଙ୍କା ମୂଳ ଦରମା ସହିତ ସରକାରୀ ନିୟମାନୁସାରେ ମହଙ୍ଗା ଭତ୍ତା ଓ ଅନ୍ୟାନ୍ୟ ସୁବିଧା ମିଳିବ।
ବିଜ୍ଞପ୍ତି ଅନୁସାରେ, ଏହି ମୋଟ ୩୪୦ଟି ଏଏସଓ ପଦବୀ ମଧ୍ୟରୁ ୧୧୪ଟି ମହିଳାଙ୍କ ପାଇଁ ସଂରକ୍ଷିତ ଅଛି। ବର୍ଗୱାରୀ ବିବରଣୀ ଅନୁଯାୟୀ ଅଣସଂରକ୍ଷିତ ବର୍ଗ ପାଇଁ ୧୪୪ଟି(୪୨.୩୫%), ଏଇବିସି ପାଇଁ ୩୮ଟି(୧୧.୧୮%), ଏସସି ପାଇଁ ୮୧ଟି(୨୩.୮୨%) ଓ ଏସଟି ବର୍ଗ ପାଇଁ ୭୭ଟି(୨୨.୬୫%) ପଦବୀ ରହିଛି । ଏହାଛଡ଼ା ଭିନ୍ନକ୍ଷମଙ୍କ ପାଇଁ ୨୫ଟି, ଏକ୍ସଆର୍ମିଙ୍କ ପାଇଁ ୧୯ଟି ଓ କ୍ରୀଡ଼ାବିତଙ୍କ ପାଇଁ ୩ଟି ପଦବୀ ସଂରକ୍ଷିତ ହୋଇଥିବାବେଳେ ତୃତୀୟ ଲିଙ୍ଗୀ ପ୍ରାର୍ଥୀ ମଧ୍ୟ ଏହି ପରୀକ୍ଷା ନିମନ୍ତେ ଆବେଦନ କରିପାରିବେ।
ଚୟନ ପ୍ରକ୍ରିୟା ମୁଖ୍ୟତଃ ଦୁଇଟି ପର୍ଯ୍ୟାୟରେ ହେବ। ଯେଉଁଥିରେ ୪୦୦ ମାର୍କର ଏମସିକ୍ୟୁ(ମଲଟିପୁଲ ଚଏସ)ର ଲିଖିତ ପରୀକ୍ଷା ଓ ୫୦ ମାର୍କର କ୍ୱାଲିଫାଇଙ୍ଗ୍ କମ୍ପ୍ୟୁଟର ପ୍ରାକ୍ଟିକାଲ ସ୍କିଲ୍ ଟେଷ୍ଟ ରହିଛି। ଲିଖିତ ପରୀକ୍ଷାରେ ଭୁଲ ଉତ୍ତର ପାଇଁ ୦.୨୫ ମାର୍କ କାଟିବାର (ନେଗେଟିଭ୍ ମାର୍କିଂ) ବ୍ୟବସ୍ଥା ରହିଛି। ପରୀକ୍ଷାର୍ଥୀଙ୍କ ସର୍ଟଲିଷ୍ଟ ପାଇଁ ଓପିଏସସି ପକ୍ଷରୁ ପ୍ରତ୍ୟେକ ପେପର ନିମନ୍ତେ ବର୍ଗଭିତ୍ତିିକ ସର୍ବନିମ୍ନ କ୍ୱାଲିଫାଇଙ୍ଗ୍ ମାର୍କ ସ୍ଥିର କରାଯାଇଛି।
ସେହି ଅନୁଯାୟୀ ଅଣସଂରକ୍ଷିତ (ୟୁଆର) ଓ ଏସଇବିସି ବର୍ଗର ପ୍ରାର୍ଥୀଙ୍କୁ ପ୍ରତି ପେପରରେ ସର୍ବନିମ୍ନ ୩୫ %, ଏସସି ଓ ଏସଟି ବର୍ଗର ପ୍ରାର୍ଥୀଙ୍କୁ ୩୦ % ଓ ଭିନ୍ନକ୍ଷମ (ପିଡବ୍ଲ୍ୟୁଡି) ବର୍ଗର ପ୍ରାର୍ଥୀଙ୍କୁ ୨୮ତ୍ତ୍ୱ ମାର୍କ ରଖିବା ବାଧ୍ୟତାମୂଳକ କରାଯାଇଛି। ଏକ୍ସଆର୍ମି ଓ କ୍ରୀଡ଼ାବିତ୍ ପ୍ରାର୍ଥୀମାନେ ସେମାନଙ୍କ ନିଜ ବର୍ଗର ନିର୍ଦ୍ଧାରିତ କ୍ୱାଲିଫାଇଙ୍ଗ୍ ପ୍ରତିଶତ ଅନୁସାରେ ବିବେଚିତ ହେବେ। ଏହି ସର୍ବନିମ୍ନ ମାର୍କ ସହ ମେରିଟ୍ ଲିଷ୍ଟରେ ଆଗରେ ଥିବା ପ୍ରାର୍ଥୀଙ୍କୁ କମ୍ପ୍ୟୁଟର ସ୍କିଲ୍ ଟେଷ୍ଟ ପାଇଁ ଡକାଯିବ, ଯେଉଁଥିରେ ପାସ୍ କରିବାକୁ ଅତିକମରେ ୪୦ ପ୍ରତିଶତ ମାର୍କ ଆଣିବା ଆବଶ୍ୟକ।
ଏହି ପଦବୀ ନିମନ୍ତେ ପ୍ରାର୍ଥୀ ଯେକୌଣସି ସ୍ୱୀକୃତିପ୍ରାପ୍ତ ବିଶ୍ୱବିଦ୍ୟାଳୟରୁ ସ୍ନାତକ (ଗ୍ରାଜୁଏଟ୍‌) ଡିଗ୍ରୀ ହାସଲ କରିଥିବା ସହ କମ୍ପ୍ୟୁଟର ଓ ଓଡ଼ିଆ ଭାଷାରେ ଆବଶ୍ୟକ ଜ୍ଞାନ ଥିବା ବାଧ୍ୟତାମୂଳକ। ୨୦୨୬ ଜାନୁଆରୀ ୧ ତାରିଖ ସୁଦ୍ଧା ଆବେଦନକାରୀଙ୍କ ବୟସ ୨୧ରୁ ୪୨ ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ, ଯେଉଁଥିରେ ସଂରକ୍ଷିତ ବର୍ଗଙ୍କୁ ନିୟମାନୁସାରେ ଉପର ବୟସସୀମାରେ ଛାଡ଼ ମିଳିବ। ଏସସି, ଏସଟି ଓ ଭିନ୍ନକ୍ଷମ ବର୍ଗକୁ ଛାଡ଼ି ଅନ୍ୟ ସମସ୍ତ ପ୍ରାର୍ଥୀଙ୍କ ପାଇଁ ପରୀକ୍ଷା ଫି’ ୭୦୦ ଟଙ୍କା ରଖାଯାଇଛି। ତେବେ ଯେଉଁ ପ୍ରାର୍ଥୀମାନେ ପ୍ରକୃତରେ ଲିଖିତ ପରୀକ୍ଷା ଦେବାକୁ ଉପସ୍ଥିତ ରହିବେ, ସେମାନଙ୍କର ଏହି ଫି’ ପରବର୍ତ୍ତୀ ସମୟରେ ସେମାନଙ୍କ ମୂଳ ବ୍ୟାଙ୍କ ଖାତାକୁ ଫେରସ୍ତ (ରିଫଣ୍ଡ) କରିଦିଆଯିବ। ପରୀକ୍ଷା ସମ୍ପୂର୍ଣ୍ଣ ସ୍ୱଚ୍ଛ ଓ ନିରପେକ୍ଷ ଭାବେ ଅନୁଷ୍ଠିତ ହେବ ତଥା କୌଣସି ଅସଦ ଉପାୟ ଅବଲମ୍ବନ କଲେ କଠୋର ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଆୟୋଗଙ୍କ ପକ୍ଷରୁ ଚେତାବନୀ ଦିଆଯାଇଛି।
ସୂଚନଯୋଗ୍ୟ, ୨୦୨୨ ମସିହାରେ ୭୯୬ଟି ଏଏସଓ ପଦବୀ ପାଇଁ ଶେଷଥର ପରୀକ୍ଷା ଅନୁଷ୍ଠିତ ହୋଇଥିଲା।
📲Get App