🔥 TRENDING सलेमपुर में दिखी भविष्य की तकनीक की झल... सलैया बॉर्डर पर अपर पुलिस अधीक्षक का आ... बीदर जिला पुलिस ने कावायत मैदान में सा... बीड़ जिला पुलिस ने सप्ताहिक कवायथ मीटि... सीसीटीएनएस टीम ने प्रदेश में हासिल किय... ଗଞ୍ଜାମ ଓ ଗଜପତି ଜିଲ୍ଲାରେ ପିଲାଙ୍କୁ ମିଳିବ...
06 Nov 2026•
ગુજરાતી मराठी ਪੰਜਾਬੀ বাংলা
Crime

ପୂର୍ବତନ ବିଜେଡ଼ି ନେତାଙ୍କ ଘରେ ଇଓଡବ୍ଲ୍ୟୁ ରେଡ୍

✍️ Reporter: Deepak Mahapatra 🗓 06 Nov 2026, 01:36 PM 👁 17
Share: 💬 WhatsApp 📘 Facebook 𝕏 Post
ରାୟଗଡ଼ା: ପୂର୍ବତନ ରାଜ୍ୟସଭା ସାଂସଦଙ୍କ ଭାସ୍କର ରାଓଙ୍କ ପାଇଁ ଅଡ଼ୁଆ ବଢ଼ିଛି । ଭାସ୍କର ରାଓଙ୍କ ରାୟଗଡା ସ୍ଥିତ ବାସଭବନରେ ଅର୍ଥନୈତକ ଅପରାଧିକ ଶାଖା ପକ୍ଷରୁ ଚଢ଼ଉ ହୋଇଛି । ଏହି ଟିମ ୨ ଦିନ ହେଲା ରାୟଗଡା ରେ ରହି ଆର୍ଥିକ ଅନିୟମିତତା ଅଭିଯୋଗର ଛାନ ଭିନ କରୁଛନ୍ତି I
ସୂଚନାଯୋଗ୍ୟ, ଟ୍ରକ ମାଲିକ ସଂଘର ସଭାପତି ୱାଇ ଭେଙ୍କଟେଶ୍ୱର ରାଓ (ମୃତ ), ଭାସ୍କର ରାଓ ଓ ଅନ୍ୟମାନଙ୍କ ବିରୋଧରେ ଟ୍ରକ ମାଲିକ ସଙ୍ଘ ୮୦ କୋଟି ଟଙ୍କା ହଡପ ଅଭିଯୋଗ ଆଣିଥିଲେ I ମୃତ କୋଣ୍ଡା ବାବୁ ରାୟଗଡା ପୋଲିସକୁ ଏନେଇ ଅଭିଯୋଗ କରିଥିଲେ I ରାୟଗଡା ପୋଲିସ ଏହି ମାମଲାକୁ କ୍ରାଇମ ବ୍ରାଞ୍ଚକୁ ହସ୍ତାନ୍ତର କରିଥିଲା I କ୍ରାଇମ ବ୍ରାଞ୍ଚର ୨୫ ଜଣିଆ ଟିମ ଆସି ତଦନ୍ତ କରୁଥିବା ଜଣାପଡିଛି I
ଭାସ୍କର ରାଓ ବର୍ତ୍ତମାନ ରାୟଗଡାରେ ଅନୁପସ୍ଥିତ ଅଛନ୍ତି । ଇଓଡବ୍ଲୁ ଟିମ ଶ୍ରୀ ରାଓଙ୍କ ରାୟଗଡା ସ୍ଥିତ ବାସଭବନରେ ରହି କିଛି ସହାୟକଙ୍କୁ ପଚରା ଉଚରା କରୁଛନ୍ତି I ଏ ନେଇ କୌଣସି ସୂଚନା ଗଣମାଧ୍ୟମ ଆଗରେ ଦେବାକୁ ତଦନ୍ତକାରୀ ସଂସ୍ଥା ମନା କରିଛି ।
📲Get App