🔥 TRENDING मासूम की हत्या से शाहबाद में सनसनी: ला... पुलिस अधीक्षक सुरेश चंद्र रावत ने पुलि... WHO ಹೊಸ ಭಾರತೀಯ ಮಲೇರಿಯಾ ಲಸಿಕೆಗೆ ಉನ್ನತ ಸ... પાટણમાં 'સતર્કતા જાગૃતિ સપ્તાહ-2026' હ... ಮೇಡ್ ಇನ್ ಇಂಡಿಯಾ ಸುರಕ್ಷಿತ OS ಫೋನ್‌ಗಳ ಮಾ... ಭಾರತದಲ್ಲಿ ಏಷ್ಯಾದ ಅತಿ ದೊಡ್ಡ ಗ್ರೀನ್ ಡೇಟಾ...
06 Nov 2026•
ગુજરાતી मराठी ਪੰਜਾਬੀ বাংলা
Education

ଗଞ୍ଜାମ ଓ ଗଜପତି ଜିଲ୍ଲାରେ ପିଲାଙ୍କୁ ମିଳିବ ପାଠ୍ୟପୁସ୍ତକ : ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ

✍️ Reporter: Deepak Mahapatra 🗓 06 Nov 2026, 01:51 PM 👁 12
Share: 💬 WhatsApp 📘 Facebook 𝕏 Post
ଭୁବନେଶ୍ୱର : ବାତ୍ୟା ‘ଅର୍ଣ୍ଣବ’ ଏବଂ ପରବର୍ତ୍ତୀ ବନ୍ୟା ଯୋଗୁଁ କ୍ଷତିଗ୍ରସ୍ତ ହୋଇଥିବା ଗଞ୍ଜାମ ଓ ଗଜପତି ଜିଲ୍ଲାର ସ୍କୁଲ ପିଲାଙ୍କୁ ରାଜ୍ୟ ସରକାର ନୂଆ ପାଠ୍ୟପୁସ୍ତକ ଯୋଗାଇଦେବେ । ଏନେଇ ଓଡ଼ିଶାର ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ସୂଚନା ଦେଇଛନ୍ତି। ଏହି ବିପର୍ଯ୍ୟୟରେ ଯେଉଁ ଛାତ୍ରଛାତ୍ରୀମାନଙ୍କର ବହି ଓ ପାଠପଢ଼ା ସାମଗ୍ରୀ ନଷ୍ଟ ହୋଇଯାଇଛି, ସେମାନଙ୍କ ଶିକ୍ଷାରେ ଯେପରି କୌଣସି ବାଧା ସୃଷ୍ଟି ନ ହୁଏ,ସେଥିପାଇଁ ସରକାର ଏହି ନିଷ୍ପତ୍ତି ନେଇଛନ୍ତି।
ବାତ୍ୟା ଓ ବନ୍ୟା ପାଣିରେ ପିଲାଙ୍କ ବହି ନଷ୍ଟ ହୋଇଯାଇଥିବାରୁ ସେମାନଙ୍କୁ ତୁରନ୍ତ ନୂତନ ପାଠ୍ୟପୁସ୍ତକ ଯୋଗାଇ ଦିଆଯିବ। ଏଥିପାଇଁ ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ସମ୍ପାଦକଙ୍କ ସହ ଆଲୋଚନା ସରିଛି ଏବଂ ପାଠ୍ୟପୁସ୍ତକ ଯୋଗାଣ ପାଇଁ ବ୍ୟବସ୍ଥା କରାଯାଉଛି।
ବାତ୍ୟା ପ୍ରଭାବରେ ଅନେକ ବିଦ୍ୟାଳୟ ଗୃହ ମଧ୍ୟ କ୍ଷତିଗ୍ରସ୍ତ ହୋଇଛି। ବିଦ୍ୟାଳୟଗୁଡ଼ିକର ତୁରନ୍ତ ମରାମତି ଓ ପୁନରୁଦ୍ଧାର ପାଇଁ ମନ୍ତ୍ରୀ ଦୁଇ ଜିଲ୍ଲାର ଜିଲ୍ଲା ଶିକ୍ଷାଧିକାରୀଙ୍କ ଠାରୁ ବିସ୍ତୃତ ରିପୋର୍ଟ ମାଗିଛନ୍ତି।
ପିଲାମାନଙ୍କର ପାଠପଢ଼ା ଏବଂ ଆଗାମୀ ପରୀକ୍ଷାକୁ ଦୃଷ୍ଟିରେ ରଖି ସରକାରୀ ସ୍ତରରେ ଏହି ପ୍ରକ୍ରିୟାକୁ ଯଥାଶୀଘ୍ର ଶେଷ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।
📲Get App