🔥 TRENDING Congress Unveils 51 Candidates for Aga... India to Build Rs 1.3 Lakh‑Crore Railw... Ziro, Arunachal Pradesh Farmers Send O... Himachal Pradesh offers Rs 1,500 annua... वाळूजमध्ये २२ वर्षांची पत्नी दोन लहान... 📢 ગુજરાતના સરકારી કર્મચારીઓ માટે મોટા...
05 Nov 2026•
ગુજરાતી मराठी ਪੰਜਾਬੀ বাংলা
Sarkari Yojana

କୃଷକ ଉତ୍ପାଦକ ସଂଗଠନଗୁଡ଼ିକୁ ବଜାର ସହ ଯୋଡ଼ିବା ନିମନ୍ତେ କେଭିକେ ଢେଙ୍କାନାଳରେ ଜିଲ୍ଲାସ୍ତରୀୟ ତାଲିମ କାର୍ଯ୍ୟକ୍ରମ

✍️ Reporter: Deepak Mahapatra 🗓 05 Nov 2026, 01:23 PM 👁 8
Share: 💬 WhatsApp 📘 Facebook 𝕏 Post
କୃଷକ ଉତ୍ପାଦକ ସଂଗଠନ (FPO) ଗୁଡ଼ିକୁ ବଜାର ସହ ସଂଯୋଗ କରିବା ଏବଂ ସେମାନଙ୍କୁ ଏକ ସଫଳ କୃଷକ ମାଲିକାନାଭିତ୍ତିକ ବ୍ୟବସାୟିକ ସଂସ୍ଥା ଭାବେ ଗଢ଼ିତୋଳିବା ଉଦ୍ଦେଶ୍ୟରେ ୨ା୧୧ା୨୦୨୬ ଦିନ କୃଷି ବିଜ୍ଞାନ କେନ୍ଦ୍ର (KVK), ଢେଙ୍କାନାଳଠାରେ ଏକ ଜିଲ୍ଲାସ୍ତରୀୟ ତାଲିମ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।
ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ବିଭିନ୍ନ କୃଷକ ଉତ୍ପାଦକ ସଂଗଠନର ୨୫ ଜଣ ସଦସ୍ୟ ଅଂଶଗ୍ରହଣ କରିଥିଲେ।OUAT ଅଧୀନସ୍ଥ Center of Excellence for FPOs ପକ୍ଷରୁ ଏହି ତାଲିମ କାର୍ଯ୍ୟକ୍ରମ ଭର୍ଚୁଆଲ୍ ମାଧ୍ୟମରେ ପରିଚାଳିତ ହୋଇଥିଲା। କୃଷି ବିଜ୍ଞାନ କେନ୍ଦ୍ର, ଢେଙ୍କାନାଳର ବୈଜ୍ଞାନିକା ଡଃ ରୋଜାଲିନ ମହାନ୍ତ, (କୃଷି ସମ୍ପ୍ରସାରଣ) ଏହି କାର୍ଯ୍ୟକ୍ରମର ସଂଯୋଜନା ଓ ସୁପରିଚାଳନା କରିଥିଲେ।
ତାଲିମ କାର୍ଯ୍ୟକ୍ରମରେ FPO ଗୁଡ଼ିକର ପଞ୍ଜୀକରଣ ପ୍ରକ୍ରିୟା, ଉତ୍ପାଦଗୁଡ଼ିକର ଅନଲାଇନ୍ ତାଲିକାଭୁକ୍ତ କରଣ, ଉତ୍ପାଦର ବ୍ରାଣ୍ଡିଂ, ପ୍ୟାକେଜିଂ ଓ ବଜାର ପରିଚୟ ସୃଷ୍ଟି କରିବା ସହିତ ବିଭିନ୍ନ କ୍ରେତା ଓ ବ୍ୟବସାୟିକ ସଂସ୍ଥା ସହିତ ସିଧାସଳଖ ସମ୍ପର୍କ ସ୍ଥାପନ କରିବାର ଉପାୟ ସମ୍ପର୍କରେ ବିସ୍ତୃତ ଆଲୋଚନା କରାଯାଇଥିଲା।
କେବଳ କୃଷି ଉତ୍ପାଦନରେ ସୀମିତ ନରହି ଉତ୍ପାଦର ଉଚିତ ମୂଲ୍ୟ ହାସଲ, ବଜାର ସୁଯୋଗର ସଦୁପଯୋଗ, ଉପଯୁକ୍ତ ବ୍ରାଣ୍ଡ ପରିଚୟ ସୃଷ୍ଟି ଏବଂ ନିୟମିତ କ୍ରେତା ସମ୍ପର୍କ ବିକାଶ ମାଧ୍ୟମରେ FPO ଗୁଡ଼ିକର ବ୍ୟବସାୟିକ ସ୍ଥିରତା ବୃଦ୍ଧି କରିବା ଉପରେ ତାଲିମରେ ଗୁରୁତ୍ୱ ଦିଆଯାଇଥିଲା। ଏହି ପଦକ୍ଷେପ ଜରିଆରେ ଢେଙ୍କାନାଳ ଜିଲ୍ଲାର FPO ଗୁଡ଼ିକର ବଜାର ସଂଯୋଗୀକରଣ ଦକ୍ଷତା ବୃଦ୍ଧି ସହିତ କୃଷକମାନଙ୍କ ଆୟ ବୃଦ୍ଧି ଓ କୃଷକ ଉତ୍ପାଦକ ସଂଗଠନଗୁଡ଼ିକୁ ସ୍ୱାବଲମ୍ବୀ ଓ ସ୍ଥାୟୀ କୃଷି ବ୍ୟବସାୟିକ ସଂସ୍ଥା ଭାବେ ଗଢ଼ିତୋଳିବାରେ ସହାୟକ ହେବ ବୋଲି ଆଶା ପ୍ରକାଶ କରାଯାଇଥିଲା।
📲Get App