🔥 TRENDING ECI to announce special summary revisi... Dr Heinisch Agro Solutions secures nan... अभिभावकों की देखरेख में बच्चे पटाखे जल... સતર્કતા જાગૃતિ સપ્તાહ-૨૦૨૬” અનુસંધાને... જનસુવિધાના વિકાસ તરફ વધુ એક મહત્વપૂર્ણ... करौली जिला पुलिस अधीक्षक लोकेश सोनवाल...
05 Nov 2026•
ગુજરાતી मराठी ਪੰਜਾਬੀ বাংলা
Local

ବାତ୍ୟା ‘ଅର୍ଣ୍ଣବ’ ପ୍ରଭାବିତଙ୍କୁ ମିଳିବ ୨୫୦୦ ଟଙ୍କା, ଗଞ୍ଜାମ ଓ କୋରାପୁଟ ପାଇଁ ୧୦୭.୭୦ କୋଟି ମଞ୍ଜୁର

✍️ Reporter: Deepak Mahapatra 🗓 05 Nov 2026, 01:21 PM 👁 14
Share: 💬 WhatsApp 📘 Facebook 𝕏 Post
ଭୁବନେଶ୍ୱର: ବାତ୍ୟା ‘ଅର୍ଣ୍ଣବ’ ଦ୍ୱାରା କ୍ଷତିଗ୍ରସ୍ତ ପରିବାରଙ୍କୁ ଆର୍ଥିକ ସହାୟତା ଯୋଗାଇଦେବା ପାଇଁ ରାଜ୍ୟ ସରକାର ବଡ଼ ପଦକ୍ଷେପ ନେଇଛନ୍ତି। ପ୍ରଭାବିତ ପରିବାରଙ୍କୁ ନଗଦ ଅନୁଗ୍ରହ ରାଶି ପ୍ରଦାନ ନିମନ୍ତେ ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ପାଣ୍ଠି (SDRF)ରୁ ୧୦୭ କୋଟି ୭୦ ଲକ୍ଷ ଟଙ୍କାରୁ ଅଧିକ ଅର୍ଥ ମଞ୍ଜୁର କରାଯାଇଛି। SRCଙ୍କ ପକ୍ଷରୁ ଏହି ଅର୍ଥ ଗଞ୍ଜାମ ଓ କୋରାପୁଟ ଜିଲ୍ଲା ପାଇଁ ଅନୁମୋଦନ କରାଯାଇଛି।
ମଞ୍ଜୁର ହୋଇଥିବା ମୋଟ ଅର୍ଥରୁ ଗଞ୍ଜାମ ଜିଲ୍ଲାକୁ ୧୦୭ କୋଟି ୪୪ ଲକ୍ଷ ୫୫ ହଜାର ଟଙ୍କା ମିଳିଥିବା ବେଳେ କୋରାପୁଟ ଜିଲ୍ଲା ପାଇଁ ୨୬ ଲକ୍ଷ ୨୭ ହଜାର ୫୦୦ ଟଙ୍କା ମଞ୍ଜୁର ହୋଇଛି। ମୁଖ୍ୟମନ୍ତ୍ରୀଙ୍କ ଘୋଷିତ ସ୍ୱତନ୍ତ୍ର ପ୍ୟାକେଜ୍ ଅନୁସାରେ ଏହି ସହାୟତା ରାଶି ବଣ୍ଟନ କରାଯିବ।
ସୂଚନା ଅନୁଯାୟୀ, ଗଞ୍ଜାମ ଜିଲ୍ଲାର ୪ ଲକ୍ଷ ୨୯ ହଜାର ୭୮୨ଟି ପ୍ରଭାବିତ ପରିବାର ଏହି ଯୋଜନାରେ ଲାଭ ପାଇବେ। ପ୍ରତ୍ୟେକ ପରିବାରକୁ ୨,୫୦୦ ଟଙ୍କା ଲେଖାଏଁ ନଗଦ ସହାୟତା ଦିଆଯିବ। ସେହିପରି କୋରାପୁଟ ଜିଲ୍ଲାର ୧,୦୫୧ଟି ପ୍ରଭାବିତ ପରିବାର ମଧ୍ୟ ସମାନ ହାରରେ ଅନୁଗ୍ରହ ରାଶି ପାଇବେ। ଏହି ଅର୍ଥ ଉଭୟ ଜିଲ୍ଲାର ଜିଲ୍ଲାପାଳଙ୍କୁ ହସ୍ତାନ୍ତର କରାଯାଇଛି। ସରକାରୀ ନିୟମ ଓ ନିର୍ଦ୍ଦେଶାବଳୀ ଅନୁସାରେ ଯୋଗ୍ୟ ପରିବାରଙ୍କୁ ଯଥାଶୀଘ୍ର ଅର୍ଥ ପ୍ରଦାନ କରିବାକୁ ପଦକ୍ଷେପ ନିଆଯିବ।
ବାତ୍ୟା ପରବର୍ତ୍ତୀ ସ୍ଥିତିରେ ଅନେକ ପରିବାର ଆର୍ଥିକ ଓ ଜୀବିକାଗତ ସମସ୍ୟାର ସମ୍ମୁଖୀନ ହୋଇଥିବାରୁ ଏହି ସହାୟତା ସେମାନଙ୍କୁ କିଛି ମାତ୍ରାରେ ଆଶ୍ୱସ୍ତି ଦେବ ବୋଲି ଆଶା କରାଯାଉଛି। ବିପର୍ଯ୍ୟୟ ସମୟରେ ପ୍ରଭାବିତ ଲୋକଙ୍କ ନିକଟରେ ତୁରନ୍ତ ଆର୍ଥିକ ସହାୟତା ପହଞ୍ଚାଇବା ଉପରେ ସରକାର ଗୁରୁତ୍ୱ ଦେଇଛନ୍ତି।
ଗଞ୍ଜାମରେ ବାତ୍ୟା ଓ ବନ୍ୟାରେ ୫୦୦ କୋଟିର କ୍ଷୟକ୍ଷତି, ସ୍ଥିତି ପରଖିଲା ୮ ଜଣିଆ କେନ୍ଦ୍ରୀୟ ଟିମ୍
📲Get App