🔥 ट्रेंडिंग हरियाणा स्कूल पर हमला: 8 वर्षीय लड़के... अटारी‑वाघा सीमा पर 49 पाकिस्तानी सिख श... अटारी‑वाघा सीमा से 49 पाकिस्तानी सिख श... ବାତ୍ୟା ‘ଅର୍ଣ୍ଣବ’ କ୍ଷତିର ଆକଳନ: ଗଞ୍ଜାମରେ... भाजपा के खंडेलवाल ने राहुल गांधी के तह... ભાજપના શાસનમાં તહેવારો ના સમયે સામાન્ય...
05 नव. 2026•
ગુજરાતી मराठी ਪੰਜਾਬੀ বাংলা
नौकरी

ମୋହନଙ୍କ ଆକ୍ସନ: ଓଏଫଡିସିରୁ ବିଦା ହେଲେ ବିଷ୍ଣୁପଦ, ରୂପା ମିଶ୍ରଙ୍କୁ ମିଳିଲା ପଂଚାୟତିରାଜ

✍️ रिपोर्टर: Deepak Mahapatra 🗓 05 नव. 2026, 12:50 PM 👁 18
शेयर करें: 💬 WhatsApp 📘 Facebook 𝕏 Post
ଓଡ଼ିଶା ବନ ଉନ୍ନୟନ ନିଗମ (ଓଏଫଡିସି) ଅଧ୍ୟକ୍ଷ ତଥା ୧୯୯୫ ବ୍ୟାଚ୍ ଆଇଏଏସ୍ ବିଷ୍ଣୁପଦ ସେଠୀଙ୍କୁ ନିଜ କ୍ଷମତାର ଅପବ୍ୟବହାର କରିବା ପୁଣିଥରେ ମହଙ୍ଗା ପଡ଼ିଛି। ମାତ୍ର ୯ମାସ ବ୍ୟବଧାନରେ ତାଙ୍କୁ ପୁଣିଥରେ ସାଧାରଣ ପ୍ରଶାସନ ବିଭାଗର ଓଏସଡି ଭାବେ ବଦଳି କରାଯାଇଛି। ଓଏଫଡିସି ଅଧ୍ୟକ୍ଷ ଶ୍ରୀ ସେଠୀ ଓ ପରିଚାଳନା ନିର୍ଦ୍ଦେଶକ ଆଇଏଫଏସ୍ ପ୍ରେମ କୁମାର ଝାଙ୍କ ମଧ୍ୟରେ ଚାଲିଥିବା ପ୍ରଶାସନିକ ଛକାପଞ୍ଝା ଓ ବିବାଦ ପରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏହି ଆକ୍ସନ ନେଇଥିବା ଜଣାପଡ଼ିଛି। ସେହିପରି କେନ୍ଦ୍ରୀୟ ଡେପୁଟେସନରୁ ଫେରି ପ୍ରାୟ ଏକମାସ ଧରି ନିଯୁକ୍ତି ଅପେକ୍ଷାରେ ଥିବା ୨୦୦୪ ବ୍ୟାଚ ଆଇଏଏସ୍ ରୂପା ମିଶ୍ରଙ୍କ ଉପରେ ରାଜ୍ୟ ସରକାର ଭରସା କରିଛନ୍ତି। ତାଙ୍କୁ ପଂଚାୟତିରାଜ ବିଭାଗର କମିଶନର ତଥା ସଚିବ ଭାବେ ନିଯୁକ୍ତି ମିଳିଛି। ଆଗକୁ ପଂଚାୟତ ନିର୍ବାଚନ ଥିବାବେଳେ ଶ୍ରୀମତୀ ମିଶ୍ରଙ୍କୁ ଏହି ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ମିଳିଛି।
ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଆଜି ଜାରି ବିଜ୍ଞପ୍ତି ଅନୁସାରେ ଓଏଫଡିସି ଅଧ୍ୟକ୍ଷ ତଥା କେବିକେ ମୁଖ୍ୟ ପ୍ରଶାସକ ଭାବେ ଅତିରିକ୍ତ ଦାୟିତ୍ୱରେ ଥିବା ୧୯୯୫ ବ୍ୟାଚର ବରିଷ୍ଠ ଆଇଏଏସ ବିଷ୍ଣୁପଦ ସେଠୀଙ୍କୁ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗର ଓଏସଡି(ଅଫିସର ଅନ ସ୍ପେଶାଲ ଡ୍ୟୁଟି) ଭାବେ ବଦଳି କରାଯାଇଛି। ଓଏଫଡିସିରେ ଆଇଏଏସ ବନାମ ଆଇଏଫଏସ ବିବାଦ ଚରମ ସୀମାରେ ପହଂଚିବାପରେ ସରକାରଙ୍କ ଏହି ନିଷ୍ପତ୍ତି ବେଶ ଗୁରୁତ୍ୱ ବହନ କରୁଛି।
ସେହିପରି ପଂଚାୟତିରାଜ ଓ ପାନୀୟ ଜଳ ବିଭାଗର କମିଶନର ତଥା ସଚିବ ୨୦୦୨ ବ୍ୟାଚର ଆଇଏଏସ ଗିରିଶ ଏସଏନଙ୍କୁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର କମିଶନର ତଥା ଶାସନ ସଚିବ ଭାବେ ବଦଳି କରାଯାଇଛି। ସେଠାରେ ଥିବା ୨୦୦୩ ବ୍ୟାଚର ଆଇଏଏସ ଅଶ୍ୱତୀ ଏସଙ୍କୁ ଅର୍ଥ ବିଭାଗର ସ୍ୱତନ୍ତ୍ର ସଚିବ ଭାବେ ବଦଳି କରାଯାଇଛି । ତେବେ ଶ୍ରୀମତୀ ଅଶ୍ୱତୀ ପୂବଭଳି ଷ୍ଟେଟ ଇନଷ୍ଟିଚ୍ୟୁଟ୍ ଫର ଟ୍ରାନ୍ସଫରମେଟିଭ ଇନିସିଏଟିଭସ୍ (ସିଟି-ଓଡ଼ିଶା)ର ସିଇଓ ଭାବେ ଅତିରିକ୍ତ ଦାୟିତ୍ୱ ତୁଲାଇବେ। ସେହିପରି କେନ୍ଦ୍ରୀୟ ଡେପୁଟେସନରୁ ଫେରିଥିବା ୨୦୦୪ ବ୍ୟାଚର ଆଇଏଏସ ରୂପା ମିଶ୍ରଙ୍କୁ ରାଜ୍ୟ ସରକାର ପଂଚାୟତିରାଜ ଓ ପାନୀୟ ଜଳ ବିଭାଗର କମିଶନର ତଥା ଶାସନ ସଚିବ ଭାବେ ଅବସ୍ଥାପିତ କରିଛନ୍ତି।
ଉଲ୍ଲେଖଯୋଗ୍ୟ, ଓଏଫଡିସି ଅଧ୍ୟକ୍ଷ ଓ ପରିଚାଳନା ନିର୍ଦ୍ଦେଶକଙ୍କ ମଧ୍ୟରେ ବିବାଦକୁ ନେଇ ‘ଓଡ଼ିଶା ରିପୋର୍ଟର’ ଅକ୍ଟୋବର ୩୧ତାରିଖରେ ପ୍ରଥମେ ଖବର ପ୍ରକାଶିତ କରି ରାଜ୍ୟ ସରକାରଙ୍କ ନିରବତା ଉପରେ ପ୍ରଶ୍ନ ଉଠାଇଥିଲା । ତେବେ ସରକାର ଏହି ପ୍ରସଙ୍ଗରେ ହସ୍ତକ୍ଷେପ କରି ଶ୍ରୀ ସେଠୀଙ୍କୁ ବଦଳି କରିଛନ୍ତି ।
ପୂର୍ବରୁ ଆଇଏଏସ୍ ଶ୍ରୀ ସେଠୀ ଦୁର୍ନୀତି ମାମଲାରେ ସିବିଆଇ ତଦନ୍ତର ସମ୍ମୁଖୀନ ହେବାପରେ ରାଜ୍ୟ ସରକାର ତାଙ୍କୁ ଓଏସଡି ଭାବେ ପ୍ରାୟ ବର୍ଷେରୁ ଅଧିକ ସମୟ ଧରି ସାଧାରଣ ପ୍ରଶାସନ ବିଭାଗର ଓଏସଡି କରି ବିନା କାମରେ ବସାଇ ରଖିଥିଲେ । ଗତ ଫେବୃୟାରୀ ମାସରେ ତାଙ୍କୁ ଓଏଫଡିସି ଅଧ୍ୟକ୍ଷ ଭାବେ ନିଯୁକ୍ତି ମିଳିଥିଲା ।
📲Get App