🔥 TRENDING પાટણમાં દિવાળીના પર્વે અનોખી પહેલ: જાણ... वैशाली में पि एम के संभावित कार्यक्रम... ଆନ୍ଧ୍ର ନିର୍ବାଚନ: ଗଜପତିରେ ପ୍ରଶାସନର କଡ଼ା... पंचायत चुनाव तीसरा चरण मतदान आज સદા અગ્રેસર ગુજરાત..! Jp Nadda sakina itoo Review progress...
05 Nov 2026•
ગુજરાતી मराठी ਪੰਜਾਬੀ বাংলা
Jobs & Career

ଓଡ଼ିଶା ପ୍ରଶାସନରେ ବଡ଼ ଅଦଳବଦଳ; ୪ IAS ଅଧିକାରୀଙ୍କ ନୂଆ ନିଯୁକ୍ତି, ବଦଳିଲା ବିଭାଗ

✍️ Reporter: Deepak Mahapatra 🗓 05 Nov 2026, 01:01 PM 👁 6
Share: 💬 WhatsApp 📘 Facebook 𝕏 Post
ଭୁବନେଶ୍ୱର: ରାଜ୍ୟ ପ୍ରଶାସନିକ ସ୍ତରରେ ବଡ଼ ଧରଣର ଅଦଳବଦଳ। ୪ ଜଣ ବରିଷ୍ଠ IAS ଅଧିକାରୀଙ୍କୁ ମିଳିଲା ନୂଆ ଦାୟିତ୍ୱ। ନଭେମ୍ବର ୫ ତାରିଖରେ ରାଜ୍ୟପାଳଙ୍କ ଆଦେଶକ୍ରମେ ସାଧାରଣ ପ୍ରଶାସନ ଓ ଜନଅଭିଯୋଗ ବିଭାଗ ପକ୍ଷରୁ ଏନେଇ ବିଜ୍ଞପ୍ତି ଜାରି ହୋଇଛି।
କାହାକୁ ମିଳିଲା କେଉଁ ବିଭାଗର ଦାୟିତ୍ୱ? ଜାଣନ୍ତୁ ପୂରା ତାଲିକା।
୧. ବିଷ୍ଣୁପଦ ସେଠୀ (IAS, RR-1995)
ଓଡ଼ିଶା ଜଙ୍ଗଲ ଉନ୍ନୟନ ନିଗମର ଅଧ୍ୟକ୍ଷ ଏବଂ KBKର ମୁଖ୍ୟ ପ୍ରଶାସକ ଭାବେ ଦାୟିତ୍ୱରେ ଥିବା ବିଷ୍ଣୁପଦ ସେଠୀଙ୍କୁ ସାଧାରଣ ପ୍ରଶାସନ ଓ ଜନଅଭିଯୋଗ ବିଭାଗରେ Officer on Special Duty (OSD) ଭାବେ ନିଯୁକ୍ତି ମିଳିଛି।
୨. ଗିରିଶ ଏସ୍.ଏନ୍. (IAS, RR-2002)
ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର କମିଶନର-ତଥା-ଶାସନ ସଚିବ ଥିବା ଗିରିଶ ଏସ୍.ଏନ୍.ଙ୍କୁ ଏବେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର କମିଶନର-ତଥା-ଶାସନ ସଚିବ ଦାୟିତ୍ୱ ମିଳିଛି।
୩. ଅଶ୍ୱଥୀ ଏସ୍. (IAS, RR-2003)
ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର କମିଶନର-ତଥା-ଶାସନ ସଚିବ ଥିବା ଅଶ୍ୱଥୀ ଏସ୍.ଙ୍କୁ ଅର୍ଥ ବିଭାଗର ସ୍ୱତନ୍ତ୍ର ସଚିବ ଭାବେ ନିଯୁକ୍ତ କରାଯାଇଛି। ତେବେ ସେ SITI-Odishaର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (CEO) ଭାବେ ଅତିରିକ୍ତ ଦାୟିତ୍ୱ ଜାରି ରଖିବେ।
୪. ରୂପା ମିଶ୍ର (IAS, RR-2004)
କେନ୍ଦ୍ରୀୟ ଡେପୁଟେସନରୁ ଫେରିବା ପରେ ରୂପା ମିଶ୍ରଙ୍କୁ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର କମିଶନର-ତଥା-ଶାସନ ସଚିବ ଭାବେ ନିଯୁକ୍ତି ମିଳିଛି।
କେଉଁ ବିଭାଗରେ କିଏ ରହିବେ?
ଏହି ପ୍ରଶାସନିକ ଅଦଳବଦଳ ପରେ ସ୍ୱାସ୍ଥ୍ୟ, ଅର୍ଥ ଏବଂ ପଞ୍ଚାୟତିରାଜ ଭଳି ଗୁରୁତ୍ୱପୂର୍ଣ୍ଣ ବିଭାଗରେ ନୂଆ ଅଧିକାରୀ ଦାୟିତ୍ୱ ତୁଲାଇବେ। ରାଜ୍ୟର ପ୍ରଶାସନିକ କାର୍ଯ୍ୟଧାରାରେ ଏହି ପରିବର୍ତ୍ତନ କିପରି ପ୍ରତିଫଳିତ ହେବ, ତାହା ଉପରେ ନଜର ରହିବ।
📲Get App