🔥 TRENDING ಬೆಂಗಳೂರು ಸಂಚಾರ ಪೊಲೀಸರು ಅತಿವೇಗ ಮತ್ತು ಮದ... The Times of India Releases Official T... News18 Marathi Reports on Nanded Finan... अंबाह के बीचा‑बीचा रोड पर सब्जी के ठेल... Vijay Wadettiwar Criticizes Maharashtr... Former Police Officer Arrested in Conn...
02 Nov 2026•
ગુજરાતી मराठी ਪੰਜਾਬੀ বাংলা

ବାତ୍ୟା ‘ମୁରୁସା’ ଆଶଙ୍କା: ବାଲିମେଳା ଜଳଭଣ୍ଡାରର ୩ ଟି ଗେଟ୍ ଖୋଲା, ତଳିଆ ଅଞ୍ଚଳ ବାସୀଙ୍କୁ ସତର୍କ ସୂଚନା

✍️ Reporter: Sukumar Mandal 🗓 02 Nov 2026, 02:28 PM 👁 19
Share: 💬 WhatsApp 📘 Facebook 𝕏 Post
ବାତ୍ୟା ‘ମୁରୁସା’ ଆଶଙ୍କା: ବାଲିମେଳା ଜଳଭଣ୍ଡାରର ୩ ଟି ଗେଟ୍ ଖୋଲା, ତଳିଆ ଅଞ୍ଚଳ ବାସୀଙ୍କୁ ସତର୍କ ସୂଚନା

ମାଲକାନଗିରି, ୧ ନଭେମ୍ବର : ଆସନ୍ନ ବାତ୍ୟା ‘ମୁରୁସା’ ଓ ସମ୍ଭାବ୍ୟ ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି ବାଲିମେଳା ଜଳଭଣ୍ଡାରର ଜଳସ୍ତର ନିୟନ୍ତ୍ରଣ କରିବା ଲାଗି ୩ ଟି ଗେଟ୍ ଖୋଲାଯାଇଛି। ଏହାଦ୍ୱାରା ପ୍ରତି ସେକେଣ୍ଡରେ ୬ ହଜାର ଘନଫୁଟ ଜଳ ନିଷ୍କାସିତ ହେଉଛି। ଜଳ ନିଷ୍କାସନକୁ ଦୃଷ୍ଟିରେ ରଖି ନଦୀର ତଳିଆ ଅଞ୍ଚଳରେ ରହୁଥିବା ଗ୍ରାମବାସୀଙ୍କୁ ପ୍ରଶାସନ ପକ୍ଷରୁ ସତର୍କ କରାଯାଇଛି।

ଜଳଭଣ୍ଡାର କର୍ତ୍ତୃପକ୍ଷଙ୍କଠାରୁ ମିଳିଥିବା ସୂଚନାନୁସାରେ, ପ୍ରାୟ ୬୫ କିଲୋମିଟର ପରିମିତ ଅଞ୍ଚଳରେ ବ୍ୟାପ୍ତ ବାଲିମେଳା ଜଳଭଣ୍ଡାରର ସର୍ବୋଚ୍ଚ ଜଳଧାରଣ କ୍ଷମତା ୧୫୧୬ ଫୁଟ ରହିଛି। ବର୍ତ୍ତମାନ ଜଳସ୍ତର ୧୫୧୦.୮୦ ଫୁଟ ରହିଛି। ଆଗକୁ ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବାରୁ ଜଳସ୍ତର ସ୍ଥିର ରଖିବା ଉଦ୍ଦେଶ୍ୟରେ ଜଳଭଣ୍ଡାରର ୩ ଟି ଗେଟ୍ ଖୋଲାଯାଇଛି।

ପୋଟେରୁ ଜଳସେଚନ ବିଭାଗର ମୁଖ୍ୟ ନିର୍ମାଣ ଯନ୍ତ୍ରୀ ତୃପ୍ତ କୁମାର ପାତ୍ର କହିଛନ୍ତି ଯେ, ଗେଟ୍ ଖୋଲିବା ପୂର୍ବରୁ ଆଜି ଅପରାହ୍ନ ୨ ଟା ସମୟରେ ଡାକବାଜି ଯନ୍ତ୍ର ମାଧ୍ୟମରେ ତଳିଆ ଅଞ୍ଚଳର ଗ୍ରାମବାସୀଙ୍କୁ ସତର୍କ କରାଯାଇଥିଲା। ଏହାପରେ ଅପରାହ୍ନ ୪ ଟା ୫୦ ମିନିଟ୍ ସମୟରେ ଗେଟ୍ ଖୋଲାଯାଇଥିଲା।

ଆଗାମୀ ଦିନରେ ବର୍ଷାର ପରିମାଣ ଏବଂ ଜଳଭଣ୍ଡାରକୁ ପ୍ରବେଶ କରୁଥିବା ଜଳର ପରିମାଣକୁ ଅନୁଧ୍ୟାନ କରି ଆବଶ୍ୟକ ପଡ଼ିଲେ ଅଧିକ ଗେଟ୍ ଖୋଲିବା ନେଇ ନିଷ୍ପତ୍ତି ନିଆଯିବ ବୋଲି ସେ ସୂଚନା ଦେଇଛନ୍ତି।

ଗେଟ୍ ଖୋଲିବା ସମୟରେ ବାଲିମେଳା ବନ୍ଧ ବିଭାଜନର ଅଧୀକ୍ଷଣ ଯନ୍ତ୍ରୀ କୈଳାଶ ଚନ୍ଦ୍ର ସେଠୀ, ସହକାରୀ ନିର୍ବାହୀ ଯନ୍ତ୍ରୀ ତୁଷାର ରଞ୍ଜନ ଖୁଣ୍ଟିଆ ଓ ଦିଲୀପ କୁମାର ଦଳବେହେରା, କନିଷ୍ଠ ଯନ୍ତ୍ରୀ ଜ୍ୟୋତି ଟପ୍ନୋ ଓ ବିଭୂତି ବେହେରାଙ୍କ ସମେତ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ।
📲Get App