🔥 ट्रेंडिंग दिल्ली कोर्ट ने कश्मीरी युवक की जमानत... दिल्ली सरकार ने सरकारी जमीनों पर कब्जो... હિંમતનગરમાં કોલેજ રોડ વિસ્તરણ માટે 15થ... AIIMS दिल्ली अब देगा मरीजों को बेड‑साइ... दिलशाद कॉलोनी के प्रसन्ना पार्क में रो... हनुमानगढ़ में बारीक मच्छरों का प्रकोप,...
01 नव. 2026•
ગુજરાતી मराठी ਪੰਜਾਬੀ বাংলা

ଜିଲ୍ଲାସ୍ତରୀୟ ନିଯୁକ୍ତି ମେଳାରେ ୬୨ ଜଣଙ୍କୁ ନିଯୁକ୍ତି ପତ୍ର ପ୍ରଦାନ

✍️ रिपोर्टर: SUKUMAR MANDAL 🗓 01 नव. 2026, 06:06 PM 👁 18
शेयर करें: 💬 WhatsApp 📘 Facebook 𝕏 Post
ମାଲକାନଗିରି, ୧ ନଭେମ୍ବର : ମାଲକାନଗିରି ଜିଲ୍ଲାରେ ଶିକ୍ଷା ଓ ସେବା ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବା ଲକ୍ଷ୍ୟରେ ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା (ଆଇଟିଡିଏ) ପକ୍ଷରୁ ଆଜି ଏକ ଜିଲ୍ଲାସ୍ତରୀୟ ନିଯୁକ୍ତି ମେଳା ଆୟୋଜିତ ହୋଇଯାଇଛି। ଜିଲ୍ଲାପାଳଙ୍କ କାର୍ଯ୍ୟାଳୟସ୍ଥିତ ଏଫଏଲସି ହଲ୍‌ଠାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ନବନିଯୁକ୍ତ ମୋଟ ୬୨ ଜଣ ପ୍ରାର୍ଥୀଙ୍କୁ ନିଯୁକ୍ତି ପତ୍ର ବଣ୍ଟନ କରାଯାଇଛି। ସେମାନଙ୍କ ମଧ୍ୟରେ ୬୧ ଜଣ ସେବକ ଓ ସେବିକା ଏବଂ ଜଣେ ଟିଏଲ୍‌ଟି ଅଛନ୍ତି।

ଆଇଟିଡିଏର ପ୍ରକଳ୍ପ ପ୍ରଶାସକ ହଳଧର ଶବରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସଭାରେ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ବେଦବର ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗଦେଇ ନବନିଯୁକ୍ତ ପ୍ରାର୍ଥୀମାନଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରିଥିଲେ। ଅତିରିକ୍ତ ଜିଲ୍ଲା ମଙ୍ଗଳ ଅଧିକାରୀ ସୁମନ୍ତ ମାଝୀ ଏବଂ ଅତିରିକ୍ତ ଜିଲ୍ଲା ମଙ୍ଗଳ ଅଧିକାରୀ (ସଦର) ଗୁରୁବନ୍ଧୁ ପୂଜାରୀ ସମ୍ମାନିତ ଅତିଥି ଭାବେ ଉପସ୍ଥିତ ଥିଲେ।

ଏହି ଅବସରରେ ମୁଖ୍ୟ ଅତିଥି ଶ୍ରୀ ପ୍ରଧାନ କହିଥିଲେ ଯେ, ଏହି ନୂତନ ନିଯୁକ୍ତି ଜିଲ୍ଲାର ଶିକ୍ଷା ଓ ସେବା ବ୍ୟବସ୍ଥାକୁ ଅଧିକ କ୍ରିୟାଶୀଳ ଏବଂ ସୁଦୃଢ଼ କରିବ। ନବନିଯୁକ୍ତ କର୍ମଚାରୀମାନେ ନିଷ୍ଠା, ଆନ୍ତରିକତା ଓ କର୍ତ୍ତବ୍ୟପରାୟଣତାର ସହ ନିଜ ଦାୟିତ୍ୱ ତୁଲାଇବାକୁ ସେ ପରାମର୍ଶ ଦେଇଥିଲେ।

ସେହିପରି ଅଧ୍ୟକ୍ଷତା କରି ଶ୍ରୀ ଶବର କହିଥିଲେ ଯେ, ଆଦିବାସୀ ବହୁଳ ମାଲକାନଗିରି ଜିଲ୍ଲାରେ ଶିକ୍ଷା ଓ ସାମାଜିକ ବିକାଶକୁ ଆଗେଇ ନେବା ଦିଗରେ ଏହି ନିଯୁକ୍ତି ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ। ନବନିଯୁକ୍ତ କର୍ମଚାରୀମାନେ ସେବା ମନୋଭାବ ନେଇ ସମାଜର ବିକାଶରେ ନିଜର ଶ୍ରେଷ୍ଠ ଯୋଗଦାନ ଦେବେ ବୋଲି ସେ ଆଶାବ୍ୟକ୍ତ କରିଥିଲେ।

କାର୍ଯ୍ୟକ୍ରମରେ ଜିଲ୍ଲା ପ୍ରଶାସନର ବିଭିନ୍ନ ବିଭାଗର ଅଧିକାରୀ, ଗଣମାଧ୍ୟମ ପ୍ରତିନିଧି, ଆଇଟିଡିଏର କର୍ମଚାରୀ ଏବଂ ନବନିଯୁକ୍ତ କର୍ମଚାରୀମାନେ ଉପସ୍ଥିତ ଥିଲେ।
📲Get App