🔥 TRENDING Himachal Pradesh HC Exempts Insurer, C... Himachal High Court Orders Car Owner t... Senior BJP leader Harishankar Sankhere... 38 વર્ષીય શ્રમિકની બાંધકામ સાઇટ પરની પ... भूमि विवाद से संबंधित मामलों से संबंधि... ડોક્ટર પ્રિસ્ક્રિપ્શન વગર લેતા નશાખોરી...
31 Oct 2026•
ગુજરાતી मराठी ਪੰਜਾਬੀ বাংলা

ରାଷ୍ଟ୍ରୀୟ ଏକତା ଦିବସରେ ଏମ୍.ଭି.-୭୯ ପୋଲିସ ପକ୍ଷରୁ ସଚେତନତା କାର୍ଯ୍ୟକ୍ରମ

✍️ Reporter: SUKUMAR MANDAL 🗓 31 Oct 2026, 10:56 PM 👁 9
Share: 💬 WhatsApp 📘 Facebook 𝕏 Post
ମାଲକାନଗିରି, ୩୧ ଅକ୍ଟୋବର : ରାଷ୍ଟ୍ରୀୟ ଏକତା ଦିବସ ଅବସରରେ ଆଜି ଏମ୍.ଭି.-୭୯ ପୋଲିସ ପକ୍ଷରୁ ସାବେରୀ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଏକ ସଚେତନତାମୂଳକ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି।

ଏହି ଅବସରରେ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ନେଇ ବିତର୍କ ଓ ଚିତ୍ରାଙ୍କନ ପ୍ରତିଯୋଗିତା ହୋଇଥିଲା। ଏଥିରେ ଛାତ୍ରଛାତ୍ରୀମାନେ ଉତ୍ସାହର ସହ ଭାଗ ନେଇ ନିଜ ନିଜର ପ୍ରତିଭା ପ୍ରଦର୍ଶନ କରିଥିଲେ।

କାର୍ଯ୍ୟକ୍ରମରେ ରାଷ୍ଟ୍ରୀୟ ଏକତା, ଭାଇଚାରା, ସାମାଜିକ ସଦ୍ଭାବନା ଏବଂ ଦେଶର ଅଖଣ୍ଡତା ବଜାୟ ରଖିବାର ମହତ୍ତ୍ୱ ସମ୍ପର୍କରେ ଛାତ୍ରଛାତ୍ରୀଙ୍କୁ ସଚେତନ କରାଯାଇଥିଲା। ଏଥିସହ ଶିଶୁ ସୁରକ୍ଷା ଓ ଶିଶୁ ଅଧିକାର ସମ୍ପର୍କରେ ମଧ୍ୟ ପିଲାମାନଙ୍କୁ ଗୁରୁତ୍ୱପୂର୍ଣ୍ଣ ସଚେତନତା ବାର୍ତ୍ତା ଦିଆଯାଇଥିଲା।

ଏହି କାର୍ଯ୍ୟକ୍ରମରେ ଏମ୍.ଭି.-୭୯ ଥାନା ଅଧିକାରିଣୀ ପୂର୍ଣ୍ଣିମା ଟେଟେଙ୍କ ସମେତ ବିଦ୍ୟାଳୟର ଶିକ୍ଷକ-ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀମାନେ ଉପସ୍ଥିତ ଥିଲେ।
📲Get App