ଜାତୀୟ ଏକତା ଦିବସରେ କାଲିମେଳା ଥାନା ପକ୍ଷରୁ ସଚେତନତା ବୈଠକ, ଚିତ୍ରାଙ୍କନ ପ୍ରତିଯୋଗିତାରେ କୃତୀ ଛାତ୍ରଛାତ୍ରୀ ପୁରସ୍କୃତ
ମାଲକାନଗିରି, ୩୧ ଅକ୍ଟୋବର: ଜାତୀୟ ଏକତା ଦିବସ ଅବସରରେ କାଲିମେଳା ହାଇସ୍କୁଲ ପରିସରରେ କାଲିମେଳା ଥାନା ପକ୍ଷରୁ ଏକ ସଚେତନତା ବୈଠକ ଆୟୋଜିତ ହୋଇଥିଲା। ଥାନା ଅଧିକାରୀ ପ୍ରଭୁଦତ୍ତ ବିଶ୍ୱାଳଙ୍କ ସଭାପତିତ୍ୱରେ ଆୟୋଜିତ ଏହି ବୈଠକ ସହିତ ଆମ ପୋଲିସ ସମିତିର ବୈଠକ ମଧ୍ୟ ଅନୁଷ୍ଠିତ ହୋଇଥିଲା।
ଏହି କାର୍ଯ୍ୟକ୍ରମରେ ସାଧାରଣ ଜନତା, ଛାତ୍ରଛାତ୍ରୀ, ସରପଞ୍ଚ, ବିଦ୍ୟାଳୟର ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କ ସମେତ ଗଣମାଧ୍ୟମ ପ୍ରତିନିଧିମାନେ ଯୋଗଦେଇଥିଲେ।
ଏହି ଅବସରରେ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ନେଇ ଏକ ଚିତ୍ରାଙ୍କନ ପ୍ରତିଯୋଗିତା ହୋଇଥିଲା। ପ୍ରତିଯୋଗିତାରେ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିବା କୃତୀ ପ୍ରତିଯୋଗୀଙ୍କୁ ଅତିଥିମାନଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା।
ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଛାତ୍ରଛାତ୍ରୀଙ୍କ ମନରେ ଜାତୀୟ ଏକତା, ସାମାଜିକ ସଚେତନତା ଓ ସୃଜନଶୀଳତାର ଭାବନା ଜାଗ୍ରତ କରିବା ସହ ଜନସାଧାରଣ ଓ ପୋଲିସ ମଧ୍ୟରେ ସୁସମ୍ପର୍କ ସ୍ଥାପନର ବାର୍ତ୍ତା ଦିଆଯାଇଥିଲା।