🔥 TRENDING કેશરપુરા ગામમાં નવી કામગીરી શરૂ, જોખમી... पाली ज्ञान मंदिर उच्च विद्यालय के छात्... 4ನೇ ಬಾರಿ ರಕ್ತದಾನ ಮಾಡಿದ ಜಾಲಹಳ್ಳಿಯ ಬಸವರಾ... जालौर गजेंद्र सिंह बने ,वादन वादी के... Extremist Attack on Christian Families... Speculation Rises Over Appointment of...
31 Oct 2026•
ગુજરાતી मराठी ਪੰਜਾਬੀ বাংলা
National

ପୁଣି ଘୁଞ୍ଚିଲା ରାଷ୍ଟ୍ରପତିଙ୍କ ଓଡ଼ିଶା ଗସ୍ତ; ନଭେମ୍ବର ୩ରୁ ଆସିବା କାର୍ଯ୍ୟକ୍ରମ ବାତିଲ୍

✍️ Reporter: Deepak Mahapatra 🗓 31 Oct 2026, 01:07 PM 👁 11
Share: 💬 WhatsApp 📘 Facebook 𝕏 Post
ପୁଣି ଘୁଞ୍ଚିଲା ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଓଡ଼ିଶା ଗସ୍ତ। ନଭେମ୍ବର ୩ରୁ ତିନିଦିନିଆ ଓଡ଼ିଶା ଗସ୍ତରେ ଆସିବାକୁ ଥିବା ରାଷ୍ଟ୍ରପତିଙ୍କ କାର୍ଯ୍ୟକ୍ରମକୁ ବାତିଲ୍ କରାଯାଇଛି। ଗତ କିଛି ଦିନ ମଧ୍ୟରେ ଦ୍ୱିତୀୟ ଥର ପାଇଁ ତାଙ୍କ ଓଡ଼ିଶା ଗସ୍ତ କାର୍ଯ୍ୟକ୍ରମ ସ୍ଥଗିତ ହୋଇଛି। ଏନେଇ ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁରର ଅତିରିକ୍ତ ଜିଲ୍ଲାପାଳ (ADM) ସୂଚନା ଦେଇଛନ୍ତି।
ସୂଚନା ଅନୁସାରେ, ରାଷ୍ଟ୍ରପତି ମୁର୍ମୁ ନଭେମ୍ବର ୩ରୁ ତିନିଦିନିଆ ଓଡ଼ିଶା ଗସ୍ତରେ ଆସିବାର କାର୍ଯ୍ୟକ୍ରମ ଥିଲା। ଏହି ସମୟରେ ସେ ବିଭିନ୍ନ ସରକାରୀ କାର୍ଯ୍ୟକ୍ରମରେ ଯୋଗଦେବା ସହ ନିଜ ଜନ୍ମମାଟି ମୟୂରଭଞ୍ଜ ଅଞ୍ଚଳକୁ ଗସ୍ତ କରିଥାନ୍ତେ। ଏଥିପାଇଁ ରାଇରଙ୍ଗପୁରରେ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ମଧ୍ୟ ଆରମ୍ଭ ହୋଇଥିଲା।
ତେବେ ଏହା ପୂର୍ବରୁ ଅକ୍ଟୋବର ୨୮ରୁ ରାଷ୍ଟ୍ରପତିଙ୍କ ଦୁଇଦିନିଆ ଓଡ଼ିଶା ଗସ୍ତ କାର୍ଯ୍ୟକ୍ରମ ଥିଲା। କିନ୍ତୁ ବାତ୍ୟା 'ଅର୍ଣ୍ଣବ' ଯୋଗୁଁ ଖରାପ ପାଣିପାଗ ଓ ସୁରକ୍ଷାଗତ କାରଣ ଦର୍ଶାଇ ଏହାକୁ ସ୍ଥଗିତ ରଖାଯାଇଥିଲା। ଏବେ ପୁଣି ନଭେମ୍ବର ୩ରୁ ହେବାକୁ ଥିବା ଗସ୍ତ ବାତିଲ୍ ହେବା ରାଷ୍ଟ୍ରପତିଙ୍କ ଓଡ଼ିଶା ଗସ୍ତକୁ ନେଇ ଅନିଶ୍ଚିତତା ବଢ଼ାଇଛି।
ତେବେ ରାଷ୍ଟ୍ରପତିଙ୍କ ନୂଆ ଗସ୍ତ ତାରିଖ ନେଇ ଏଯାଏଁ କୌଣସି ସୂଚନା ମିଳିନାହିଁ। ରାଷ୍ଟ୍ରପତି ସଚିବାଳୟ ଓ ରାଜ୍ୟ ପ୍ରଶାସନର ପରବର୍ତ୍ତୀ ଘୋଷଣାକୁ ଅପେକ୍ଷା କରାଯାଇଛି।
📲Get App