🔥 ट्रेंडिंग राजाराम जी ने चेंडा गांव, पाली में पंच... मेघालय के मुख्य सचिव ने जनगणना में सभी... मेघालय के एजी पर सुनवाई के लिए 1.5 लाख... त्रिपुरा के किसानों को मिला पीएम‑किसान... त्रिपुरा में 21 शहरी निकायों के लिए 27... इलेक्ट्रॉनिक आयोग ने ट्रिपुरा में शहरी...
31 अक्टू. 2026•
ગુજરાતી मराठी ਪੰਜਾਬੀ বাংলা

ଦୁର୍ନୀତି ନିବାରଣ ସଚେତନତା ସପ୍ତାହ: ଆନ୍ତଃ-ମହାବିଦ୍ୟାଳୟ ପ୍ରତିଯୋଗିତାରେ ଛାତ୍ରଛାତ୍ରୀଙ୍କ କୃତିତ୍ୱ

✍️ रिपोर्टर: SUKUMAR MANDAL 🗓 30 अक्टू. 2026, 11:19 PM 👁 21
शेयर करें: 💬 WhatsApp 📘 Facebook 𝕏 Post
### ଦୁର୍ନୀତି ନିବାରଣ ସଚେତନତା ସପ୍ତାହ: ଆନ୍ତଃ-ମହାବିଦ୍ୟାଳୟ ପ୍ରତିଯୋଗିତାରେ ଛାତ୍ରଛାତ୍ରୀଙ୍କ କୃତିତ୍ୱ

ମାଲକାନଗିରି, ୩୦ ଅକ୍ଟୋବର: ମାଲକାନଗିରି ଜିଲ୍ଲା ପ୍ରଶାସନ ଓ ଦୁର୍ନୀତି ନିବାରଣ ବିଭାଗର ମିଳିତ ଆନୁକୂଲ୍ୟରେ ଆୟୋଜିତ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ-୨୦୨୬ ଅବସରରେ ଜିଲ୍ଲାସ୍ତରୀୟ ଆନ୍ତଃ-ମହାବିଦ୍ୟାଳୟ ପ୍ରତିଯୋଗିତା ଆଜି ମାଲକାନଗିରି ମହାବିଦ୍ୟାଳୟଠାରେ ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି। ଚଳିତ ବର୍ଷ ଏହି ସଚେତନତା ସପ୍ତାହ 'ସାଧୁତାରୁ ସମୃଦ୍ଧି' ବିଷୟବସ୍ତୁକୁ ନେଇ ପାଳନ କରାଯାଉଛି।

ଏହି ଅବସରରେ ଜିଲ୍ଲାର ବିଭିନ୍ନ ମହାବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ନେଇ ଓଡ଼ିଆ ଓ ଇଂରାଜୀ ପ୍ରବନ୍ଧ, ବକ୍ତୃତା ଏବଂ କାର୍ଟୁନ୍ ସହ କ୍ୟାପସନ୍ ପ୍ରତିଯୋଗିତା ଆୟୋଜନ କରାଯାଇଥିଲା। ବିଚାରକ ଭାବେ ବିଜୟଲକ୍ଷ୍ମୀ ସେଠୀ, ଚନ୍ଦ୍ରକାନ୍ତ ମେହେର, ଲାବା କୌଁର, ଭାରତୀ ଦାଶ, ଇପ୍ସିତା ପ୍ରିୟଦର୍ଶିନୀ କରଣ, ସନ୍ଦୀପ୍ତ କୁମାର ଦାସ, ଆକାଶ ପଡ଼ିଆମି, ସଞ୍ଜୀବ କୁମାର ବୈଦ୍ୟ, ମନୋଜ କୁମାର ମହାନ୍ତି ଓ ଦେବାଶିଷ ସାହୁ ପ୍ରମୁଖ ଦାୟିତ୍ୱ ତୁଲାଇଥିଲେ।

ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ପ୍ରକାଶିତ ଚୂଡ଼ାନ୍ତ ଫଳାଫଳ ଅନୁଯାୟୀ, ଓଡ଼ିଆ ପ୍ରବନ୍ଧ ପ୍ରତିଯୋଗିତାରେ ମଡେଲ ଡିଗ୍ରୀ କଲେଜର ଅର୍ପିତା ପ୍ରଧାନ ପ୍ରଥମ, ପିଙ୍କି ଆନାକା ଦ୍ୱିତୀୟ ଏବଂ ବାଲିମେଳା ଡିଗ୍ରୀ କଲେଜର ତନୁଶ୍ରୀ ରାୟ ତୃତୀୟ ହୋଇଛନ୍ତି। ଇଂରାଜୀ ପ୍ରବନ୍ଧରେ ମଡେଲ ଡିଗ୍ରୀ କଲେଜର ମମତା ସାହୁ ପ୍ରଥମ, ମହମ୍ମଦ ଉଜୈଫ ଅନସାରୀ ଦ୍ୱିତୀୟ ଏବଂ ବାଲିମେଳା ଡିଗ୍ରୀ କଲେଜର ସଞ୍ଜୀତ ମୁଦୁଲି ତୃତୀୟ ସ୍ଥାନ ହାସଲ କରିଛନ୍ତି।

ସେହିପରି ଓଡ଼ିଆ ବକ୍ତୃତାରେ ବାଲିମେଳା ଡିଗ୍ରୀ କଲେଜର ମମତା ବେହେରା ପ୍ରଥମ, ପ୍ରତିଭା ସ୍ୱାଇଁ ଦ୍ୱିତୀୟ ଓ ନନ୍ଦିନୀ ଚୌଧୁରୀ ତୃତୀୟ ହୋଇଥିବା ବେଳେ ଇଂରାଜୀ ବକ୍ତୃତାରେ ମଡେଲ ଡିଗ୍ରୀ କଲେଜର ବିଦିଶା ମହାନ୍ତି ପ୍ରଥମ, ବାଲିମେଳା ଡିଗ୍ରୀ କଲେଜର କୋୟଲ ବାରୋଇ ଦ୍ୱିତୀୟ ଏବଂ ମଡେଲ ଡିଗ୍ରୀ କଲେଜର ବିଭୁରଞ୍ଜନ ଧଳ ତୃତୀୟ ସ୍ଥାନ ଅଧିକାର କରିଛନ୍ତି।

କାର୍ଟୁନ୍ ସହ କ୍ୟାପସନ୍ ପ୍ରତିଯୋଗିତାରେ ଘଡ଼ାଇ ରେସିଡେନ୍ସିଆଲ୍ ଡିଗ୍ରୀ କଲେଜର ସୁସ୍ମିତା ଢାଲି ପ୍ରଥମ, ବାଲିମେଳା ଡିଗ୍ରୀ କଲେଜର ଚିନ୍ନମ ଶ୍ରଦ୍ଧାଞ୍ଜଳି ଦ୍ୱିତୀୟ ଏବଂ ଡ. ଶ୍ୟାମା ପ୍ରସାଦ ଡିଗ୍ରୀ କଲେଜର ଅର୍ପିତା ରାୟ ତୃତୀୟ ହୋଇଛନ୍ତି।

ଏହି ପ୍ରତିଯୋଗିତାର ସଫଳ ଆୟୋଜନରେ ମାଲକାନଗିରି ମହାବିଦ୍ୟାଳୟର କର୍ତ୍ତୃପକ୍ଷ ଏବଂ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ରଞ୍ଜନ ମହାନ୍ତି ସହଯୋଗ କରିଥିଲେ।
📲Get App