🔥 TRENDING Manipur CM Appeals to Centre for Finan... मुख्यमंत्री योगी आदित्यनाथ से सांसद रव... Former Manipur CM N. Biren Singh urges... बुलंदशहर के धल्ला गाँव के तालाब की बिग... Shillong Teer Result October 30, 2026:... Fisher Eyes New Opportunity After Well...
30 Oct 2026•
ગુજરાતી मराठी ਪੰਜਾਬੀ বাংলা
Weather

ବନ୍ୟାରେ ବେହାଲ ଗଞ୍ଜାମ; ଆକାଶମାର୍ଗରୁ ସ୍ଥିତି ପରଖିବେ ମୁଖ୍ୟମନ୍ତ୍ରୀ, ୧.୫ ଲକ୍ଷରୁ ଅଧିକ ଲୋକ ଜଳବନ୍ଦୀ

✍️ Reporter: Deepak Mahapatra 🗓 30 Oct 2026, 03:56 PM 👁 14
Share: 💬 WhatsApp 📘 Facebook 𝕏 Post
ବାତ୍ୟା ଅର୍ଣ୍ଣବର ପ୍ରଭାବରେ ଦକ୍ଷିଣ ଓଡ଼ିଶାରେ ବନ୍ୟା ବିଭୀଷିକା। ସବୁଠୁ ଅଧିକ ପ୍ରଭାବିତ ହୋଇଛି ଗଞ୍ଜାମ ଜିଲ୍ଲା। ଲଗାଣ ବର୍ଷା ଯୋଗୁଁ ଜିଲ୍ଲାର ଅନେକ ଅଞ୍ଚଳ ଜଳମଗ୍ନ ହୋଇଥିବା ବେଳେ ୮ଟି ବ୍ଲକର ୧.୫ ଲକ୍ଷରୁ ଅଧିକ ଲୋକ ଜଳବନ୍ଦୀ ହୋଇ ରହିଛନ୍ତି। ଏଭଳି ସ୍ଥିତିରେ ଆଜି ଗଞ୍ଜାମ ଗସ୍ତ କରି ବନ୍ୟା ସ୍ଥିତିର ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।
ମୁଖ୍ୟମନ୍ତ୍ରୀଙ୍କ ସହ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ଓ ପରିବହନ ମନ୍ତ୍ରୀ ବିଭୁତି ଜେନା ମଧ୍ୟ ଗଞ୍ଜାମ ଗସ୍ତରେ ଯିବେ। ଆକାଶମାର୍ଗରୁ ବନ୍ୟା ପ୍ରଭାବିତ ଅଞ୍ଚଳ ବୁଲି ଦେଖିବା ସହ କ୍ଷୟକ୍ଷତିର ଆକଳନ କରିବେ। ଆସିକା, ସୋରଡ଼ା, ହିଞ୍ଜିଳି, ବେଲଗୁଣ୍ଠା ଓ ଭଞ୍ଜନଗର ଅଞ୍ଚଳରେ ବନ୍ୟାର ପ୍ରଭାବ, ଭାଙ୍ଗିଥିବା ଘର ଓ ଅନ୍ୟାନ୍ୟ କ୍ଷୟକ୍ଷତି ସମ୍ପର୍କରେ ଅନୁଧ୍ୟାନ କରିବେ।
ଉଛୁଳୁଛି ନଦୀ, ଭାଙ୍ଗିଲା ଋଷିକୁଲ୍ୟା ନଦୀବନ୍ଧ
ବାତ୍ୟା ଅର୍ଣ୍ଣବ ଆନ୍ଧ୍ରପ୍ରଦେଶରେ ସ୍ଥଳଭାଗ ଛୁଇଁଥିଲେ ମଧ୍ୟ ଏହାର ପ୍ରଭାବରେ ଓଡ଼ିଶାରେ ହୋଇଥିବା ଅବିଶ୍ରାନ୍ତ ବର୍ଷା ଗଞ୍ଜାମର ସ୍ଥିତିକୁ ସଙ୍ଗୀନ କରିଛି। ପୁରୁଷୋତ୍ତମପୁର ନିକଟରେ ଋଷିକୁଲ୍ୟା ନଦୀବନ୍ଧରେ ଘାଇ ସୃଷ୍ଟି ହେବାରୁ ଆଖପାଖ ଗାଁ ଓ ଚାଷ ଜମିକୁ ବନ୍ୟାଜଳ ମାଡ଼ିଯାଇଛି। ଆସିକା ସହରରେ ୬ ଫୁଟରୁ ଅଧିକ ଉଚ୍ଚତାରେ ପାଣି ପଶିଥିବାରୁ ଘର ଓ ଦୋକାନର ତଳ ମହଲା ଜଳମଗ୍ନ ହୋଇଛି।
ଋଷିକୁଲ୍ୟା, ବାହୁଦା, ଘୋଡ଼ାହାଡ଼, ଲୋହରାଖଣ୍ଡି ସମେତ ଅନେକ ନଦୀରେ ଜଳସ୍ତର ବୃଦ୍ଧି ପାଇଛି। ଆସିକା, ଶେରଗଡ଼, ସୋରଡ଼ା, ଧରାକୋଟ, ଭଞ୍ଜନଗର, ବେଲଗୁଣ୍ଠା ଭଳି ଅଞ୍ଚଳରେ ରାସ୍ତାଘାଟ ବୁଡ଼ିଯିବାରୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି।
୧୬ ହଜାର ଲୋକଙ୍କୁ ସ୍ଥାନାନ୍ତର, ଜାରି ରହିଛି ଉଦ୍ଧାର କାର୍ଯ୍ୟ
ବନ୍ୟା ପ୍ରଭାବିତ ଅଞ୍ଚଳରୁ ଏନଡିଆରଏଫ୍, ଓଡ୍ରାଫ୍ ଓ ଅଗ୍ନିଶମ ବାହିନୀ ପ୍ରାୟ ୧୬ ହଜାର ଲୋକଙ୍କୁ ସୁରକ୍ଷିତ ଆଶ୍ରୟସ୍ଥଳକୁ ସ୍ଥାନାନ୍ତର କରିଛନ୍ତି। ତେବେ ତୀବ୍ର ଜଳସ୍ରୋତ ଯୋଗୁଁ କିଛି ଅଞ୍ଚଳରେ ଉଦ୍ଧାର କାର୍ଯ୍ୟ ବାଧାପ୍ରାପ୍ତ ହେଉଛି।
ଅନ୍ୟପଟେ ଗଜପତି ଓ କୋରାପୁଟ ଜିଲ୍ଲାରେ ମଧ୍ୟ ଭୂସ୍ଖଳନ ହୋଇଛି। ୨୦୧୩ର ଫାଇଲିନ୍ ଓ ୨୦୧୮ର ତିତ୍‌ଲି ପରେ ଗଞ୍ଜାମ ଏଭଳି ବଡ଼ ବନ୍ୟାର ସାମ୍ନା କରୁଥିବା କୁହାଯାଉଛି। ଏବେ ସମସ୍ତଙ୍କ ନଜର ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ଉପରେ। ବନ୍ୟାଞ୍ଚଳର ସ୍ଥିତି ସମୀକ୍ଷା ପରେ ରିଲିଫ୍ ଓ ପୁନରୁଦ୍ଧାର କାର୍ଯ୍ୟକୁ ନେଇ କି ପଦକ୍ଷେପ ନିଆଯାଉଛି, ତାହା ଉପରେ ରହିଛି ନଜର।
📲Get App