🔥 TRENDING રાજકોટ ગ્રામ્ય જિલ્લાના આટકોટ પોલીસ સ્... পাকিস্তানের প্রতি কংগ্রেসের অবস্থান নি... हंसराज सैनी ने ग्राम पंचायत हांसपुर मे... हमीरपुर में इंसाफ की गुहार! पति एक साल... 32 Arrested in Assam’s Statewide Crack... public prosecutor was ambushed and ass...
29 Oct 2026•
ગુજરાતી मराठी ਪੰਜਾਬੀ বাংলা
Agriculture

ବାତ୍ୟା ଅର୍ଣ୍ଣବକୁ ନେଇ ବଡ଼ ଆଶ୍ୱାସନା, ଓଡ଼ିଶାରେ ଏଯାଏଁ ଶୂନ୍ୟ ଜୀବନହାନି; କ୍ଷୟକ୍ଷତି ପାଇଁ ସହାୟତା ଦେବେ ସରକାର

✍️ Reporter: Deepak Mahapatra 🗓 29 Oct 2026, 01:58 PM 👁 10
Share: 💬 WhatsApp 📘 Facebook 𝕏 Post
ବାତ୍ୟା ଅର୍ଣ୍ଣବକୁ ନେଇ ରାଜ୍ୟବାସୀଙ୍କୁ ଆଶ୍ୱସ୍ତ କରିଛନ୍ତି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ। ବାତ୍ୟାର ପ୍ରଭାବରେ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା, ପବନ ଓ ଗଛ ଉପୁଡ଼ିବା ଯୋଗୁଁ ଜନଜୀବନ ପ୍ରଭାବିତ ହୋଇଥିବା ବେଳେ ଏଯାଏଁ ରାଜ୍ୟରେ କୌଣସି ଜୀବନହାନି ହୋଇନଥିବା ସୂଚନା ଦେଇଛନ୍ତି ମନ୍ତ୍ରୀ। ଏଥିସହ ଫସଲ ଓ ଘରଦ୍ୱାର କ୍ଷତିଗ୍ରସ୍ତ ହେଲେ ସରକାରଙ୍କ ପକ୍ଷରୁ ସହାୟତା ଯୋଗାଇ ଦିଆଯିବ ବୋଲି ଚାଷୀଙ୍କୁ ଭରସା ଦେଇଛନ୍ତି।
ସାମ୍ବାଦିକ ସମ୍ମିଳନୀରେ ବାତ୍ୟାର ସ୍ଥିତି ଓ ପ୍ରଶାସନର ପ୍ରସ୍ତୁତି ସମ୍ପର୍କରେ ସୂଚନା ଦେଇ ମନ୍ତ୍ରୀ କହିଛନ୍ତି, ବାତ୍ୟାର ପ୍ରଭାବରେ ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଞ୍ଜାମ ଓ ଗଜପତି ଭଳି ଜିଲ୍ଲାରେ ଅଧିକ ପ୍ରଭାବ ପଡ଼ିଛି। ଅନେକ ସ୍ଥାନରେ ରାସ୍ତା ଉପରେ ଗଛ ପଡ଼ିବା ସହ ଯାତାୟାତ ବାଧାପ୍ରାପ୍ତ ହୋଇଛି। ତେବେ ୮୫ ପ୍ରତିଶତରୁ ଅଧିକ ସ୍ଥାନରେ ରାସ୍ତା ସଫା କାର୍ଯ୍ୟ ଶେଷ ହୋଇଛି। ବାକି ସ୍ଥାନରେ ମଧ୍ୟ ପୁନରୁଦ୍ଧାର କାର୍ଯ୍ୟ ଜାରି ରହିଛି।
୬୫% ଅଞ୍ଚଳରେ ବିଦ୍ୟୁତ ସେବା ପୁନରୁଦ୍ଧାର
ବାତ୍ୟାରେ ବିଭିନ୍ନ ସ୍ଥାନରେ ୩୩ କେଭି ବିଦ୍ୟୁତ୍ ଲାଇନ୍ କ୍ଷତିଗ୍ରସ୍ତ ହୋଇଛି। ତେବେ କ୍ଷତିଗ୍ରସ୍ତ ଅଞ୍ଚଳର ପ୍ରାୟ ୬୫ ପ୍ରତିଶତ ସ୍ଥାନରେ ବିଦ୍ୟୁତ୍ ସଂଯୋଗ ପୁନରୁଦ୍ଧାର ହୋଇସାରିଛି। ଅନ୍ୟ ସ୍ଥାନରେ ବିଦ୍ୟୁତ୍ ସେବା ସ୍ୱାଭାବିକ କରିବାକୁ ଉଦ୍ୟମ ଚାଲିଛି।
ବାତ୍ୟା ପ୍ରଭାବରେ ପ୍ରାୟ ୫୦ଟି ଟ୍ରେନ୍ ବାତିଲ ହୋଇଥିବା ବେଳେ ବିମାନ ସେବା ମଧ୍ୟ ପ୍ରଭାବିତ ହୋଇଛି। ଗଜପତି ଜିଲ୍ଲାରେ ସକାଳ ୮ଟା ସୁଦ୍ଧା ୧୨୧ ମିଲିମିଟର ବର୍ଷା ରେକର୍ଡ ହୋଇଥିବା ବେଳେ ମୋହନାରେ ୧୮୩ ମିଲିମିଟର ବର୍ଷା ହୋଇଛି। କେତେକ ସ୍ଥାନରେ ଭୂସ୍ଖଳନ ହୋଇଥିବା ମଧ୍ୟ ସୂଚନା ମିଳିଛି।
ଗର୍ଭବତୀ ମହିଳାଙ୍କ ସୁରକ୍ଷାକୁ ଗୁରୁତ୍ୱ
ବାତ୍ୟା ସମୟରେ ଗର୍ଭବତୀ ମହିଳାଙ୍କ ସୁରକ୍ଷା ପାଇଁ ପ୍ରଶାସନ ପକ୍ଷରୁ ପଦକ୍ଷେପ ନିଆଯାଇଛି। ଗଞ୍ଜାମ ଜିଲ୍ଲାରେ ୩୬୦ ଜଣ ଗର୍ଭବତୀ ମହିଳାଙ୍କୁ ଚିହ୍ନଟ କରାଯାଇଥିବା ବେଳେ ୧୨୧ ଜଣଙ୍କୁ ସୁରକ୍ଷିତ ସ୍ଥାନକୁ ନିଆଯାଇଛି। ସେହିପରି ସାରା ରାଜ୍ୟରେ ପ୍ରାୟ ୨ ହଜାର ଗର୍ଭବତୀ ମହିଳାଙ୍କୁ ସ୍ଥାନାନ୍ତର କରାଯାଇଥିବା ସୂଚନା ରହିଛି।
କ୍ଷୟକ୍ଷତି ହେଲେ ସହାୟତା ଦେବେ ସରକାର
ବାତ୍ୟାରେ ଫସଲ କିମ୍ବା ଘରଦ୍ୱାର କ୍ଷତିଗ୍ରସ୍ତ ହେଲେ ଚାଷୀ ଓ ପ୍ରଭାବିତ ପରିବାରଙ୍କୁ ନିୟମ ଅନୁଯାୟୀ ସରକାରୀ ସହାୟତା ଦିଆଯିବ ବୋଲି ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି। ଲୋକେ ଭୟଭୀତ ନହୋଇ ସତର୍କ ରହିବା ସହ ପ୍ରଶାସନର ନିର୍ଦ୍ଦେଶ ପାଳନ କରିବାକୁ ସେ ଅନୁରୋଧ କରିଛନ୍ତି।
ବାତ୍ୟା ପରେ ରାସ୍ତାଘାଟ ସଫା କରିବା, ବିଦ୍ୟୁତ୍ ସେବା ପୁନରୁଦ୍ଧାର କରିବା ଓ କ୍ଷୟକ୍ଷତିର ଆକଳନ କରିବା ଉପରେ ପ୍ରଶାସନର ଗୁରୁତ୍ୱ ରହିଛି। ତେବେ ଆଗାମୀ ସମୟରେ ପାଣିପାଗର ସ୍ଥିତିକୁ ନଜରରେ ରଖି ଲୋକେ ସତର୍କ ରହିବା ଆବଶ୍ୟକ।
📲Get App