🔥 TRENDING Haryana Activist Arrested for Threaten... Kashmiri Pandit Activist Arrested for... Haryana Launches e-Upchar Digital Heal... Assam Minister Responds to Bangladeshi... Rana Gurjit Singh Rejects Rumors of Le... BJP MLA Allegedly Offers Bribes to Pan...
27 Oct 2026•
ગુજરાતી मराठी ਪੰਜਾਬੀ বাংলা
Crime

ଅଙ୍ଗନବାଡ଼ି କର୍ମୀଙ୍କୁ ଛୁରୀ ଭୁଷି ମାରି ଦେଲେ ସ୍ୱାମୀ

✍️ Reporter: Deepak Mahapatra 🗓 27 Oct 2026, 01:04 PM 👁 11
Share: 💬 WhatsApp 📘 Facebook 𝕏 Post
ମଦ୍ୟପ ସ୍ୱାମୀର ନୃଶଂସ କାଣ୍ଡ। ସ୍ତ୍ରୀକୁ ଛୁରୀ ଭୁସି କଲେ ହତ୍ୟା। ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ମାଳପୁରା ଦେହୁରୀ ସାହିରେ ଘଟିଛି ଏହି ଘଟଣା।
ମୃତ ମହିଳାଙ୍କ ନାଁ ସସ୍ମିତା ଖଟୁଆ। ଅଭିଯୁକ୍ତ ତଥା ତାଙ୍କ ସ୍ୱାମୀଙ୍କ ନାଁ ଲଳିତ ରଣା। ସସ୍ମିତା ଜଣେ ଅଙ୍ଗନବାଡ଼ି କର୍ମୀ ଥିଲେ। ତାଙ୍କର ଦୁଇ ଜଣ ଛୋଟ ଛୁଆ ଅଛନ୍ତି।
ଅଭିଯୁକ୍ତ ଲଳିତ ରଣାଙ୍କ ଘର କଙ୍କଡାହାଡ଼ ଥାନା ଅନ୍ତର୍ଗତ କଣ୍ଟାପାଳ ଚାରି ନମ୍ବର କଲୋନୀରେ। ସେ କାମାକ୍ଷାନଗରରେ ଏକ ମାର୍ବଲ ଦୋକାନରେ କାମ କରନ୍ତି।
ଅଭିଯୋଗ ଅନୁଯାୟୀ, ଲଳିତ ପ୍ରାୟ ସବୁ ଦିନେ ମଦ ପିଇ ମାଳପୁରା ଦେହୁରୀ ସାହି ସ୍ଥିତ ତାଙ୍କ ଘରକୁ ଆସନ୍ତି ଓ ତାଙ୍କ ପତ୍ନୀଙ୍କୁ ମାରପିଟ କରନ୍ତି। ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ସବୁବେଳେ ଝଗଡ଼ା ହେଉଥିଲା। ଆଜି ଅପରାହ୍ନରେ ଲଳିତ ମଦ ପିଇ ଘରକୁ ଫେରିବା ପରେ ଉଭୟଙ୍କ ମଧ୍ୟରେ କଳହ ହୋଇଥିଲା। ଏହି ସମୟରେ ଲଳିତ ଏକ ଛୁରୀରେ ସସ୍ମିତାଙ୍କ ପେଟ ଓ ପିଠିକୁ ଭୁଷି ଦେଇଥିଲେ। ତାଙ୍କୁ ଗୁରୁତର ଅବସ୍ଥାରେ କାମାକ୍ଷାନଗର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିବା ଜଣାପଡ଼ିଛି।
କାମାକ୍ଷାନଗର ପୁଲିସ ଘଟଣାର ତଦନ୍ତ କରୁଛି।
📲Get App