🔥 TRENDING Haryana Activist Arrested for Threaten... Kashmiri Pandit Activist Arrested for... Haryana Launches e-Upchar Digital Heal... Assam Minister Responds to Bangladeshi... Rana Gurjit Singh Rejects Rumors of Le... BJP MLA Allegedly Offers Bribes to Pan...
27 Oct 2026•
ગુજરાતી मराठी ਪੰਜਾਬੀ বাংলা
Jobs & Career

ଅକ୍ଟୋବର ୨୯ ଓ ୩୦ ହେବାକୁ ଥିବା ଓସିଏସ୍ ପରୀକ୍ଷା ଘୁଞ୍ଚିଲା

✍️ Reporter: Deepak Mahapatra 🗓 27 Oct 2026, 01:18 PM 👁 12
Share: 💬 WhatsApp 📘 Facebook 𝕏 Post
ଭୁବନେଶ୍ୱର: ବାତ୍ୟା ‘ଅର୍ଣ୍ଣବ’ ପାଇଁ ସୁରକ୍ଷା ଦୃଷ୍ଟିରୁ ଓଡ଼ିଶା ଲୋକସେବା ଆୟୋଗ ପକ୍ଷରୁ ହେବାକୁ ଥିବା ଓଡ଼ିଶା ସିଭିଲ୍ ସର୍ଭିସେସ୍‌ ବା ଓସିଏସ ପରୀକ୍ଷା କାର୍ଯ୍ୟସୂଚୀରେ ପରିବର୍ତ୍ତନ କରାଯାଇଛି । ଓସିଏସ୍ ମେନ୍ ପରୀକ୍ଷାକୁ ଘୁଞ୍ଚାଇ ଦିଆଯାଇଛି । ଏ ନେଇ ଓପିଏସସି ପକ୍ଷରୁ ବିଜ୍ଞପ୍ତି ଜାରି କରି ପରୀକ୍ଷାର୍ଥୀଙ୍କୁ ସୂଚନା ଦିଆଯାଇଛି ।
ଆସନ୍ତା ଅକ୍ଟୋବର ୨୯ ଓ ୩୦ ତାରିଖରେ ହେବାକୁ ଥିବା ଓସିଏସ୍ ପରୀକ୍ଷାକୁ ଯଥାକ୍ରମେ ଅକ୍ଟୋବର ୩୧ ଓ ନଭେମ୍ବର ୫ ତାରିଖକୁ ଘୁଞ୍ଚାଇ ଦିଆଯାଇଛି। ଓପିଏସସି ପକ୍ଷରୁ ଜାରି ଏକ ବିଜ୍ଞପ୍ତିରେ ଏହି ସୂଚନା ଦିଆଯାଇଛି। ଅକ୍ଟୋବର ୨୯ ତାରିଖରେ ଓଡ଼ିଆ ଓ ଇଂରାଜୀ ବିଷୟରେ ପରୀକ୍ଷା ଅନୁଷ୍ଠିତ ହେବାର ଥିଲା । ମାତ୍ର ଏହି ଦୁଇଟି ବିଷୟ ଅକ୍ଟୋବର ୩୧ ତାରିଖରେ ପରୀକ୍ଷା ହେବ। ସେହିପରି ୩୦ ତାରିଖରେ ହେବାକୁ ଥିବା ପ୍ରବନ୍ଧ ବା ରଚନା ପରୀକ୍ଷାକୁ ନଭେମ୍ବର ୫ ତାରିଖକୁ ଘୁଞ୍ଚାଇ ଦିଆଯାଇଛି ।
ସେପଟେ ନଭେମ୍ବର ୨, ୪ ଓ ୭ ତାରିଖରେ ହେବାକୁ ଥିବା ଅନ୍ୟ ପରୀକ୍ଷାଗୁଡ଼ିକର ସୂଚୀରେ କୌଣସି ପରିବର୍ତ୍ତନ ହୋଇନାହିଁ। ପୂର୍ବ ନିର୍ଦ୍ଧାରିତ ତାରିଖ ଅନୁସାରେ ଏହି ପରୀକ୍ଷାଗୁଡ଼ିକ ଅନୁଷ୍ଠିତ ହେବ । ନଭେମ୍ବର ୨ରେ ଜେନେରାଲ ଷ୍ଟଡିଜ୍ ପେପର-୧ ଓ ୨ ପରୀକ୍ଷା, ନଭେମ୍ବର ୪ରେ ଜେନେରାଲ ଷ୍ଟଡିଜ ପେପର-୩ ଓ ୪ ପରୀକ୍ଷା ଏବଂ ନଭେମ୍ବର ୭ରେ ଅପସନାଲ ପରୀକ୍ଷା ଅନୁଷ୍ଠିତ ହେବ।
📲Get App