🔥 TRENDING Dry weather continues in Punjab and Ch... પાટણ જિલ્લા, સમી તાલુકામાં તળાવમાં યુવ... Two Killed, Three Injured as Gunmen Op... Rahul Gandhi to Launch Punjab Campaign... સુરતમાં 150 મોટરસાઇકલની નશામુક્તિ રેલી... Four More Arrested Over Bihu Troupe At...
26 Oct 2026•
ગુજરાતી मराठी ਪੰਜਾਬੀ বাংলা
Jobs & Career

'ବିଶ୍ୱାସ ଦେ ପୃଥିବୀ' ପାଇଁ ଶାରଳା ପୁରସ୍କାରରେ ସମ୍ମାନିତ ହେଲେ କବି ଆଶୁତୋଷ ପରିଡ଼ା

✍️ Reporter: Deepak Mahapatra 🗓 26 Oct 2026, 12:50 PM 👁 12
Share: 💬 WhatsApp 📘 Facebook 𝕏 Post
ପ୍ରତିଷ୍ଠିତ ଶାରଳା ପୁରସ୍କାରରେ ସମ୍ମାନିତ ହୋଇଛନ୍ତି ବିଶିଷ୍ଟ କବି ଡକ୍ଟର ଆଶୁତୋଷ ପରିଡ଼ା। ଆଜି ଅନୁଷ୍ଠିତ ୪୭ତମ ଶାରଳା ପୁରସ୍କାର ପ୍ରଦାନ ସମାରୋହରେ ତାଙ୍କୁ ଏପରି ସମ୍ମାନରେ ସମ୍ମାନିତ କରାଯାଇଛି।
ଡକ୍ଟର ପରିଡ଼ାଙ୍କୁ ତାଙ୍କ କବିତା ସଂକଳନ 'ବିଶ୍ୱାସ ଦେ ପୃଥିବୀ' ପାଇଁ ସମ୍ମାନଜନକ ଶାରଳା ପୁରସ୍କାର ମିଳିଛି। ପୁରସ୍କାର ଆକାରରେ ସେ ୭ ଲକ୍ଷ ଟଙ୍କାର ନଗଦ ଅର୍ଥରାଶି, ତାମ୍ରଫଳକ ଓ ପ୍ରଶସ୍ତିପତ୍ର ପାଇଛନ୍ତି। ସେହିପରି ଓଡ଼ିଶୀ ଗୁରୁ ଦୁର୍ଗାଚରଣ ରଣବୀର ଓ ଭାସ୍କର୍ଯ୍ୟ ଶିଳ୍ପୀ ଦାମୋଦର ବେହେରାଙ୍କୁ ଇଲା-ବଂଶୀଧର ପଣ୍ଡା କଳା ସମ୍ମାନରେ ସମ୍ମାନିତ କରାଯାଇଛି।
ଇଣ୍ଡିଆନ ମେଟାଲ୍ସ ଆଣ୍ଡ ଫେରୋ ଆଲଏଜ୍ ଲିମିଟେଡ୍ (IMFA)ର ସାମାଜିକ ଶାଖା 'ଇଣ୍ଡିଆନ ମେଟାଲ୍ସ ପବ୍ଲିକ ଚାରିଟେବୁଲ ଟ୍ରଷ୍ଟ' (IMPaCT) ପକ୍ଷରୁ ପ୍ରତିବର୍ଷ ଶ୍ରେଷ୍ଠ ସାରସ୍ୱତ କୃତି ପାଇଁ ପ୍ରଦାନ କରାଯାଏ ଶାରଳା ପୁରସ୍କାର। ଇମ୍ପାକ୍ଟ ପକ୍ଷରୁ ଡକ୍ଟର ଆଶୁତୋଷ ପରିଡ଼ାଙ୍କୁ ୨୦୨୬ ବର୍ଷର ସମ୍ମାନଜନକ ଶାରଳା ପୁରସ୍କାର ପ୍ରଦାନ କରାଯାଇଛି।
ତାଙ୍କର ଚର୍ଚ୍ଚିତ କବିତା ସଂକଳନ 'ବିଶ୍ୱାସ ଦେ ପୃଥିବୀ' ପାଇଁ ଏହି ସମ୍ମାନ ମିଳିଛି। ୨୦୨୪ ମସିହାରେ ପ୍ରଭା ପବ୍ଲିକେଶନ୍ସ ପକ୍ଷରୁ ପ୍ରକାଶିତ ଏହି କବିତା ସଂକଳନ ଚଳିତ ବର୍ଷ ଶାରଳା ପୁରସ୍କାର ପାଇଁ ମନୋନୀତ ହୋଇଥିଲା।
ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ ବିଶିଷ୍ଟ ତାମିଲ୍ କବି ତଥା ଗୀତିକାର ଆର୍. ବୈରାମୁଥୁ। ସେ ଡକ୍ଟର ପରିଡ଼ାଙ୍କୁ ଶାରଳା ପୁରସ୍କାର ପ୍ରଦାନ କରିଛନ୍ତି। ସେହପରି ବରେଣ୍ୟ ଉଦଘାଟନ ଓ ସମ୍ମାନିତ ଅତିଥି ଭାବେ ଡକ୍ଟର ପ୍ରତିଭା ରାୟ ଉପସ୍ଥିତ ରହିଥିଲେ। କାର୍ଯ୍ୟକ୍ରମରେ ସାହିତ୍ୟ ସହ କଳା ଓ ସଂସ୍କୃତି କ୍ଷେତ୍ରର ବିଶିଷ୍ଟ ପ୍ରତିଭାମାନଙ୍କୁ ମଧ୍ୟ ସମ୍ମାନିତ କରାଯାଇଛି।
ଓଡ଼ିଶୀ ନୃତ୍ୟ କ୍ଷେତ୍ରରେ ଜୀବନବ୍ୟାପୀ ସାଧନା ଏବଂ ଅବଦାନ ପାଇଁ ପଦ୍ମଶ୍ରୀ ଗୁରୁ ଦୁର୍ଗାଚରଣ ରଣବୀରଙ୍କୁ ଇଲା-ବଂଶୀଧର ପଣ୍ଡା କଳା ସମ୍ମାନ ପ୍ରଦାନ କରାଯାଇଛି। ସେହିପରି ଭାସ୍କର୍ଯ୍ୟ କଳା ଓ କଳା ଶିକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ବିଶିଷ୍ଟ ଶିଳ୍ପୀ ଦାମୋଦର ବେହେରାଙ୍କୁ ମଧ୍ୟ ଏହି ସମ୍ମାନରେ ସମ୍ମାନିତ କରାଯାଇଛି।
ଉଭୟ କଳା ସାଧକଙ୍କୁ ପ୍ରତ୍ୟେକ ୨ ଲକ୍ଷ ୫୦ ହଜାର ଟଙ୍କାର ନଗଦ ପୁରସ୍କାର ସହ ତାମ୍ରଫଳକ ଓ ପ୍ରଶସ୍ତିପତ୍ର ଦିଆଯାଇଛି। କଳା କ୍ଷେତ୍ରରେ ଜୀବନବ୍ୟାପୀ ସାଧନା ଓ ସ୍ୱତନ୍ତ୍ର ଅବଦାନ ପାଇଁ ପ୍ରତିବର୍ଷ ଏହି ସମ୍ମାନ ପ୍ରଦାନ କରାଯାଇଥାଏ।
୧୯୮୦ ମସିହାରେ ଇଲା ପଣ୍ଡା ଓ ଡକ୍ଟର ବଂଶୀଧର ପଣ୍ଡାଙ୍କ ଦ୍ୱାରା ପ୍ରତିଷ୍ଠିତ ଏହି ଟ୍ରଷ୍ଟ ଦୀର୍ଘ ବର୍ଷ ଧରି ଓଡ଼ିଆ ସାହିତ୍ୟ, କଳା, ସଙ୍ଗୀତ ଓ ନୃତ୍ୟର ପ୍ରଚାର ପ୍ରସାର ପାଇଁ କାର୍ଯ୍ୟ କରିଆସୁଛି। ସାହିତ୍ୟିକ ଓ କଳାକାରମାନଙ୍କ ସୃଜନଶୀଳ ପ୍ରତିଭାକୁ ସମ୍ମାନ ଜଣାଇବା ସହ ନୂଆ ପିଢ଼ିକୁ ସାହିତ୍ୟ ଓ କଳା ପ୍ରତି ଆକୃଷ୍ଟ କରିବା ଏହି ପୁରସ୍କାରର ଅନ୍ୟତମ ଲକ୍ଷ୍ୟ।
📲Get App