🔥 ट्रेंडिंग स्थानीय विधायक ने किया नवनिर्मित सामुद... ਜੈਤੋ ਰੇਲਵੇ ਫਾਟਕ ਕੋਲ ਪੁਲਿਸ ਤੋਂ ਭੱਜਦੇ ਨੌ... மரத்தின் மீது ஏறி போதை ஆசாமியை மீட்ட த... ग्वालियर में अवैध खनन पर प्रशासन का शि... महात्मा गांधी जयंती पर आगरा में स्वच्छ... टॉम क्रूज़ की 'डिगर' फिल्म का भारत में...
03 अक्टू. 2026•
ગુજરાતી मराठी ਪੰਜਾਬੀ বাংলা
राजनीति

‘ସୁଜଳ’ ଅଭିଯାନର ଶୁଭାରମ୍ଭ କଲେ ନଗର ଉନ୍ନୟନ ମନ୍ତ୍ରୀ

✍️ रिपोर्टर: Deepak Mahapatra 🗓 03 अक्टू. 2026, 12:56 PM 👁 15
शेयर करें: 💬 WhatsApp 📘 Facebook 𝕏 Post

ଜଳ ସଂରକ୍ଷଣ, ନିରାପଦ ପାନୀୟ ଜଳର ବ୍ୟବହାର ଏବଂ ଜଳବାହିତ ରୋଗର ପ୍ରତିରୋଧ ସମ୍ପର୍କରେ ଜନସଚେତନତା ସୃଷ୍ଟି ଲକ୍ଷ୍ୟରେ ଓଡ଼ିଶା ସରକାରଙ୍କ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ‘ସୁଜଳ’ ଅଭିଯାନର ଶୁଭାରମ୍ଭ କରାଯାଇଛି ।

ଜଳ ସଂରକ୍ଷଣ, ନିରାପଦ ପାନୀୟ ଜଳର ବ୍ୟବହାର ଏବଂ ଜଳବାହିତ ରୋଗର ପ୍ରତିରୋଧ ସମ୍ପର୍କରେ ଜନସଚେତନତା ସୃଷ୍ଟି ଲକ୍ଷ୍ୟରେ ଓଡ଼ିଶା ସରକାରଙ୍କ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ‘ସୁଜଳ’ ଅଭିଯାନର ଶୁଭାରମ୍ଭ କରାଯାଇଛି । ଆଜି ଭୁବନେଶ୍ୱରରେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡଃ କୃଷ୍ଣଚନ୍ଦ୍ର ମହାପାତ୍ର ଏହି ଅଭିଯାନର ଉଦ୍‌ଘାଟନ କରିଛନ୍ତି । ଅକ୍ଟୋବର ୧୬ ତାରିଖ ପର୍ଯ୍ୟନ୍ତ ରାଜ୍ୟବ୍ୟାପୀ ଏହି ଅଭିଯାନ ଚାଲିବ।

ୱାଟକୋ ଦ୍ୱାରା ଆୟୋଜିତ ଏହି ଅଭିଯାନର ମୂଳ ଉଦ୍ଦେଶ୍ୟ ହେଉଛି ଜଳର ଅପଚୟ ରୋକିବା, ଉପଲବ୍ଧ ଜଳସମ୍ପଦର ସୁରକ୍ଷା କରିବା ଏବଂ ଭବିଷ୍ୟତ ପିଢ଼ି ପାଇଁ ଜଳର ଉପଲବ୍ଧତା ସୁନିଶ୍ଚିତ କରିବା। “ଜଳ ସଂରକ୍ଷଣ—ଆଜିର ଆବଶ୍ୟକତା, ଭବିଷ୍ୟତ ପିଢ଼ିର ଭାଗ୍ୟ” ବାର୍ତ୍ତାକୁ ଆଧାର କରି ଏହି ଅଭିଯାନ ମାଧ୍ୟମରେ ଜଳର ସୁବିନିଯୋଗ ଓ ସଂରକ୍ଷଣ ପାଇଁ ନାଗରିକମାନଙ୍କୁ ଉତ୍ସାହିତ କରାଯିବ ।

ନିରାପଦ ପାନୀୟ ଜଳ ଓ ଜନସ୍ୱାସ୍ଥ୍ୟ ମଧ୍ୟରେ ଥିବା ସମ୍ପର୍କକୁ ଗୁରୁତ୍ୱ ଦେଇ ଅଭିଯାନରେ “ଦୂଷିତ ଜଳ ବିଭିନ୍ନ ରୋଗର କାରଣ” ବାର୍ତ୍ତା ପ୍ରଚାର କରାଯିବ। ଦୂଷିତ ଜଳ ବ୍ୟବହାର ଦ୍ୱାରା ଝାଡ଼ାବାନ୍ତି, ଆମାଶୟ, ଟାଇଫଏଡ୍‌ ଓ ଜଣ୍ଡିସ୍‌ ଭଳି ରୋଗ ହେବାର ଆଶଙ୍କା ସମ୍ପର୍କରେ ଲୋକମାନଙ୍କୁ ସଚେତନ କରାଯିବ । ପାନୀୟ ଜଳକୁ ପରିଷ୍କାର ଓ ଘୋଡଣୀ ଯୁକ୍ତ ପାତ୍ରରେ ରଖିବା, ଜଳ ଉତ୍ସଗୁଡ଼ିକୁ ପ୍ରଦୂଷଣମୁକ୍ତ ରଖିବା ଏବଂ ଘରୋଇ ସ୍ତରରେ ସ୍ୱଚ୍ଛତା ବଜାୟ ରଖିବା ଉପରେ ମଧ୍ୟ ଗୁରୁତ୍ୱ ଦିଆଯିବ ।
ଜଳ ସଂରକ୍ଷଣକୁ ଦୈନନ୍ଦିନ ଜୀବନର ଏକ ଅଭ୍ୟାସରେ ପରିଣତ କରିବା ପାଇଁ ନାଗରିକମାନଙ୍କୁ କେତେକ ସରଳ ପଦକ୍ଷେପ ଗ୍ରହଣ କରିବାକୁ ପରାମର୍ଶ ଦିଆଯାଇଛି । ଆବଶ୍ୟକ ନଥିବା ସମୟରେ ଟ୍ୟାପ୍‌ ବନ୍ଦ ରଖିବା, ଜଳ ଯୋଗାଣ ପାଇପ୍‌ରେ ଲିକେଜ୍‌ ହେଲେ ତୁରନ୍ତ ମରାମତି କରିବା ଏବଂ ନଦୀ, ପୋଖରୀ, ନଳକୂପ ଆଦି ଜଳଉତ୍ସ ନିକଟରେ ଆବର୍ଜନା ନ ପକାଇବା ଏହି ପଦକ୍ଷେପଗୁଡ଼ିକର ଅନ୍ତର୍ଭୁକ୍ତ ।

ଏଥିସହ ବର୍ଷାଜଳ ଅମଳ ଓ ଏହାର ପୁନଃବ୍ୟବହାରକୁ ପ୍ରୋତ୍ସାହିତ କରିବା, ଘରର ଓଭରହେଡ୍‌ ଜଳଟାଙ୍କି ଓ ଭୂତଳ ଜଳ ସଂରକ୍ଷଣ ଟାଙ୍କିକୁ ନିୟମିତ ସଫା କରିବା ଏବଂ ପାନୀୟ ଜଳର ଗୁଣବତ୍ତା ବଜାୟ ରଖିବା ଉପରେ ମଧ୍ୟ ସଚେତନ କରାଯିବ । ଏହାଦ୍ୱାରା ଜଳର ଅପଚୟ ହ୍ରାସ ପାଇବା ସହ ଜଳ ଦୂଷିତ ହେବାର ଆଶଙ୍କା ମଧ୍ୟ କମିବ ।
📲Get App