🔥 TRENDING अवैध मदिरा के निर्माण, धारण एवं विक्रय... Search Surge for 'Brampton Theft' Capt... Last-Minute Deal Saves India from 3-Da... Indian Banks Closed Amid September 28-... Complaint Filed Against Parvesh Verma... Three Arrested, Two Juveniles Detained...
28 Sep 2026•
ગુજરાતી मराठी ਪੰਜਾਬੀ বাংলা
Local

ଜଗନ୍ନାଥ ଜମି ବନ୍ଦୋବସ୍ତ ପ୍ରକ୍ରିୟାକୁ ଶୃଙ୍ଖଳିତ କରିବାକୁ ହେବ ଇ-ପୋର୍ଟାଲ : ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ

✍️ Reporter: Deepak Mahapatra 🗓 26 Sep 2026, 03:06 PM 👁 28
Watch on: ▶️ YouTube
Share: 💬 WhatsApp 📘 Facebook 𝕏 Post
ଭୁବନେଶ୍ୱର : ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଜମି ବନ୍ଦୋବସ୍ତ ପ୍ରକ୍ରିୟାକୁ ଅଧିକ ସ୍ୱଚ୍ଛ ଓ ଶୃଙ୍ଖଳିତ କରିବା ପାଇଁ ଓଡ଼ିଶା ସରକାର ଏକ ସ୍ୱତନ୍ତ୍ର ଇ-ପୋର୍ଟାଲ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ପରେ ଏହି ନିଷ୍ପତ୍ତି ହୋଇଛି।

ଶ୍ରୀ ଜଗନ୍ନାଥଙ୍କ ଜମି ବନ୍ଦୋବସ୍ତ ପ୍ରକ୍ରିୟାକୁ ଓ ଶୃଙ୍ଖଳିତ କରିବା ପାଇଁ ଏକ ଇ-ପୋର୍ଟାଲ ହେବ। ପୋର୍ଟାଲରେ ଜମି ଭୋଗ କରୁଥିବା ସେବାୟତ ଓ ଅଣ ସେବାୟତଙ୍କ ତଥ୍ୟ ରହିବ । ସରକାରଙ୍କ ଦ୍ୱାରା ଅନୁମୋଦିତ 'ଶ୍ରୀ ଜଗନ୍ନାଥ ମନ୍ଦିର ଜମି ପରିଚାଳନା ନିୟମାବଳୀ-୨୦୨୬' (Shree Jagannath Temple Land Management Rules-2026) ଅଧୀନରେ ଏହି ବ୍ୟବସ୍ଥା କାର୍ଯ୍ୟକାରୀ ହେବାକୁ ଯାଉଛି।

ଜମି ବ୍ୟବହାରକାରୀମାନେ ଘରେ ବସି ନିଜର ସମସ୍ତ ତଥ୍ୟ ଓ ଆବଶ୍ୟକୀୟ ଦଲିଲ ଅନଲାଇନ୍ ମାଧ୍ୟମରେ ଦାଖଲ କରିପାରିବେ। ଏହା ଦ୍ୱାରା ସମସ୍ତ ଜମି ମାଲିକ ଓ ବ୍ୟବହାରକାରୀଙ୍କର ଏକ ସଠିକ୍ ଏବଂ ବ୍ୟାପକ ଡାଟାବେସ୍ ପ୍ରସ୍ତୁତ ହେବ। ଆବେଦନଗୁଡ଼ିକର ଯାଞ୍ଚ ପାଇଁ ଜିଲ୍ଲାପାଳଙ୍କ ନେତୃତ୍ୱରେ ଏକ ସ୍ୱତନ୍ତ୍ର ସବ୍-କମିଟି ଏବଂ 'ଶ୍ରୀ ଜଗନ୍ନାଥ ମହାପ୍ରଭୁ ଭୂମି ସଞ୍ଚାଳନ କମିଟି' ଗଠନ କରାଯିବ। ପ୍ରକୃତ ସମୟରେ ଜମିର ସ୍ଥିତି ଅପଡେଟ୍ କରିବା ପାଇଁ ଏହି ପୋର୍ଟାଲକୁ ରାଜ୍ୟର 'ଭୂଲେଖ/ଭୂନକ୍ସା' ପୋର୍ଟାଲ ସହ ସଂଯୋଗ କରାଯିବ। ଜମି ବନ୍ଦୋବସ୍ତ ପ୍ରକ୍ରିୟା ସମ୍ପୂର୍ଣ୍ଣ ଡିଜିଟାଲ୍ ହେବା ଦ୍ୱାରା କୌଣସି ପ୍ରକାରର ଜାଲିଆତି କିମ୍ବା ବେଆଇନ କାରବାରକୁ ସମ୍ପୂର୍ଣ୍ଣ ରୂପେ ରୋକାଯାଇପାରିବ।

ଶ୍ରୀ ଜଗନ୍ନାଥ ମନ୍ଦିରର ସମସ୍ତ ଜମିକୁ ସୁରକ୍ଷିତ ରଖିବା ପାଇଁ ଜିଆଇଏସ୍ ଆଧାରିତ ଡିଜିଟାଲ୍ ମ୍ୟାପିଂ କରାଯିବ। ଏହି ବ୍ୟବସ୍ଥା ଦ୍ୱାରା ବହୁ ବର୍ଷ ଧରି ଲାଗି ରହିଥିବା ଜମି ବିବାଦର ସମାଧାନ ହେବା ସହ ମନ୍ଦିର ପ୍ରଶାସନର କାର୍ଯ୍ୟଧାରା ଅଧିକ ଦକ୍ଷ ଓ ଜନହିତକର ହୋଇପାରିବ ।

ଆଜିର ଏହି ସମୀକ୍ଷା ବୈଠକରେ ଆଇନମନ୍ତ୍ରୀଙ୍କ ସହ ଶ୍ରୀମନ୍ଦିର ମୁଖ୍ୟ ପରିଚାଳକ ତଥା ରାଜସ୍ୱ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡ. ଅରବିନ୍ଦ କୁମାର ପାଢ଼ୀ, ଇଲେକ୍‌ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତିବିଦ୍ୟା ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ବିଶାଲ ଦେବ, ଆଇନ ବିଭାଗ ପ୍ରମୁଖ ଶାସନ ସଚିବ ଡ. ପବିତ୍ର ମୋହନ ସାମଲ, ଅତିରିକ୍ତ ଶାସନ ସଚିବ ଶିବପ୍ରସାଦ ମହାପାତ୍ର ଅଂଶଗ୍ରହଣ କରିଥିଲେ। ପୁରୀ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା ଆଭାସି ମାଧ୍ୟମରେ ଯୋଗ ଦେଇଥିବାବେଳେ ଓକାକ୍‌ ଓଏନ୍‌ଆଇସିର ବରିଷ୍ଠ ଅଧିକାରୀମାନେ ବୈଠକରେ ଉପସ୍ଥିତ ଥିଲେ।
📲Get App