🔥 TRENDING પ્લાસ્ટીક મુક્ત અભિયાન पंकज गुप्ता को सनातन बचाव मोर्चा में म... प्रजापत समाज ने गणेश चतुर्थी का पर्व ध... आजादी के बाद से अधूरी सड़क: छपरा से रा... બ્રેકિંગ બેંકોની દેશવ્યાપી હડતાળ ટળી આ... Two Arrested for Displaying Criminal’s...
28 Sep 2026•
ગુજરાતી मराठी ਪੰਜਾਬੀ বাংলা
Local

ବର୍ଷାରେ ତୋରଣ ପଡ଼ି ଭାଙ୍ଗିଲା କାର୍‌; ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର

✍️ Reporter: Deepak Mahapatra 🗓 22 Sep 2026, 12:04 PM 👁 59
Share: 💬 WhatsApp 📘 Facebook 𝕏 Post
ପାରାଦୀପରେ ଅଘଟଣ । କାର୍ ଉପରେ ଭାଙ୍ଗିପଡିଲା ବିଶ୍ଵକର୍ମା ପୂଜା ଲାଇଟ ତୋରଣ । ଅଳ୍ପକେ ବର୍ତ୍ତିଲେ କାର ଚାଳକ । କିନ୍ତୁ କାର ଭାଙ୍ଗି ଚୁରମାର ହୋଇଯାଇଛି । ପାରାଦୀପ ଆଦର୍ଶ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି ।FCI ଶ୍ରମିକ ସଂଘ ପୂଜା କମିଟି ସମ୍ମୁଖରେ ରାସ୍ତା ଉପରେ ନିର୍ମିତ ହୋଇଥିଲା ଲାଇଟ ତୋରଣ । ବର୍ଷାରେ ଭିଜିବା ପରେ ଭଲ ଭାବରେ ପୋତା ହୋଇନଥିବାରୁ ତୋରଣ ଭାଙ୍ଗି ପଡ଼ିଥିବାର ସୂଚନା ମିଳିଛି । ତୋରଣ ଭାଙ୍ଗି ରାସ୍ତାରେ ଯାଉଥିବା ଏକ କାର ଉପରେ ପଡ଼ିଥିଲା । କାର ପୁରା ଭାଙ୍ଗି ଚୁରାମାର ହୋଇଯାଇଥିବା ବେଳେ କାର ଭିତରେ ଡ୍ରାଇଭର ଫସି ରହିଥିଲେ ।
ଦମକଳ ବାହିନୀ ପହଞ୍ଚିବା ପରେ କାର ଭିତରୁ ଡ୍ରାଇଭରଙ୍କୁ ଉଦ୍ଧାର କରିଥିଲେ । ଆଉ କଟର ମେସିନ ସାହାଯ୍ୟରେ ତୋରଣ କାଟି ଦମକଳ ବାହିନୀ ରାସ୍ତା ସଫା କରିଥିଲେ । ଭଲ ଭାବରେ ପୋତା ହୋଇନଥିବାରୁ ବର୍ଷାରେ ଭିଜିବା ପରେ ଓଜନିଆ ହୋଇ ତୋରଣ ଭାଙ୍ଗି ପଡିଥିବାର କୁହାଯାଉଛି । ପାରାଦୀପ ଆଦର୍ଶ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି।
📲Get App