🔥 ट्रेंडिंग अमेठी प्रशासन की बड़ी लापरवाही पर एक्श... बॉम्बे उच्च न्यायालय ने SIR के दौरान ह... सरकार ने कक्षा I‑VIII की पाठ्यपुस्तकों... ਵੱਡੀ ਖ਼ਬਰ : PGI ਭੇਜੀ ਪਰਵਿੰਦਰ ਸਿੰਘ ਝੋਟਾ... ବ୍ରାହ୍ମଣୀ ନଦୀରେ ଡଙ୍ଗା ବୁଡ଼ି ଅଘଟଣ: ମାଛ... नागालैंड के गवर्नर बने एनएसबीएसजी के प...
06 नव. 2026•
ગુજરાતી मराठी ਪੰਜਾਬੀ বাংলা
नौकरी

ଗୃହ ବିଭାଗ ଅଧୀନରେ ନିଯୁକ୍ତ ହେବେ ୩୪୦ ଆସିଷ୍ଟାଣ୍ଟ ସେକ୍ସନ ଅଫିସର; ବିଜ୍ଞପ୍ତି ପ୍ରକାଶ କଲା OPSC

✍️ रिपोर्टर: Deepak Mahapatra 🗓 06 नव. 2026, 01:20 PM 👁 16
शेयर करें: 💬 WhatsApp 📘 Facebook 𝕏 Post
ଗୃହ ବିଭାଗ ଅଧୀନରେ ଆସିଷ୍ଟାଣ୍ଟ ସେକ୍ସନ ଅଫିସର ପଦରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ। ୩୪୦ଟି ପଦ ପାଇଁ ବିଜ୍ଞପ୍ତି ପ୍ରକାଶ କରିଛନ୍ତି ଓଡ଼ିଶା ଲୋକସେବା ଆୟୋଗ (OPSC)।
୩୪୦ ପଦ ମଧ୍ୟରୁ ୧୧୪ଟି ପଦ ମହିଳାଙ୍କ ପାଇଁ ସଂରକ୍ଷିତ ରହିଛି।
୧୪୪ଟି ପଦ ଅସଂରକ୍ଷିତ ରହିଥିବା ବେଳେ ଏହା ମଧ୍ୟରେ ୪୮ଟି ମହିଳାଙ୍କ ପାଇଁ ସଂରକ୍ଷିତ ରଖାଯାଇଛି।
୩୮ଟି ପଦ SEBC ମାନଙ୍କ ପାଇଁ ସଂରକ୍ଷିତ ହୋଇଥିବା ବେଳେ ତା’ ମଧ୍ୟରେ ୧୩ଟି ସେହି ବର୍ଗର ମହିଳାଙ୍କ ପାଇଁ ଉଦ୍ଦିଷ୍ଟ।
୮୧ଟି ପଦ ଏସ୍‌ସି ବର୍ଗ ପାଇଁ ସଂରକ୍ଷିତ ହୋଇଥିବା ବେଳେ ତା’ ମଧ୍ୟରେ ୨୭ଟି ସେହି ବର୍ଗର ମହିଳାଙ୍କ ପାଇଁ ଉଦ୍ଦିଷ୍ଟ ରହିଛି।
୭୭ଟି ପଦ ଏସ୍‌ଟି ବର୍ଗ ପାଇଁ ସଂରକ୍ଷିତ ରହିଥିବା ବେଳେ ସେଥିରୁ ୨୬ଟି ସେହି ବର୍ଗର ମହିଳାଙ୍କ ପାଇଁ ଉଦ୍ଦିଷ୍ଟ ରହିଛି।
୨୫ଟି ପଦ ଦିବ୍ୟାଙ୍ଗ ମାନଙ୍କ ପାଇଁ ସଂରକ୍ଷିତ ହୋଇଥିବା ବେଳେ ସେଥିରୁ ୯ଟି ସେହି ବର୍ଗର ମହିଳାଙ୍କ ପାଇଁ ଉଦ୍ଦିଷ୍ଟ ରହିବ।
୧୯ଟି ପଦ ଏକ୍ସ ସର୍ଭିସମେନଙ୍କ ପାଇଁ ସଂରକ୍ଷିତ କରାଯାଇଥିବା ବେଳେ ୩ଟି କ୍ରୀଡ଼ାବିତ୍‌ଙ୍କ ପାଇଁ ସଂରକ୍ଷିତ ରଖାଯାଇଛି।
ସ୍ନାତକ ଡିଗ୍ରୀଧାରୀ ଛାତ୍ରଛାତ୍ରୀ ଏହି ପଦବୀ ପାଇଁ ଆବେଦନ କରିପାରିବେ। ଆବେଦନକାରୀଙ୍କ ବୟସ ୨୧ରୁ ୪୨ ବର୍ଷ ମଧ୍ୟରେ ରହିବା ଆବଶ୍ୟକ।
୯ରୁ ୩୦ ନଭେମ୍ବର ମଧ୍ୟରେ ଆଶାୟୀମାନେ ଅନ୍‌ଲାଇନ୍‌ରେ କରିପାରିବେ ଆବେଦନ। ୨୦୨୭ ଜାନୁଆରୀ ୧୭ ତାରିଖରେ ଲିଖିତ ପରୀକ୍ଷା ଅନୁଷ୍ଠିତ ହେବ। ଆଶାୟୀମାନେ ଓଡ଼ିଶା ଲୋକସେବା ଆୟୋଗର ୱେବ୍‌ ସାଇଟ୍‌ https://www.opsc.gov.in ରେ ସବିଶେଷ ସୂଚନା ପାଇପାରିବେ।
📲Get App