🔥 ट्रेंडिंग अरुणाचल पुलिस ने 2019 से अब तक 18,600... बीएसएफ ने जम्मू में भारत-पाकिस्तान सीम... मेहबूबा ने एनसी सरकार पर परीक्षा अनियम... ମଞ୍ଚେଶ୍ୱରରେ ବାଲିଯାତ୍ରା ଅବସରରେ ଯାନ ଚଳାଚ... उत्तर कश्मीर में ड्रग रैड में ₹6 करोड़... प्रकृति की सुंदरता से सजा क्षेत्र में...
21 नव. 2026•
ગુજરાતી मराठी ਪੰਜਾਬੀ বাংলা

ଭିଜିଲାନ୍ସ ହାତରେ ଜୁନାଗଡ଼ ବିଜ୍ଞାପିତ ଅଞ୍ଚଳ ପରିଷଦର କର୍ମଚାରୀ l

✍️ रिपोर्टर: Dulendra Kumar Meher 🗓 21 नव. 2026, 09:03 PM 👁 58
शेयर करें: 💬 WhatsApp 📘 Facebook 𝕏 Post

କଳାହାଣ୍ଡିରେ ଲାଞ୍ଚ ପାଇଁ ଅଫିସର ପରେ ପ୍ରୋଗ୍ରାମର ହଟହଟା l

କଳାହାଣ୍ଡି :-କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଲକର ବିଜ୍ଞାପିତ ଅଞ୍ଚଳ ପରିଷଦ, ଜୁନାଗଡ଼ରେ କାର୍ଯ୍ୟରତ ଏମ. ଆଇ. ଏସ ପ୍ରୋଗ୍ରାମର ପ୍ରଦ୍ୟୁମ୍ନ କୁମାର ଦାଶ ୭ ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ଭିଜିଲାନ୍ସ ହାତରେ ଧରା ପଡିଛନ୍ତି l ପ୍ରୋଗ୍ରାମର ଶ୍ରୀ ଦାଶ ଜୁନାଗଡ଼ ବଜାର ପଡା ର ବୁବୁ ପଟ୍ଟନାୟକ ଙ୍କ ଠାରୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଅଧୀନରେ ଘର ନିର୍ମାଣ କରିବାପାଇଁ ବାକି ଥିବା ୪୦ହଜାର ଟଙ୍କା ମଞ୍ଜୁର କରାଇଦେବାପାଇଁ ହିତାଧିକାରୀଙ୍କ ଠାରୁ ଆଜି ଅପରାହ୍ନ ୩ଘଣ୍ଟା ସମୟରେ ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଟିମ କାବୁ କରିଥିଲେ l ପୂର୍ବରୁ ହିତାଧିକାରୀ ଙ୍କ ବ୍ୟାଙ୍କ ଖାତାରେ ୧ଲକ୍ଷ ୬୦ହଜାର ଟଙ୍କା ଜମା ହୋଇଥିଲା l ବାକି ଥିବା ୪୦ହଜାର ଟଙ୍କା ଶୀଘ୍ର ମଞ୍ଜୁର କରିବାକୁ ବହୁତ ଅନୁରୋଧ କଲେ ସୁଦ୍ଧା ପ୍ରୋଗ୍ରାମର ଶ୍ରୀ ଦାଶ ହିତାଧିକାରୀଙ୍କୁ ହଇରାଣ ହରକତ ଏବଂ ଧମକ ଦେଉଥିବା କଥା ଶୁଣିବାକୁ ମିଳୁଛି l ଏହାପରେ ହିତାଧିକାରୀ ବୁବୁ ପଟ୍ଟନାୟକ ଭିଜିଲାନ୍ସର ଆଶ୍ରୟ ଲୋଡ଼ିଥିଲେ l ଭିଜିଲାନ୍ସ ଟିମ ଯୋଜନାବଦ୍ଧ ହିସାବରେ ପ୍ରୋଗ୍ରାମର ଙ୍କୁ ଧରିଥିଲେ l ଏ ସମ୍ପର୍କରେ କୋରାପୁଟ ଭିଜିଲାନ୍ସ ଥାନାରେ କେସ ନଂ ୨୮/୨୦୨୬ରୁଜୁ କରି ଦୁର୍ନୀତି ନିବାରଣ ଆଇନ ୨୦୧୮ର ଧରା ୭ଅନୁଯାୟୀ ମାମଲା ରୁଜୁ କରାଯାଇଛି l ଏହାର ତଦନ୍ତ ପରେ ଅଧିକରୁ ଅଧିକ ତଥ୍ୟ ପଦାକୁ ଆସିବ ବୋଲି ଚର୍ଚ୍ଚା ହେଉଛି l
📲Get App