🔥 TRENDING જોરાપુરા ગામની શાળામાં રાજ્યપાલનું યોગ... जौनपुर पुलिस की बड़ी कामयाबी! कड़ोदरा‑बारडोली रोड पर टेम्पो में भीषण... टोक के निवाई तहसील के काड़ीली गांव में... गादाणा मे नंदघर केंद्र पर हर्षोल्लास क... सुबह से सड़क पर जाम जैसी स्थिति बनी हु...
06 Nov 2026•
ગુજરાતી मराठी ਪੰਜਾਬੀ বাংলা

ତୃତୀୟ ପର୍ଯାୟରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା କଳାହାଣ୍ଡି ଜିଲ୍ଲାରେ ୧୬ଟି ଗୋଦାବରୀ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପନ l

✍️ Reporter: Dulendra Kumar Meher 🗓 06 Nov 2026, 06:15 PM 👁 13
Share: 💬 WhatsApp 📘 Facebook 𝕏 Post
କଳାହାଣ୍ଡି ଜିଲ୍ଲାରେ ତୃତୀୟ ପର୍ଯାୟରେ ୧୬ ଟି ଗୋଦାବରୀ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପନ l

କଳାହାଣ୍ଡି :-କଳାହାଣ୍ଡି ଜିଲ୍ଲାର ଆଠଟି ବ୍ଲକରେ ମୋଟ ୧୬ ଟି ଗୋଦାବରୀ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟରେ ଭିଡିଓ ସମ୍ମିଳନୀ ମାଧ୍ୟମରେ ଲୋକଙ୍କ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀ ମହୋଦୟ ଦିବା ୧୦ ଘଣ୍ଟା ସମୟରେ ଭିତ୍ତିପ୍ରସ୍ଥର ସ୍ଥାପନ କରିଥିଲେ l ସେଥିମଧ୍ୟରୁ ଭବାନୀପାଟଣା ବ୍ଲକରେ ୩ ଟି, ଧର୍ମଗଡ଼ ବ୍ଲକରେ ୨ ଟି, ଜୟପାଟଣା ବ୍ଲକରେ ୨ଟି,ଲାଞ୍ଜିଗଡ ବ୍ଲକରେ ୫ଟି ଏବଂ ଜୁନାଗଡ଼, କଳମପୁର, ମଦନପୁର ରାମପୁର ଏବଂ ଥୁଆମୂଳ ରାମପୁର ରେ ଗୋଟିଏ ଲେଖାଏଁ ଟେଲି କନଫରେନ୍ସ ମାଧ୍ୟମରେ ଭିତ୍ତିପ୍ରସ୍ଥର ସ୍ଥାପନ ହୋଇଥିଲା l
ଏହି ଆଦର୍ଶ ବିଦ୍ୟାଳୟ ଗୁଡିକରେ ଗ୍ରାମାଞ୍ଚଳରେ ଥିବା ସାମାଜିକ -ଅର୍ଥନୈତିକ ଅନଗ୍ରସର ପିଲାମାନଙ୍କୁ ଜାତୀୟସ୍ତର ଭଳି ଗୁଣବତ୍ତା ଶିକ୍ଷା ପ୍ରଦାନ କରିବା l ଏହାସହିତ ମୁକ୍ତ ଗମନାଗମନ ବ୍ୟବସ୍ଥା, ଅତ୍ୟାଧୁନିକ ଶିକ୍ଷା ବ୍ୟବସ୍ଥା, ଶାରୀରିକ ଶିକ୍ଷା, ଖେଳ, ଭିତ୍ତିସଂରଚନା, ପିତାମାତା -ପୁରାତନ ଛାତ୍ର ସଂଗଠନ ଏବଂ ସ୍ଥାନୀୟ ଶିକ୍ଷାବିତଙ୍କ ସମ୍ପୃକ୍ତି କରଣ ସହ ପିଲାମାନଙ୍କୁ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା, ଧନ୍ଧାମୂଳକ ଶିକ୍ଷା, ଅନୁଭୂତିଆଧାରରେ ଶିକ୍ଷାର ବ୍ୟବସ୍ଥା ସୃଷ୍ଟି କରିବା ଏହାର ମୂଳ ଉଦ୍ଦେଶ୍ୟ l
ଜୁନାଗଡ଼ ବ୍ଲକ ଅନ୍ତର୍ଗତ ଦୂନ୍ଦେଲମାଳ ସରକାରୀ ଉଚ୍ଚ ବିଦ୍ୟାଳୟରେ ଦିବା ୧୦ ଘଣ୍ଟା ସମୟରେ ଭିଡିଓ ସମ୍ମିଳନୀ ମାଧ୍ୟମରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ l ଏହି କାର୍ଯ୍ୟକ୍ରମରେ ଶ୍ରୀ ମୁକେଶ ଅଗ୍ରୱାଲ ଜିଲ୍ଳା ଉପ- ସଭାପତି ଭାରତୀୟ ଜନତା ପାର୍ଟି, କଳାହାଣ୍ଡି,ଜିଲ୍ଳା ପରିଷଦ ଉପାଧ୍ୟକ୍ଷ୍ୟା ଶ୍ରୀମତୀ ସୁଧୀରା ମେହେର, ଶ୍ରୀ ତପନ ମାଝୀ ଶିକ୍ଷା ଗୋଷ୍ଠୀ ଅଧିକାରୀ, ଜୁନାଗଡ଼, ସ୍ଥାନୀୟ ବୁଦ୍ଧିଜୀବୀ ଏବଂ ଭଦ୍ର ବ୍ୟକ୍ତି ଓ ମହିଳା ଉପସ୍ଥିତ ଥିଲେ l
📲Get App