🔥 TRENDING Helicopter Crash in Uttarakhand Claims... Delhi Declares Red Alert Ahead of Expe... कृषि विज्ञान केन्द्र बैतूल में पीएम कि... Petrol and Diesel Prices Hold Steady a... બાબરાના વાવડા ગામેથી મધરાતે સગીરાનું અ... Delhi-NCR Halts Construction and Demol...
30 Oct 2026•
ગુજરાતી मराठी ਪੰਜਾਬੀ বাংলা

କଲ୍ୟାଣ ମଣ୍ଡପ କାର୍ଯ୍ୟ ଖୁବ ଶୀଘ୍ର ଆରମ୍ଭ ହେବ l

✍️ Reporter: Dulendra Kumar Meher 🗓 30 Oct 2026, 07:09 PM 👁 39
Share: 💬 WhatsApp 📘 Facebook 𝕏 Post

ଟେଣ୍ଡର ହୋଇ ନିର୍ମାଣ କାର୍ଯ୍ୟ ଶୀଘ୍ର ହେବ l

ଜୁନାଗଡ଼ ବ୍ଲକର ତିନୋଟି ଗ୍ରାମପଞ୍ଚାୟତ ରେ କଲ୍ୟାଣ ମଣ୍ଡପ ନିର୍ମାଣ ପାଇଁ ଜାଗା ଚି଼ହ୍ନଟ l

କଳାହାଣ୍ଡି (ଦୁଲେନ୍ଦ୍ର କୁମାର ମେହେର ):-କଳାହାଣ୍ଡି ଜିଲ୍ଳା ଜୁନାଗଡ଼ ବ୍ଲକରେ ଗତ ୫ମାସ ହେଲା ତିନୋଟି ଗ୍ରାମ ପଞ୍ଚାୟତ ରେ କଲ୍ୟାଣୀ ମଣ୍ଡପ ତିଆରି ହେବା ପାଇଁ ଅନୁମୋଦନ ହୋଇଥିଲା l ସେଥିମଧ୍ୟରୁ ଚିଚୈଗୁଡା ଗ୍ରାମ ପଞ୍ଚାୟତ ସରପଞ୍ଚ ଶ୍ରୀ ପରମେଶ୍ୱର ମେହେର ଗ୍ରାମ ସଭାରେ ପ୍ରସ୍ତାବ ଗୃହୀତ କରି ଗୋଷ୍ଠୀ ଉନ୍ନୟନ ଅଧିକାରୀ, ଜୁନାଗଡ଼ଙ୍କୁ ଜଣାଇଥିଲେ l ଉକ୍ତ ପ୍ରସ୍ତାବ କୁ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ଦ୍ୱାରା ମଞ୍ଜୁର ହୋଇଥିଲା l ପଞ୍ଚାୟତରେ ଜାଗା ଚି଼ହ୍ନଟ କରାନଗଲେ ମଞ୍ଜୁର ହୋଇଥିଲେ ମଧ୍ୟ କଲ୍ୟାଣ ମଣ୍ଡପ ହୋଇପାରିବ ନାହିଁ l ଉକ୍ତ ପ୍ରକଳ୍ପ ଅନ୍ୟତ୍ର ଚାଲିଯିବ l ସେଥିପାଇଁ ଜାଗା ଚି଼ହ୍ନଟ କରି ସ୍କେଚ ମ୍ୟାପ ଦରକାର l ଏହି କାର୍ଯ୍ୟ ଯେପରି ଠିକ ରୂପେ ହୋଇପାରିବ ଗ୍ରାମର କେତେଜଣ ଭଦ୍ରବ୍ୟକ୍ତି ୪/୫ ମାସ ପୂର୍ବରୁ ପ୍ରକ୍ରିୟା ଆରମ୍ଭ କରି ଜାଗା ଚି଼ହ୍ନଟ କାର୍ଯ୍ୟରେ ସଫଳ ହୋଇନଥିଲେ l କଲ୍ୟାଣ ମଣ୍ଡପ ନିର୍ମାଣ କାର୍ଯ୍ୟରେ ପ୍ରତିବନ୍ଧକ ସୃଷ୍ଟି ହେଲା ଏବଂ ୮୫ଲକ୍ଷ ଟଙ୍କା ଅନ୍ୟତ୍ର ଚାଲିଯିବା ଭୟରେ ଚିଚୈଗୁଡା ସରପଞ୍ଚ ଓ କଳାହାଣ୍ଡି ଜିଲ୍ଳା ପରିଷଦ ଉପାଧ୍ୟକ୍ଷ ଶ୍ରୀମତୀ ସୁଧୀରା ମେହେର ଙ୍କ ଉଦ୍ୟମରେ ଜୁନାଗଡ଼ ବିଧାୟକ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର ଙ୍କ ସହ ଆଲୋଚନା କରି ଜାଗା ଚି଼ହ୍ନଟ ପ୍ରକ୍ରିୟା ପାଇଁ ତହସିଲଦାର ଜୁନାଗଡ଼ଙ୍କୁ ଲିଖତ ଭାବେ ଜଣାଇଥିଲେ l ଜିଲ୍ଳା ପରିଷଦ ଉପାଧ୍ୟକ୍ଷା ଶ୍ରୀମତୀ ମେହେରଙ୍କ ପ୍ରଚେଷ୍ଟାରେ ତହସିଲଦାର ଶୀଘ୍ର ଜାଗା ଯୋଗାଇ ଦେବାପାଇଁ ପ୍ରତିଶୃତି ଦେଇଥିଲେ l ଉକ୍ତ କାର୍ଯ୍ୟ ଜାଗା ଚି଼ହ୍ନଟ ହୋଇନପାରିଥିବା ଯୋଗୁଁ ୪ ମାସ ପୂର୍ବରୁ ଅଟକିରହିଥିଲା ଏବଂ କଲ୍ୟାଣ ମଣ୍ଡପ ନିର୍ମାଣ କାର୍ଯ୍ୟ ଆଶା ମଉଳି ଯାଇଥିଲା l କିନ୍ତୁ ଚିଚୈଗୁଡା ସରପଞ୍ଚ ଶ୍ରୀ ମେହେର ଜାଗା ଚି଼ହ୍ନଟ ପାଇଁ ୫ଦିନର ସମୟ ମାଗିଥିଲେ l ତାଙ୍କରି ପ୍ରଚେଷ୍ଟା ରେ ନିର୍ଦ୍ଧାରିତ ସମୟ ମଧ୍ୟରେ ଚି଼ହ୍ନଟ ହେବା ଆଶା ଉଜ୍ଜଳ ଦେଖାଯାଉଛି l ବିଶେଷ ସୂତ୍ରରୁ ଶୁଣିବାକୁ ମିଳିଛି ସ୍କାଚ ମ୍ୟାପ ମଧ୍ୟ ପ୍ରସ୍ତୁତ ହୋଇଗଲଣି l ଜୁନାଗଡ଼ ବିଧାୟକଙ୍କ ସହଯୋଗରେ ଖୁବ ଶୀଘ୍ର ଟେଣ୍ଡର ପ୍ରକ୍ରିୟା ଆରମ୍ଭ ହେବ ଏବଂ କଲ୍ୟାଣ ମଣ୍ଡପ କାର୍ଯ୍ୟ ହେବାକୁ ଯାଉଛି l
📲Get App