🔥 ट्रेंडिंग ਜੈਤੋ ਰੇਲਵੇ ਫਾਟਕ ਕੋਲ ਪੁਲਿਸ ਤੋਂ ਭੱਜਦੇ ਨੌ... மரத்தின் மீது ஏறி போதை ஆசாமியை மீட்ட த... ग्वालियर में अवैध खनन पर प्रशासन का शि... महात्मा गांधी जयंती पर आगरा में स्वच्छ... टॉम क्रूज़ की 'डिगर' फिल्म का भारत में... नानी की 'द पैराडाइस' ने दूसरी शुक्रवार...
03 अक्टू. 2026•
ગુજરાતી मराठी ਪੰਜਾਬੀ বাংলা
बिज़नेस

UPI ପେମେଣ୍ଟକୁ ବିରୋଧ, କ୍ୟାଶରେ ଚାଲିଛି କାରବାର

✍️ रिपोर्टर: Deepak Mahapatra 🗓 03 अक्टू. 2026, 12:40 PM 👁 17
यहाँ देखें: ▶️ YouTube
शेयर करें: 💬 WhatsApp 📘 Facebook 𝕏 Post
ସୋର ବ୍ୟବସାୟୀ ସଂଘ UPI ପେମେଣ୍ଟକୁ ବିରୋଧ କରି ଦୋକାନ ଗୁଡିକରୁ ଯେ କୌଣସି ଜିନିଷ କିଣିଲେ ନଗଦ ଟଙ୍କାରେ କାରବାର କରୁଛନ୍ତି । କୌଣସି UPI ପେମେଣ୍ଟରେ ନେଣ ଦେଣ କରାଯାଉନାହିଁ ।ଆଜି ସାରା ରାଜ୍ୟରେ UPI ପେମେଣ୍ଟକୁ ବିରୋଧ କରାଯାଇଛି l UPI ପେମେଣ୍ଟରେ ମର୍ଚ୍ଚାଣ୍ଟ ଡିସ୍କାଉଣ୍ଟ ରେଟ୍ ବା MDR ସମ୍ପର୍କରେ ସରକାରୀ ସ୍ପଷ୍ଟୀକରଣ ସତ୍ତ୍ବେ ବ୍ୟବସାୟୀଙ୍କ ଥମୁନି ଅସନ୍ତୋଷ । କେଉଁଠି ବିଦ୍ରୋହ ତ କେଉଁଠି QR କୋଡ୍ ହଟାଇ ଅନଲାଇନ କାରବାର ବନ୍ଦ କରାଯାଉଛି । ଧାର୍ଯ୍ୟ ନିଷ୍ପତ୍ତି ମୁତାବକ ଆଜି NO UPI DAY ଘୋଷଣା କରି କିଛି ସ୍ଥାନରେ ଗର୍ଜିଛନ୍ତି ବ୍ୟବସାୟୀ । ଫଳରେ ନାକେଦମ୍ ଗ୍ରାହକ। ଏଭଳି ସ୍ଥିତିରେ ଗତ ସେପଟେମ୍ବରରେ ଦେଶବ୍ୟାପି UPI କାରବାର ପ୍ରାୟ ୨ % ଖସିଥିବାରୁ ଆଗକୁ ଆହୁରି ପ୍ରଭାବିତ ହେବ ବୋଲି ଆଶଙ୍କା କରାଯାଉଛି । ସୋର ବ୍ୟବସାୟୀ ସଂଘ UPI ପେମେଣ୍ଟକୁ ବିରୋଧ କରି ଦୋକାନ ଗୁଡିକରୁ ଯେ କୌଣସି ଜିନିଷ କିଣିଲେ ନଗଦ ଟଙ୍କାରେ କାରବାର କରୁଛନ୍ତି । କୌଣସି UPI ପେମେଣ୍ଟରେ ନେଣ ଦେଣ କରାଯାଉନାହିଁ । ସରକାରଙ୍କ ତରଫରୁ ଲୋକଙ୍କୁ UPI ମାଧ୍ୟମରେ ସମସ୍ତ ସୁବିଧା କରାଯାଉଥିଲା । କିନ୍ତୁ ଆସନ୍ତା କିଛି ଦିନ ପରେ ସରକାର UPI କଲେ ବ୍ୟବସାୟୀଙ୍କ ପାଖରୁ 0.4% ଟ୍ୟାକ୍ସ ନେବେ ଆଉ ବ୍ୟବସାୟୀମାନେ ଏହି ଟଙ୍କା ପରୋକ୍ଷ ଭାବରେ ଗ୍ରାହକଠାରୁ ଗ୍ରହଣ କରିବେ । ତେଣୁ ଏହାକୁ ବିରୋଧ ବା ପ୍ରତିବାଦ ସ୍ୱରୂପ ଆଜି ଦୋକାନୀଙ୍କ ତରଫରୁ ଏହାକୁ ବିରୋଧ କରି UPI ପେମେଣ୍ଟ ବନ୍ଦ କରାଯାଇଛି । ଯାହାଦ୍ୱାରା ଅନେକ ଲୋକ ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି ।
ଏହାର ପ୍ରଭାବ ଗଞ୍ଜାମ ଜିଲ୍ଲାରେ ମଧ୍ୟ ଦେଖିବାକୁ ମିଳିଥିଲା । ଅକ୍ଟୋବର ୨ ତାରିଖକୁ ନୋ ୟୁପିଆଇ ଦିନ ଭାବେ ପାଳନ କରିବାକୁ ଆଜି ଗଞ୍ଜାମ ଚାମ୍ୱର ଅଫ କମର୍ସ ପକ୍ଷରୁ ଆହ୍ୱାନ କରାଯାଇଛି । ଏନେଇ ଚାମ୍ୱର ଅଫ କମର୍ସର କର୍ମକର୍ତ୍ତାମାନେ ପ୍ଲା କାର୍ଡ ଧରି ସହର ସାରା ଏକ ରାଲି ବାହାର କରିଥିଲେ । ସେମାନେ କହିବା କଥା ୧୦ ବର୍ଷ ଧରି ଖୁଚୁରା ବ୍ୟବସାୟୀମାନେ ଏବଂ ଗ୍ରାହକମାନେ ଏହା ଦ୍ୱାରା ଫଳପ୍ରଦ ହେଉଛନ୍ତି । ୨୦୦୦ ଉପରେ ବ୍ୟବସାୟୀଙ୍କୁ ଶୁଳ୍କ ଲଗାଇବା ଠିକ୍ ନୁହେଁ । ସରକାର ଆଗକୁ ଏହି ଶୁଳ୍କ ବଢାଇ ପାରନ୍ତି । ତେଣୁ ଏହାକୁ ଆମେ ବିରୋଧ କରୁଛୁ । ଯଦି ସରକାର ନ ଶୁଣନ୍ତି ତେବେ ଆଗକୁ ଏହି ଆନ୍ଦୋଳନ ଚାଲୁ ରହିବ ବୋଲି ଗଞ୍ଜାମ ଚାମ୍ୱର ଅଫ କମର୍ସ ପକ୍ଷରୁ କୁହାଯାଇଛି ।
📲Get App