🔥 TRENDING APCC Delegation to Inspect SUMP Sites,... Jammu Kashmir Hajj Committee Allocates... Jammu & Kashmir Govt Names Inquiry Off... Jammu & Kashmir Legislative Assembly R... Calangute children raise flag to prote... Girish Criticises AAP, Claims BJP Caus...
28 Sep 2026•
ગુજરાતી मराठी ਪੰਜਾਬੀ বাংলা
Under-construction structure collapses: ଭୁବନେଶ୍ୱରରେ ଦବିଲା ନିର୍ମାଣଧୀନ ଲୁହା କୋଠା
Local

Under-construction structure collapses: ଭୁବନେଶ୍ୱରରେ ଦବିଲା ନିର୍ମାଣଧୀନ ଲୁହା କୋଠା

✍️ Reporter: Deepak Mahapatra 🗓 07 Sep 2026, 05:06 PM 👁 48
Watch on: ▶️ YouTube
Share: 💬 WhatsApp 📘 Facebook 𝕏 Post
ଦିଲ୍ଲୀ ପରେ ଭୁବନେଶ୍ୱରରେ ଦବିଲା କୋଠା । ଦାବିଲା ଭୁବନେଶ୍ବର ଡେଲଟା ଛକରେ ନିର୍ମାଣଧୀନ ଲୁହା କୋଠା। ଦବିଲା ଭୁବନେଶ୍ବର ଡେଲଟା ଛକରେ ନିର୍ମାଣଧୀନ ଲୁହା କୋଠା।ଦବିବା ଫଳରେ କିଛି ଶ୍ରମିକ ଆହତ ହୋଇଥିବାର ସୂଚନା ମିଳିଛି ।ନିର୍ମାଣଧୀନ କୋଠା ଦବିବା ଫଳରେ କିଛି ଶ୍ରମିକ ଆହତ ହୋଇଥିବାର ସୂଚନା ମିଳିଛି । ରାତିରେ ଜୋର ଶବ୍ଦ ଶୁଣିଥିବା କହିଲେ ସ୍ଥାନୀୟ ଲୋକ । ଏ ସମ୍ପର୍କରେ ଠିକାଦାର କିମ୍ବା ନିର୍ମାଣଧୀନ ସଂସ୍ଥାର ପ୍ରତିକ୍ରିୟା ମିଳିପାରି ନାହିଁ ।
ଦିଲ୍ଲୀର ସତ୍ୟ ନିକେତନ ଅଞ୍ଚଳରେ ଚାଲିଥିବା ୫ ମହଲା ବିଶିଷ୍ଟ ପିଜି(ପେଇଂ ଗେଷ୍ଟ) ହଷ୍ଟେଲ ଭୁଶୁଡ଼ି ପଡ଼ିଥିଲା। ଏଥିରେ ୭ ଜଣ ପ୍ରାଣ ହରାଇଥିବା ବେଳେ ୧୧ ଜଣ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ଏବେ ବି ବିଲଡିଂର ଧ୍ୱଂସାବଶେଷ ତଳେ ୨୦ରୁ ୨୫ ଜଣ ଫସି ରହିଥିବା ଆଶଙ୍କା କରାଯାଉଛି। ଏସବୁ ଭିତରେ ପୁଲିସ୍‌ ବିଲଡିଂର ମାଲିକ ହରିରାମ ଗୁପ୍ତାଙ୍କୁ ରାଜସ୍ଥାନ-ହରିୟାଣା ସୀମାନ୍ତ ଭିୱାଡିରୁ ଗିରଫ କରିଛି। ଏହା ହରିରାମଙ୍କ ଗୁରୁଗ୍ରାମ ବାସଭବନ ଠାରୁ ୪୦ କିମି ଦୂର। ରବିବାର ବିଲଡିଂ ଭୁଶୁଡ଼ିବା ପରଠାରୁ ହରିରାମ ଫେରାର ହୋଇ ଯାଇଥିଲେ।

ତାଙ୍କୁ ଧରିବା ପାଇଁ ଦିଲ୍ଲୀ ପୁଲିସ୍‌ ଲୁକ ଆଉଟ ସର୍କ୍ୟୁଲାର ଜାରି କରିବା ସହ ତାଙ୍କ ପାସପୋର୍ଟ ଜବତ କରିଥିଲା। ସେହିପରି ତାଙ୍କୁ ଧରିବା ପାଇଁ ୧୦ଟି ଟିମ ଗଠନ କରିଥିଲା। ରାତି ତମାମ ହରିରାମଙ୍କ ସହ ଜଡ଼ିତ ବିଭିନ୍ନ ଠିକଣାରେ ରେଡ୍‌ କରିଥିଲା।

ହରିରାମ ଗିରଫଦାରୀ ଭୟରେ ନିଜର ପେଣ୍ଟସ ଓ ହାର୍ଡୱାର ଦୋକାନ ମଧ୍ୟ ବନ୍ଦ କରି ଫେରାର ହୋଇଯାଇଥିଲେ। ହେଲେ ପୁଲିସ୍‌ ତାଙ୍କୁ ଏବେ ଗିରଫ କରିବାକୁ ସକ୍ଷମ ହୋଇଛି।

ସ୍ଥାନୀୟ ଲୋକଙ୍କ କହିବା କଥା ଯେ ହରିରାମ ଗୁପ୍ତା ଦୀର୍ଘ ୧୫ ବର୍ଷ ହେଲା ଏଠାରେ ଦୋକାନ ଚଳାଇଛନ୍ତି। ପୂରା ଅଞ୍ଚଳରେ ଜଣେ ପ୍ରମୁଖ ହାର୍ଡୱାର ବ୍ୟବସାୟୀ ଭାବେ ସେ ବେଶ ପରିଚିତ। ଗୁପ୍ତାଙ୍କ ପରିବାର ସେକ୍ଟର ୨୩ ଓ ପାଲମ ବିହାର ଅଞ୍ଚଳରେ ଥିବା ଏକାଧିକ ଘରର ମାଲିକ।

ସତ୍ୟ ନିକେତନରେ ଥିବା ୫୦ ବର୍ଷ ପୁରୁଣା ବିଲଡିଂ ମଧ୍ୟ ଗୁପ୍ତାଙ୍କ ନାଁରେ ରହିଥିଲା। ଏହି ୫ ମହଲା ବିଶିଷ୍ଟ ବିଲଡିଂରେ ହଷ୍ଟେଲ ଡାଜେ ଚାଲିଥିଲା। ଅନେକ ଛାତ୍ର ଏଠାରେ ରହୁଥିଲେ।
📲Get App